ଲେଉଟିଲା ଓଲିଉଡ୍‌ କଳି: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା

କଟକ/ଭୁବନେଶ୍ୱର, ୧୩ା୧୧(କାର୍ତ୍ତିକ ସାହୁ/ସତ୍ୟଜିତ୍‌ ରାଉତ):ଓଲିଉଡ୍‌ କଳି ପୁଣି ତୀବ୍ର ହୋଇଛି। ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ମଙ୍ଗଳବାର ଓଡ଼ିଶା ଫିଲ୍ମ ଆଣ୍ଡ୍‌ ଟିଭି ନିର୍ଦ୍ଦେଶକ ସଂଘ କଟକ ସାଇବର ଥାନାରେ ଏତଲା ଦେଇଥିବାବେଳେ ଏପଟେ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା ସାମ୍ନାକୁ ଆସି ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଓଡ଼ିଆ ସିନେ ନିର୍ଦ୍ଦେଶକମାନଙ୍କୁ ଆକ୍ଷେପ କରି ମନୋଜ ସାମାଜିକ ଗଣମାଧ୍ୟମରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସଂଘ ଏତଲାରେ ଅଭିଯୋଗକରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅପରପକ୍ଷରେ ନିର୍ଦ୍ଦେଶକ ସଂଘ ବିରୋଧରେ ଶ୍ରୀଧର ଭୁବନେଶ୍ୱର ସାଇବର ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ତାଙ୍କ ଚଳଚ୍ଚିତ୍ର ମାଇଣ୍ଡଗେମ୍‌କୁ ଫ୍ଲପ୍‌ ହୋଇଥିବା କହି ନିର୍ଦ୍ଦେଶକ ସଂଘ ଅପପ୍ରଚାର କରୁଥିବା ଶ୍ରୀଧର ଅଭିଯୋଗ କରିଛନ୍ତି। ଏପରିକି ଫିଲ୍ମର କ୍ଷତି ହେଲେ ସେ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଶ୍ରୀଧର କହିଛନ୍ତି। ଓଲିଉଡ୍‌ ଏବେ ତାର ପୁରୁଣା ଧାରାକୁ ଫେରୁଥିବାବେଳେ ପୁଣି ଏଭଳି ବିବାଦ ମୁଣ୍ଡ ଟେକିଥିବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ନିର୍ଦ୍ଦେଶକ ସଂଘ ଅଭିଯୋଗ ଅନୁଯାୟୀ, ମନୋଜଙ୍କ ଏଭଳି ମନ୍ତବ୍ୟ ଓଡ଼ିଆ ସିନେ ନିର୍ଦ୍ଦେଶକମାନଙ୍କ ପ୍ରତି ଅପମାନସୂଚକ ହୋଇଛି। ଏଥିସହ ସିନେମାକୁ ଭଲ ପାଉଥିବା ଦର୍ଶକଙ୍କ ନିକଟକୁ ଏକ ଖରାପ ବାର୍ତ୍ତା ପ୍ରସାରିତ ହେଉଛି। ମନୋଜଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସଂଘ ପକ୍ଷରୁ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ଅବ୍‌ତାର ସିଂ, ହରିଶ ମହାନ୍ତି, ତାପସ ସରଘରିଆ, ଜ୍ୟୋତି ଦାସ, ଦେବୁ ପଟ୍ଟନାୟକ, ଗିରିଶ ମହାନ୍ତି, ବବି ଇସ୍‌ଲାମ, ସଂଗ୍ରାମ ମହାନ୍ତି ପ୍ରମୁଖ ମେଳି ହୋଇ ମନୋଜଙ୍କ ବିରୋଧରେ ବାହାରିଛନ୍ତି। ଏନେଇ କଟକ ସାଇବର ଥାନା ଆଇଆଇସି ରଶ୍ମିତା ଜେନା କହିଛନ୍ତି, ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ସହ ପେନ୍‌ ଡ୍ରାଇଭ୍‌ରେ କିଛି ଭିଡିଓ ସମ୍ବଳିତ ତଥ୍ୟ ପ୍ରଦାନ କରାଯାଇଛି। ଉକ୍ତ ପେନ୍‌ ଡ୍ରାଇଭ ତଥ୍ୟକୁ ଦେଖିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଏତଲା ନେଇ ମନୋଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷରେ ପ୍ରଯୋଜକ ମାର୍ଥା ଅଭିଯୋଗ କରିଛନ୍ତି ଯେ, ନିର୍ଦ୍ଦେଶକ ସଂଘ ପକ୍ଷରୁ ମନୋଜଙ୍କ ନାଁରେ ଏତଲା ଦିଆଯିବା ସହ ଗଣମାଧ୍ୟମରେ ବାଇଟ୍‌ ଦିଆଯାଉଛି। ଗଣମାଧ୍ୟମରେ ମାଇଣ୍ଡଗେମ୍‌ ଫ୍ଲପ୍‌ ହୋଇଛି ବୋଲି ସଂଘ ଅପପ୍ରଚାର କରୁଛି। ବବି ଇସ୍‌ଲାମ୍‌ ନାମକ ଜଣେ ନିର୍ଦ୍ଦେଶକ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମିଡିଆରେ ମାଇଣ୍ଡଗେମ୍‌କୁ ଫ୍ଲପ୍‌ ବୋଲି କହିଛନ୍ତି। ମାଇଣ୍ଡଗେମ୍‌ ଚଳଚ୍ଚିତ୍ର ଆଗକୁ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବାକୁ ଅଛି। ଏଥିରେ ସେ ବହୁତ ଟଙ୍କା ବିନିଯୋଗ କରିଛନ୍ତି। ଏହି ଅପପ୍ରଚାର ପାଇଁ ତାଙ୍କର ଯେଉଁ କ୍ଷତି ହେବ ସେଥିପାଇଁ କିଏ ଦାୟୀ ହେବ ବୋଲି ମାର୍ଥା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?