ପଟ୍ଟାମୁଣ୍ଡାଇରେ ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

ପଟ୍ଟାମୁଣ୍ଡାଇ, ୨୫ା୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କେତେଜଣ ବାହାର ରାଜ୍ୟର ବୋଲି କୁହାଯାଉଛି। ସେମାନଙ୍କୁ ସ୍ବାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟ ବିଭାଗର ସହଯୋଗ ମିଳୁନାହିଁ କି ରହଣି ନେଇ ବିଭାଗୀୟ ଅଧିକାରୀଙ୍କ ଦେଖାମିଳୁନାହିଁ।
ସେବା ଯୋଗାଇବାକୁ ସ୍ବେଚ୍ଛାସେବୀ ମିଳୁନାହାନ୍ତି। ଏଭଳି ଅନେକ ଘଟଣାକୁ ଅନୁଧ୍ୟାନ କଲେ ସମାଜରୁ ମାନବିକତା ହଜିଯାଉଥିବା ଦେଖିବାକୁ ମିଳୁଛି। ତେବେ ସଭା ସମିତିରେ ନିଜକୁ ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଦର୍ଶାଇ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ବାହାବା ନେଉଥିବା ବ୍ୟକ୍ତି ଏମାନଙ୍କୁ ଥଇଥାନ ବ୍ୟବସ୍ଥା କରାଇ ନିଜକୁ ସମୀକ୍ଷା କରିବାର ସମୟ ଆସିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକାଧିକ ମାନସିକ ବିକାରଗ୍ରସ୍ତ ଦିନବେଳା ରାସ୍ତାଘାଟରେ ବୁଲୁଛନ୍ତି। ଜିଲାରେ ସର୍ଟ ଷ୍ଟେ ହୋମ୍‌ ରହିଛି। ବୃଦ୍ଧାଶ୍ରମ ଅଛି। ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଛି। ହେଲେ କେହି ଏମାନଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଶ୍ନ ଉଠୁଛି ସରକାର ଅସହାୟଙ୍କ ପାଇଁ ସରକାରୀ ଅନୁଦାନ ଯୋଗାଉଛନ୍ତି। ସ୍ବେଚ୍ଛାସେବୀ ଅନୁଷ୍ଠାନ ଅସହାୟଙ୍କ ଅନୁଦାନରେ ମଉଜ କରୁଛନ୍ତି। ତେବେ ସେମାନଙ୍କର କାର୍ଯ୍ୟକଳାପର କାହିଁକି ଅନୁଧ୍ୟାନ କରାଯାଉନି। ସେବା ନ ଯୋଗାଇ ନିଜକୁ ଗରିବଙ୍କ ବନ୍ଧୁ କହି ସରକାରୀ ଅନୁଦାନ ହଡ଼ପ କରୁଥିବା ସଂସ୍ଥା ଉପରେ ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷେ ଜିଲାରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। ଏହି ବିଭାଗ ମଧ୍ୟ କିଛି କାମ କଲା ପରି ଲାଗୁନି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଭବାନୀ ପଣ୍ଡା, ସୌମ୍ୟ ଧଳ, ପ୍ରଭାତ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ସହର ରାସ୍ତାଘାଟରେ ବହୁ ମାନସିକ ବିକାରଗ୍ରସ୍ତ ବୁଲୁଛନ୍ତି। କିଏ ରାସ୍ତା ମଝିରେ ଛିଡା ହେବା ଯୋଗୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ତ ଆଉ କିଏ ଫିଙ୍ଗା ଯାଇଥିବା ଖାଦ୍ୟ ଖାଉଛନ୍ତି। ଅଧିକାଂଶ ଛକ, ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ, କୋର୍ଟ ପାଖ, ହାଟଚାଳିରେ ଶୋଉଛନ୍ତି। ସେମାନେ ଦୂଷିତ ଖାଦ୍ୟ, ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିଏ କିଏ ଲୋକମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନ ଥିବା ନଜିର ରହିଛି। ଏଥିପାଇଁ ରାସ୍ତାରେ ଯାତାୟାତ କରୁଥିବା ଛୋଟ ପିଲା, ବୃଦ୍ଧାବୃଦ୍ଧ ଓ ଛାତ୍ରୀଛାତ୍ର ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ ହୋଇଛି। କିଛି ମାସ ପୂର୍ବରୁ ୩ରୁ ୪ ଜଣ ମାନସିକ ବିକାରଗ୍ରସ୍ତଙ୍କୁ ରାସ୍ତାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏବେ ୮ରୁ ୧୦ଜଣ ଏପରି ଅବସ୍ଥାରେ ରାସ୍ତାରେ ବୁଲୁଛନ୍ତି। କିଏ ହିନ୍ଦୀ ଓ କିଏ ବଙ୍ଗାଳି ଭାଷାରେ କଥାବାର୍ତ୍ତା କରୁଛନ୍ତି। କେତେଜଣ ମହିଳା ବୁଲୁଥିବା ବେଳେ ଜଣେ ଶିକ୍ଷିତା କେତେବେଳେ ଭଲ କଥା ହେଉଥିବାବେଳେ ଅନ୍ୟ ସମୟରେ ଗାଳିଗୁଲଜ କରୁଥିବାରୁ ସିଏ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ତେବେ ସହରରେ ବହୁ ସ୍ବେଚ୍ଛାସେବୀ ଓ ସେବା ଅନୁଷ୍ଠାନ ଥିଲେ ମଧ୍ୟ ଏପରି ବ୍ୟକ୍ତିମାନଙ୍କୁ ସେବା କିମ୍ବା ଥଇଥାନ କରିବାର ବ୍ୟବସ୍ଥା କରାଯାଇନାହିଁ। ଏ ସମ୍ପର୍କରେ ବରିଷ୍ଠ ଆୟୁଷ ଡାକ୍ତର ମନୋରଞ୍ଜନ ଦାଶ କୁହନ୍ତି, ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବା ସହ ଆବଶ୍ୟକ ସେବା ଯୋଗାଇ ଦେଲେ ଅନେକେ ମୁଖ୍ୟସ୍ରୋତକୁ ଫେରି ପାରିବେ। ଜିଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ପଟ୍ଟାମୁଣ୍ଡାଇ ସମେତ ଜିଲାରେ ଅନେକ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘୂରି ବୁଲୁଥିବାରୁ ସେମାନଙ୍କ ରହଣି, ସ୍ବାସ୍ଥ୍ୟସେବା ପାଇଁ ଏକ ଅନୁଷ୍ଠାନ କରାଯାଉ। ସେମାନଙ୍କୁ ସୁବିଧା ସୁଯୋଗ ମିଳୁ। ଏ ଦିଗରେ ଜିଲା ପ୍ରଶାସନ, ଲୋକ ପ୍ରତିନିଧି ସହଯୋଗ କରିବା ଦରକାର ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?