ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି

ଯାଜପୁର,୩ା୧୧(ହର୍ଷବର୍ଦ୍ଧନ ବେହେରା) : ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଛି। ଐତିହାସିକ, ପ୍ରାକୃତିକ, ସାଂସ୍କୃତିକ, ଧାର୍ମିକ ଆଦି କିମ୍ବଦନ୍ତୀ ବହନ କରୁଥିବା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ ଆଗମନ ହେଉଛି। ହେଲେ ଉପଯୁକ୍ତ ଭାବେ ପ୍ରଚାରପ୍ରସାର ଅଭାବରୁ ଅନେକ ପର୍ଯ୍ୟଟନସ୍ଥଳୀ ଜନମାନସରୁ ବହୁ ଦୂରରେ ରହିଛି। ଏହାବାଦ୍‌ ଏଠାକୁ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଉପରେ ପୂର୍ବରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହିକ୍ରମରେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ରିପୋର୍ଟକୁ ଅବଲୋକନ କଲେ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଉଥିବା ସ୍ପଷ୍ଟ ହେଉଛି। କରୋନା ପରେ ବି ବିଦେଶୀ ପର୍ଯ୍ୟଟକଙ୍କ ହ୍ରାସ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି, ଯାହାକି ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ବିପନ୍ନ ହୋଇଥିବା ମତପ୍ରକାଶ ପାଇଛି।
ଓଡ଼ିଶାରେ ପ୍ରାୟ ସମସ୍ତ ଜିଲାରେ ଭରପୂର ପର୍ଯ୍ୟଟନ ସମ୍ବଳ ରହିଛି । ହେଲେ ଓଡ଼ିଶାର ପର୍ଯ୍ୟଟନ ସମ୍ବଳ ଦେଶ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଚାର ପ୍ରସାରରୁ ବଞ୍ଚିତ ରହିଛି । ଏହି କାରଣରୁ କୋଣାର୍କ ମନ୍ଦିର, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଚିଲିକା ହ୍ରଦ ଏବଂ ବିସ୍ତୃତ ବେଳାଭୂମି ବ୍ୟତୀତ ଓଡିଶାର ପର୍ଯ୍ୟଟନ ସମ୍ବଳ ଏବେବି ବିଶେଷ ପ୍ରଚାରିତ ଓ ପ୍ରସାରିତ ହୋଇ ନ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିନାହିଁ। ବର୍ତ୍ତମାନ କେତେକ ପର୍ଯ୍ୟଟନସ୍ଥଳିର ସୌନ୍ଦର୍ଯ୍ୟକରଣ ସହିତ ବିକାଶ ହେଉଛି ସତ ହେଲେ ନିର୍ମାଣରେ ସ୍ବଚ୍ଛତା ଅବଲମ୍ବନ ହେଉ ନ ଥିବାରୁ ସେଗୁଡିକର ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନ ଉଠିଛି। ଏଠାରେ ଯାଜପୁର ଜିଲାର ବ୍ୟାସସରୋବରକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ପ୍ରବାହିତ ଗଣ୍ଡାନାଳରେ ଆବଶ୍ୟକ ସୁରକ୍ଷା ପାଚେରୀ ନିର୍ମାଣ କରା ନ ଗଲେ ୬୪ କୋଟି ଟଙ୍କାର ବ୍ୟାସସରୋବର ପ୍ରକଳ୍ପ ବନ୍ୟା ପାଣିରେ ବୁଡିଯିବ ବୋଲି ମତପ୍ରକାଶ ପାଉଛି। ଓଡ଼ିଶାରେ ପ୍ରାକ ଐତିହାସିକ ଶିଳାଲିପିଠାରୁ ଆରମ୍ଭ କରି ବୌଦ୍ଧ ଯୁଗର ମଠ, ମନ୍ଦିର, ପ୍ରାକୃତିକ ଜଙ୍ଗଲ, ପ୍ରପାତ, ଐତିହାସିକ କୀର୍ତ୍ତିରାଜି ରହିଛି । ସେଥିରେ ପୁଣି ଯୋଡି ହୋଇଛି ହୀରାକୁଦ ଡ୍ୟାମ ଭଳି ଦୀର୍ଘତମ ମାଟିବନ୍ଧ । ଅଞ୍ଚଳର ବୟନ ଓ ଅନ୍ୟ ହସ୍ତକଳା ତଥା ଏହାର କଳାକାରମାନେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯୋଗ୍ୟତା ରଖିଛନ୍ତି । ହେଲେ କେବଳ କରୋନା ନୁହେଁ ପ୍ରଶାସନିକ ଉଦାସୀନତା ମଧ୍ୟ ଏଥିପାଇଁ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚ୍ୟ ହେଉଛି। ଏଠାକାର ସଂସ୍କୃତି, କଳା, ସାହିତ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ଯେତେ ସମୃଦ୍ଧ ସେହି ଅନୁପାତରେ ରାଜ୍ୟ ଓ ଦେଶ ବାହାରେ ସେତେ ସୁପରିଚିତ ା କିନ୍ତୁ ବିଡମ୍ବନା ଯେ, ଏହିସବୁର ବିକାଶ ଓ ରକ୍ଷଣାବେକ୍ଷଣ ଦିଗରେ ପର୍ଯ୍ୟଟନ ବିଭାଗ ସେତେଟା ଗୁରୁତ୍ୱ ଦେଉ ନ ଥିବାରୁ ବାହାର ପର୍ଯ୍ୟଟକଙ୍କ ମୁହଁରେ ବଦନାମ ହେବାକୁ ପଡୁଥିବା ଶୁଣିବାକୁ ମିଳୁଛି। ଏହାସହ ପଶ୍ଚିମଓଡିଶାର ବିଭିନ୍ନ ଜିଲାରେ ଦୁର୍ଗମ ଘଞ୍ଚ ଜଙ୍ଗଲ ପଥ ଅତିକ୍ରମ କରି ହରିଶଙ୍କର, ନୃସିଂହନାଥ, ପତୋରା, ଚଉଷଠି ଯୋଗିନୀ, ସମଲେଶ୍ୱରୀ ମନ୍ଦିର ଇତ୍ୟାଦି ରହିଛି। ହେଲେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେଉଛି। ଏହିକ୍ରମରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଏଲୋରା ଭାରତୀ ଜେନା ଜିଲସ୍ତରୀୟ ପର୍ଯ୍ୟଟକଙ୍କ ଆଗମନ ରିପୋର୍ଟ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri