ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି

ଯାଜପୁର,୩ା୧୧(ହର୍ଷବର୍ଦ୍ଧନ ବେହେରା) : ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଛି। ଐତିହାସିକ, ପ୍ରାକୃତିକ, ସାଂସ୍କୃତିକ, ଧାର୍ମିକ ଆଦି କିମ୍ବଦନ୍ତୀ ବହନ କରୁଥିବା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ ଆଗମନ ହେଉଛି। ହେଲେ ଉପଯୁକ୍ତ ଭାବେ ପ୍ରଚାରପ୍ରସାର ଅଭାବରୁ ଅନେକ ପର୍ଯ୍ୟଟନସ୍ଥଳୀ ଜନମାନସରୁ ବହୁ ଦୂରରେ ରହିଛି। ଏହାବାଦ୍‌ ଏଠାକୁ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଉପରେ ପୂର୍ବରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହିକ୍ରମରେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ରିପୋର୍ଟକୁ ଅବଲୋକନ କଲେ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଉଥିବା ସ୍ପଷ୍ଟ ହେଉଛି। କରୋନା ପରେ ବି ବିଦେଶୀ ପର୍ଯ୍ୟଟକଙ୍କ ହ୍ରାସ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି, ଯାହାକି ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ବିପନ୍ନ ହୋଇଥିବା ମତପ୍ରକାଶ ପାଇଛି।
ଓଡ଼ିଶାରେ ପ୍ରାୟ ସମସ୍ତ ଜିଲାରେ ଭରପୂର ପର୍ଯ୍ୟଟନ ସମ୍ବଳ ରହିଛି । ହେଲେ ଓଡ଼ିଶାର ପର୍ଯ୍ୟଟନ ସମ୍ବଳ ଦେଶ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଚାର ପ୍ରସାରରୁ ବଞ୍ଚିତ ରହିଛି । ଏହି କାରଣରୁ କୋଣାର୍କ ମନ୍ଦିର, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଚିଲିକା ହ୍ରଦ ଏବଂ ବିସ୍ତୃତ ବେଳାଭୂମି ବ୍ୟତୀତ ଓଡିଶାର ପର୍ଯ୍ୟଟନ ସମ୍ବଳ ଏବେବି ବିଶେଷ ପ୍ରଚାରିତ ଓ ପ୍ରସାରିତ ହୋଇ ନ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିନାହିଁ। ବର୍ତ୍ତମାନ କେତେକ ପର୍ଯ୍ୟଟନସ୍ଥଳିର ସୌନ୍ଦର୍ଯ୍ୟକରଣ ସହିତ ବିକାଶ ହେଉଛି ସତ ହେଲେ ନିର୍ମାଣରେ ସ୍ବଚ୍ଛତା ଅବଲମ୍ବନ ହେଉ ନ ଥିବାରୁ ସେଗୁଡିକର ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନ ଉଠିଛି। ଏଠାରେ ଯାଜପୁର ଜିଲାର ବ୍ୟାସସରୋବରକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ପ୍ରବାହିତ ଗଣ୍ଡାନାଳରେ ଆବଶ୍ୟକ ସୁରକ୍ଷା ପାଚେରୀ ନିର୍ମାଣ କରା ନ ଗଲେ ୬୪ କୋଟି ଟଙ୍କାର ବ୍ୟାସସରୋବର ପ୍ରକଳ୍ପ ବନ୍ୟା ପାଣିରେ ବୁଡିଯିବ ବୋଲି ମତପ୍ରକାଶ ପାଉଛି। ଓଡ଼ିଶାରେ ପ୍ରାକ ଐତିହାସିକ ଶିଳାଲିପିଠାରୁ ଆରମ୍ଭ କରି ବୌଦ୍ଧ ଯୁଗର ମଠ, ମନ୍ଦିର, ପ୍ରାକୃତିକ ଜଙ୍ଗଲ, ପ୍ରପାତ, ଐତିହାସିକ କୀର୍ତ୍ତିରାଜି ରହିଛି । ସେଥିରେ ପୁଣି ଯୋଡି ହୋଇଛି ହୀରାକୁଦ ଡ୍ୟାମ ଭଳି ଦୀର୍ଘତମ ମାଟିବନ୍ଧ । ଅଞ୍ଚଳର ବୟନ ଓ ଅନ୍ୟ ହସ୍ତକଳା ତଥା ଏହାର କଳାକାରମାନେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯୋଗ୍ୟତା ରଖିଛନ୍ତି । ହେଲେ କେବଳ କରୋନା ନୁହେଁ ପ୍ରଶାସନିକ ଉଦାସୀନତା ମଧ୍ୟ ଏଥିପାଇଁ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚ୍ୟ ହେଉଛି। ଏଠାକାର ସଂସ୍କୃତି, କଳା, ସାହିତ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ଯେତେ ସମୃଦ୍ଧ ସେହି ଅନୁପାତରେ ରାଜ୍ୟ ଓ ଦେଶ ବାହାରେ ସେତେ ସୁପରିଚିତ ା କିନ୍ତୁ ବିଡମ୍ବନା ଯେ, ଏହିସବୁର ବିକାଶ ଓ ରକ୍ଷଣାବେକ୍ଷଣ ଦିଗରେ ପର୍ଯ୍ୟଟନ ବିଭାଗ ସେତେଟା ଗୁରୁତ୍ୱ ଦେଉ ନ ଥିବାରୁ ବାହାର ପର୍ଯ୍ୟଟକଙ୍କ ମୁହଁରେ ବଦନାମ ହେବାକୁ ପଡୁଥିବା ଶୁଣିବାକୁ ମିଳୁଛି। ଏହାସହ ପଶ୍ଚିମଓଡିଶାର ବିଭିନ୍ନ ଜିଲାରେ ଦୁର୍ଗମ ଘଞ୍ଚ ଜଙ୍ଗଲ ପଥ ଅତିକ୍ରମ କରି ହରିଶଙ୍କର, ନୃସିଂହନାଥ, ପତୋରା, ଚଉଷଠି ଯୋଗିନୀ, ସମଲେଶ୍ୱରୀ ମନ୍ଦିର ଇତ୍ୟାଦି ରହିଛି। ହେଲେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେଉଛି। ଏହିକ୍ରମରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଏଲୋରା ଭାରତୀ ଜେନା ଜିଲସ୍ତରୀୟ ପର୍ଯ୍ୟଟକଙ୍କ ଆଗମନ ରିପୋର୍ଟ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?