ଆଜି ବି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣଙ୍କର ଜୀବନ ଗଲା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୭୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଅନୁଗୋଳରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ଏବଂ ଖୋର୍ଦ୍ଧାରୁ ୧୯ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୬, ବରଗଡ଼ ୧୦, ବଲାଙ୍ଗୀର ୩, ବୌଦ୍ଧ ୧, କଟକ ୭, ଦେବଗଡ଼ ୨, ଗଜପତି ୩, ଗଞ୍ଜାମ ୧, ଯାଜପୁର ୧, ଝାରସୁଗୁଡ଼ା ୧୧, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୩, ମୟୂରଭଞ୍ଜ ୮, ନୟାଗଡ଼ ୧ ନୂଆପଡ଼ା ୧୮, ପୁରୀ ୧୩ ଏବଂ ସୁନ୍ଦରଗଡ଼ରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୬। ସେହିପରି ଆଜି ରାଜ୍ୟରୁ ଜଣଙ୍କର ଜୀବନ ନେଇଛି କରୋନା। ମୃତକ ଜଣକ ଭୁବନେଶ୍ୱରର। ସେ ଡାଇବେଟିସ ଏବଂ କିଡ୍‌୍‌ନୀ ରୋଗରେ ପୀଡ଼ିତ ଥଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ବେଳେ ୩,୨୯,୩୧୮ଜଣ ସୁସ୍ଥ ହୋଇଛନ୍ତି। ୨୦୩୯ ଜଣ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ ସେଣ୍ଟରକୁ ନେଇ ସଂଘର୍ଷ

କୋଲକାତା,୧୫ା୪(ପି.ଟି.): କ୍ୱାରାଣ୍ଟାଇନ ସେଣ୍ଟର ସ୍ଥାପନକୁ ବିରୋଧ କରି ମଙ୍ଗଳବାର ପଶ୍ଚିମବଙ୍ଗ ଆସାନସୋଲ ସହରର ଚରୁଲିଆ ଅଞ୍ଚଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି।...

ଜଳବନ୍ଦୀ ଜୀବନ ବିତାଉଛନ୍ତି ୬ ଗ୍ରାମର ବାସିନ୍ଦା

ଦଶମନ୍ତପୁର,୨୨ା୭ (ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ବାଲିଗୁଡ଼ା, ବଡ଼କଙ୍କଡ଼ାପୁଟ, ସାନକଙ୍କଡ଼ାପୁଟ, ବାଲିଗୁଡ଼ା, ଡଙ୍ଗାୟତ ଫୁଟ, ଡୁମ୍ବାଗୁଡ଼ା ଆଦି ୬ଟି...

ସାବିତ୍ରୀ ରଥ ହେଲେ ହାଇକୋର୍ଟର ନୂଆ ବିଚାରପତି

କଟକ ଅଫିସ,୯।୬: ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ...

ଝାରସୁଗୁଡାରେ ଝାଡାବାନ୍ତି: ପୁଅଙ୍କ ପରେ ଚାଲିଗଲା ବାପାଙ୍କ ଜୀବନ

ଝାରସୁଗୁଡା ଅଫିସ,୩୦।୫: ଝାରସୁଗୁଡା ପୌରାଞ୍ଚଳ ୧୩ନଂ ଓ୍ବାର୍ଡ ଦେବାଡିହି ଗ୍ରାମରେ ଝାଡାବାନ୍ତିରେ ୧୫ରୁ ୨୦ ଗ୍ରାମବାସୀ ଆକ୍ରାନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ଆଦି ବିଭିନ୍ନ ହସ୍ପିଟାଲରେ...

ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ସାମ୍ପଲ ଟେଷ୍ଟ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଓଡ଼ିଶାରେ କରୋନା ସାମ୍ପଲ ଟେଷ୍ଟ ୨ ଲକ୍ଷ ଟପିଛି। ଏ ନେଇ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଭାଇଜାନ୍‌

ଭୁବନେଶ୍ୱର,୨୫ା୩(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିସାରିଲାଣି। ଅହେତୁକ ଭାବେ ବଢ଼ୁଥିବା ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା...

ବାଇକ୍‌ରେ ଢେଙ୍କାନାଳରୁ ଲଦାଖ

ଢେଙ୍କାନାଳ ଅଫିସ, ୨୨ା୯: ବାଇକ୍‌ରେ ଢେଙ୍କାନାଳରୁ ଲେହ, ଲଦାଖ। ୧୮ ଦିନରେ ୬ ହଜାର ୩୩୩ କିଲୋମିଟର ଦୀର୍ଘପଥ। ଏଭଳି ଦୁଃସାହସିକ ଯାତ୍ରା କରି ଚର୍ଚ୍ଚାକୁ...

ପ୍ରେକ୍ଷାଳୟରୁ ମୁହଁ ଫେରାଉଛନ୍ତି ଦର୍ଶକ

ଭୁବନେଶ୍ୱର,୮।୧୨ (ବ୍ୟୁରୋ):ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଉଛି ସିନେମା। ଟେଲିଭିଜନ ମାଧ୍ୟମରେ ଯେତେ ଚଳଚ୍ଚିତ୍ର ଦେଖିଲେ ବି ହଲ୍‌ରେ ବସି ଦେଖିବାର ମଜା ନିଆରା। ତେବେ କରୋନା...

Advertisement
Archives

Model This Week