ବାଂଲାଦେଶୀ କବାଡ଼ିଆ ସଂଖ୍ୟା ବଢୁଛି

ଯାଜପୁରରୋଡ୍‌,୭ା୬(ଡି.ଏନ.ଏ.): କଳିଙ୍ଗନଗରର ମୁଖଶାଳା ଭାବେ ପରିଚିତ କ୍ରମବର୍ଦ୍ଧିଷ୍ଣୁ ଯାଜପୁର ରୋଡ୍‌ ବା ବ୍ୟାସନଗର ସହରରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା। ଫଳରେ ସହରରେ ଦିନକୁ ଦିନ ଚୋରି, ଡକାୟତି ଭଳି ନାନା ପ୍ରକାର ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି। ସେମାନେ କବାଡ଼ିଆ ଭାବେ ଆସି ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି, ବସ୍ତି ଅଞ୍ଚଳରେ ବଳପୂର୍ବକ ମାଡ଼ିବସି ଘର କରି ରହୁଛନ୍ତି। ସହରର ରେଳବାଇ ପ୍ଲଟ, ମୁଣ୍ଡମାଳ, ସାପଗାଡ଼ିଆ, ବଙ୍ଗାଳି ସାହି, ଚୋରଦା ବାଇପାସ୍‌ ଓ ଧବଳଗିରି ଆଦି ଅଞ୍ଚଳରେ ଆଡ୍ଡା ଜମାଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି।
ସେମାନେ ରାତି ଦିନ ସହରର ବିଭିନ୍ନ ଅଞ୍ଚଳରେ ଦଳଦଳ ହୋଇ ବୁଲି ଦୋକାନ ବଜାରରୁ ବାହାରୁଥିବା ଜରି, ପ୍ଲାଷ୍ଟିକ, କାଗଜ ପଟି, ମଦ ବୋତଲ ଓ ବିଭିନ୍ନ କବାଡ଼ିଆ ଜିନିଷଗୁଡ଼ିକୁ ସଂଗ୍ରହ କରି ବିକ୍ରି କରୁଛନ୍ତି। ଏହି ଆଳରେ ଚୋରି, ଲୁଟ୍‌, ଡକାୟତି, ଅବୈଧ ନିଶା ଓ ଦେହ ବ୍ୟବସାୟ ପରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ଯାହାର ଶିକାର ହେଉଛନ୍ତି ଯୁବପିଢ଼ି। କିଛିବର୍ଷ ହେବ ପଶ୍ଚିମବଙ୍ଗର ମୁର୍ସିଦାବାଦ, ମେଦିନପୁର, ଚବିଶ ପର୍ଗନା ଓ ବେହେଲା ଅଞ୍ଚଳରୁ ନିର୍ମାଣ କାର୍ଯ୍ୟ କରିବାକୁ ରାଜମିସ୍ତ୍ରି, ଫେରିବାଲା ଓ କବାଡ଼ିଆଭାବେ ଆସି ଶହଶହ ସଂଖ୍ୟାରେ ପରିବାର ସହ ଏଠାରେ ବସବାସ କରୁଛନ୍ତି। ମଉକା ଦେଖି ଡକାୟତି କରି ଫେରାର ହୋଇଯାଉଛନ୍ତି। ପୋଲିସ ସେମାନଙ୍କୁ କାବୁ କରିବାରେ ବିଫଳ ହେଉଛି।
କେତେଜଣ ସ୍ଥାନୀୟ ନେତା ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କ ନାମ ଭୋଟର ଲିଷ୍ଟରେ ମଧ୍ୟ ସଂଯୋଗ କରିଛନ୍ତି। ସେମାନଙ୍କର କୌଣସି ପରିଚୟ ପତ୍ର ପୌର ପରିଷଦ, ପୋଲିସ କିମ୍ବା ପ୍ରଶାସନ ପାଖରେ ନାହିଁ। ସେମାନ ବାଂଲାଦେଶୀ ରିଫୁଜି ହୋଇଥିବାରୁ କିପରି ଓ କେଉଁ ବାଟେ ଆସୁଛନ୍ତି ତାହା ଜଣାପଡୁନାହିଁ। ପୋଲିସ ସେମାନଙ୍କୁ ତଦନ୍ତ ପରିସରକୁ ନ ଆଣିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଗାମୀ ଦିନରେ ସେମାନେ ସହରର ଓ ଜନସାଧାରଣଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଜିଲା ପ୍ରଶାସନ ଓ ପୋଲିସ ଏଥିପ୍ରତି ଗୁରୁତ୍ୱ ସହ ବିଚାର କରିବା ଆବଶ୍ୟକ ବୋଲି ସହରର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଯାଜପୁର ରୋଡ୍‌ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ସହରରେ ରହୁଥିବା ବାଂଲାଦେଶୀ କବାଡ଼ିଆ ଓ ନିର୍ମାଣ କାର୍ଯ୍ୟ ପାଇଁ ଆସୁଥିବା ବାହାର ରାଜ୍ୟର ରାଜମିସ୍ତ୍ରି ଏବଂ ଶ୍ରମିକମାନଙ୍କୁ ସେମାନଙ୍କ ପରିଚୟ ପତ୍ର ଏବଂ ପରିବାରର ଫଟୋ ଥାନାରେ ଆଣି ପ୍ରଦାନ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ପରିଚୟପତ୍ର ଦେଲେ ସେମାନଙ୍କ ତଥ୍ୟ ସଂଗ୍ରହ କରାଯିବ। ଏବେ ଦେଖିବାକୁ ଅପେକ୍ଷା ପୋଲିସ ଆଗାମୀ ଦିନରେ ଏହି କାର୍ଯ୍ୟରେ କେତେ ସଫଳ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri