Posted inUncategorized

କାଠ ଜାଳିଲେ ରାତି କଟେ

ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଞ୍ଚାୟତର ସଲପଗଣ୍ଡା ଓ ମୂଷିଗୁଡ଼ା ଗାଁରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ । ଗାଁକୁ ରାସ୍ତା ନାହିଁ । ରାତିରେ କାଠ ଜଳାଯାଏ। ସେହି ଆଲୁଅରେ ଆଦିବାସୀଙ୍କ ରାତି କଟେ । ସୋଲାର ଲାଇଟ୍‌ ୨ ବର୍ଷ ହେଲା ଅଚଳ। ଡିବିରି ଜାଳିବାକୁ କିରୋସିନି ମିଳୁନି। ଗାଁରେ ନଳକୂପ ନାହିଁ । ପାନୀୟ ଜଳ ପାଇଁ ଖୋଲା କୂଅ ଭରସା । ପାଠ ପଢ଼ା ପାଇଁ ୧୫ କିମି ଯିବାକୁ ପଡୁଥିବାରୁ ପିଲାଙ୍କ ବହିବସ୍ତାନିରେ ଡୋରି ବନ୍ଧା ହୋଇଛି। ଟେଲିଫୋନ ବି କାମ କରୁନି। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ନେଟ୍‌ଓ୍ବାକ କାମ କରିଥାଏ। ବିକାଶ ପାହାଡ଼ ଚଢ଼ି ପାରୁ ନ ଥିବାରୁ ଉପରୋକ୍ତ ଅଞ୍ଚଳର ଆଦିବାସୀମାନେ ଅଭିଶପ୍ତ ଜୀବନ ଜିଉଁଥିବା ଅଭିଯୋଗ ହୋଇଛି ା
ନୟାଗଡ଼ ଜିଲା ଗଣିଆ ବ୍ଲକ କାର୍ଯ୍ୟାଳୟଠାରୁ ୪୫ କିମି. ଓ ବଡ଼ସିିଲିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୫ କିମି.ଗଲେ ପଡେ ସଲପଗଣ୍ଡା ଓ ମୂଷିଗୁଡ଼ାଗାଁ । ସଲପଗଣ୍ଡାରେ ୧୮ ପରିବାରର ୬୭ ଓ ମୂଷିଗୁଡ଼ା ଗଁାରେ ୧୧ ପରିବାରର ୩୩ ଲୋକ ବାସ କରନ୍ତି। ଉଭୟ ଗଁା ସାତକୋଶିଆ ଅଭୟାରଣ୍ୟର ବସାଗଣ୍ଡ ପାହାଡ଼ରେ ଓ ନିମାଣି ଜଙ୍ଗଲ ଭିତରେ ରହିଛି । ଗାଁକୁ ଯିବାକୁ ହେଲେ ସବୁ ଦିନିଆ ରାସ୍ତା ନାହିଁ। ଆବୋଡା ଖାବୋଡା ଘାଟି ରାସ୍ତାରେ ଯିବାକୁ ପଡେ। ଏଠାରେ ସର୍ବନିମ୍ନ ସୁବିଧା ଅପହଞ୍ଚ । ଏନେଇ ମୂଷିଗୁଡ଼ା ଗଁାର ଅଞ୍ଜନା ଜାନି କୁହନ୍ତି, ସଲପଗଣ୍ଡା ଓ ମୂଷିଗୁଡ଼ାଗାଁକୁ ରାସ୍ତା ନାହିଁ । ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ପରି ଅନେକ ଯୋଜନା କାର୍ଯ୍ୟ କରୁଥିଲେ ମଧ୍ୟ ଆମ ଦୁଇ ଗାଁକୁ ରାସ୍ତା ହୋଇ ପାରୁନାହିଁ। ବନବିଭାଗର ଅସହଯୋଗ କାରଣରୁ ରାସ୍ତା ତିଆରି ହେଉନାହିଁ । ଗାଁରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ । ସୋଲାର ଲାଇଟ୍‌ ୨ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ଏହାର ମରାମତି ପ୍ରଶାସନ କରୁନି । ଆମେ ତ ଏହାର ମରାମତି କରି ଜାଣିନୁ । ଜଙ୍ଗଲ ସାମଗ୍ରୀ ଓ ଖଲିପତର ବିକି ଯାହା ରୋଜଗାର ହୁଏ ସେଥିରେ ଆମେ ଚଳୁ । ସରକାର ଆମ ଗାଁକୁ ରାସ୍ତା କରି ଦେଲେ ଅନ୍ୟ ସମସ୍ୟା ଧିରେ ଧିରେ ସମାଧାନ ହୋଇ ପାରନ୍ତା । ୱାର୍ଡମେମ୍ବର ନରେନ୍ଦ୍ର ପ୍ରଧାନ କୁହନ୍ତି, ମୁଁ ଜଣେ ଲୋକ ପ୍ରତିନିଧି ହେଲେ ବି ସଲପଗଣ୍ଡା ଓ ମୂଷିଗୁଡ଼ା ଗଁା ପାଇଁ କିଛି କରି ପାରୁନି । ଉଭୟ ଗାଁରେ ସବୁ ଅସୁବିଧା । ଖୋଲା କୂଅରେ ଚାନ୍ଦିନି କରି ପାରୁନୁ । ରୋଗ ହେଲେ ରୋଗୀଙ୍କୁ ଦଶପଲ୍ଲା ଅଥବା ଗଣିଆ ନେବାକୁ ପଡୁଛି। ଗଁାକୁ ଆମ୍ବୁଲାନ୍ସ ଅଥବା ଦମକଳ ଆସି ପାରେନା । ଗୁରୁତର ରୋଗୀଙ୍କୁ ଆମ ଗାଁଠାରୁ ୧୫ କିମି ଭାର, ଦୋଳା କରି ନେବା ପରେ ଦଶପଲ୍ଲା ଓ ଗଣିଆକୁ ଅଟୋରିକ୍ସାରେ ନେଇଥାଉ । ଗାଁରେ ନିଅଁା ଲାଗିଲେ ଆମେ ସବୁ ଏକାଠି ହୋଇ ନିଅଁା ଲିଭାଉ । ଗାଁରେ ସମସ୍ତଙ୍କ ଗାଈ ଅଛି । ହେଲେ ଗୁହାଳ ନାହିଁ । ଗୁହାଳ ଯୋଜନା ଆମ ପାଇଁ ଅପହଞ୍ଚ କହି ସେ କ୍ଷୋଭ ପ୍ରକାଶ କରିଥିଲେ ।
ମୂଷିଗୁଡ଼ା ଗଁାର ନିରଞ୍ଜନ ଜାନି କୁହନ୍ତି, ଆବାସ ଯୋଜନାରେ ଘର ଆମ ପାଇଁ ସ୍ବପ୍ନ । ଗାଁକୁ ରାସ୍ତା ନ ଥିବାରୁ ଆବାସ ଯୋଜନାରେ ଘର ମିଳିଲେ କରି ପାରୁନି। ସରକାରୀ ଅନୁଦାନ ଆମକୁ ପାଉନି। ସଲପଗଣ୍ଡା ଓ ମୂଷିଗୁଡ଼ାଗାଁରେ ମାତ୍ର ୩ଜଣ ଆବାସ ଯୋଜନାରେ ବହୁ କଷ୍ଟରେ ଘର କରିଛନ୍ତି । ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ । ଆଶା କର୍ମୀ ନାହାନ୍ତି । ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ସେବା ପାଇବାକୁ ହେଲେ ୧୫ କିମି ଯିବାକୁ ପଡେ। ସ୍ବାସ୍ଥ୍ୟସେବା ଓ ପ୍ରାଥମିକ ପାଠ ପାଇଁ ଗଁାରେ ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କୁ ନିୟୋଜିତ କରିବା ଦରକାର। ମୂଷିଗୁଡ଼ା ଗାଁର ଟିକିନା ଜାନି କୁହନ୍ତି, ବିଦ୍ୟୁତ୍‌ ନ ଥିବାବେଳେ କଣ୍ଟ୍ରୋଲ ଦୋକାନରେ କିରୋସିନି ମିଳୁନି । ଏଣୁ ସନ୍ଧ୍ୟା ହେଲେ କାଠ ଜାଳି ରାତିର ସବୁ କାମ ଶେଷ କରୁ। ପ୍ରତି ଘରର ଅଗଣାରେ ସନ୍ଧ୍ୟା ହେଲେ କାଠ ଖଣ୍ଡ ଜାଳି ତାର ଆଲୁଅରେ ରୋଷେଇ ଓ ଖାଇବା ପିଇବା ହୁଏ। ଗଁାକୁ ରାସ୍ତା ଓ ବିଦ୍ୟୁତ୍‌ ବ୍ୟବସ୍ଥା ପ୍ରଥମେ କରାଯିବା ଦରକାର। ସଲପଗଣ୍ଡା ଗଁାର ଚଞ୍ଚଳା ଜାନୀ କୁହନ୍ତି, ଆମେ କେତେ ଅସୁବିଧାରେ ଚଳୁଛୁ ଆମ ଗଁାକୁ ସରକାରୀ ବାବୁ ନ ହେଲେ ରାଜନେତା ଆସି ରାତି କଟାଇଲେ ପ୍ରକୃତ ଅସୁବିଧା ଜାଣି ପାରନ୍ତେ। ହେଲେ ସେମାନଙ୍କ ପାଦ ଆମ ଗଁାରେ ପଡୁନି । ଗଁାର ସମସ୍ୟା ଦୂର ପାଇଁ ବନବିଭାଗ, ସରପଞ୍ଚ, ବିଡିଓ, ଜିଲାପାଳ, ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଇଛୁ। ହେଲେ ଆମ ଗଁାର ସମସ୍ୟା ବଢ଼ିି ଚାଲିଥିଲେ ମଧ୍ୟ ସମାଧାନର ନଁା ଧରୁନି। ଦେଖାଯାଉ ଆଉ କେତେବର୍ଷ ଆମେ ଓ ଆମ ପିଲାମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ଉଭୟ ଗାଁ ଲୋକମାନେ ବୁଧବାର ଜିଲାପାଳଙ୍କୁ ଭେଟି ଉପରୋକ୍ତ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?