‘ଆୟକର ପ୍ରଶାସନକୁ ପାରଦର୍ଶୀ କରିବ ନୂଆ ବ୍ୟବସ୍ଥା’

ଭୁବନେଶ୍ୱର,୩ା୯:ଲୋକ ଚରିତ୍ର ମହାନ୍‌ ହେଲେ ପ୍ରଶାସନିକ କଟକଣା ଓ ଆଇନର ଛାଟ ଅନାବଶ୍ୟକ। ଟିକସ ପଇଠ କରିବାକୁ ସକ୍ଷମ ବ୍ୟକ୍ତିବିଶେଷ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାର ଆବଶ୍ୟକତା ରହିଛି। ନୂଆ ବ୍ୟବସ୍ଥା ଆୟକର ପ୍ରଶାସନକୁ ସ୍ବଚ୍ଛ ଏବଂ ପାରଦର୍ଶୀ କରିବା ସହ କରଦାତାଙ୍କ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହେବ। ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଭୁବନେଶ୍ୱର ପକ୍ଷରୁ ‘ଟିକସରେ ସ୍ବଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ’ ଶୀର୍ଷକ ଓ୍ବେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହା କହିଛନ୍ତି।
ଷଡ଼ଙ୍ଗୀ କହିଛନ୍ତି ଯେ, ବିଜ୍ଞାନସମ୍ମତ ଡିଜିଟାଲ ବ୍ୟବସ୍ଥା କୌଣସି ବ୍ୟକ୍ତିଙ୍କୁ ସଚ୍ଚୋଟ କରିପାରିବ ନାହିଁ। ସ୍ବେଚ୍ଛାକୃତ ଭାବେ ଟିକସ ପଇଠ କରି ଜଣେ ନିଜକୁ ଦାୟିତ୍ୱବାନ୍‌ ନାଗରିକ ଭାବେ ଗଢି ତୋଳିବା ସହ ଦେଶର ଅଭିବୃଦ୍ଧିରେ ନିଜର ଯୋଗଦାନ ରଖିପାରିବ। କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସ କହିଛନ୍ତି, କଳାଧନକୁ ରୋକିବାରେ ଆୟକର ବିଭାଗ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେଉଛି। ଡିଜିଟାଲ କର ନିର୍ଦ୍ଧାରଣ ସିଷ୍ଟମ ଯୋଗୁ ସମସ୍ତ ବ୍ୟବସ୍ଥା ସ୍ବୟଂକ୍ରିୟ ହୋଇ ପାରିବ। ଏଭଳି ପଦକ୍ଷେପ ଟିକସ ପ୍ରଶାସନ ଏବଂ ଟିକସଦାତାଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ କରିବାରେ ସହାୟକ ହେବ।
ଏଭଳି ପରିସ୍ଥିତିରେ ନୂତନ ଟିକସ ବ୍ୟବସ୍ଥା କରଦାତାଙ୍କୁ ବିଶେଷ ସହାୟକ ହେବ ବୋଲି ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ କହିଛନ୍ତି। ଆୟ ନ ଲୁଚାଇ ସଚ୍ଚୋଟ ନାଗରିକ ଭାବେ କର୍ତ୍ତବ୍ୟ ପାଳନ ପୂର୍ବକ ଆବଶ୍ୟକ ଟିକସ ପଇଠ କରିବାକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ଏଥିରେ ମତ ରଖିଛନ୍ତି। ନୂଆ ଟିକସ ବ୍ୟବସ୍ଥା ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ କ୍ଷେତ୍ରରେ ଯୋଗଦାନ ରଖିବ ବୋଲି ଉତ୍କଳ ଶିଳ୍ପ ବାଣିଜ୍ୟ ମହାସଂଘର ଉପାଧ୍ୟକ୍ଷ ଅଶୋକ କୁମାର ଶାରଦା ମତ ରଖିଥିଲେ। ଭୁବନେଶ୍ୱର ପିଆଇବିର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଓ୍ବେବିନାର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ କଲେ ବିଡିଓ-ତହସିଲଦାର

ଭଞ୍ଜନଗର,୮/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡାରେ ବିଗତ କିଛି ବର୍ଷ ହେବ ଲଗାତାର ଗ୍ରାମର ଲୋକଙ୍କୁ ଜଣ୍ଡିସ ହେଉଛି। ଏହାଦ୍ୱାରା ଗ୍ରାମର ଶିଶୁଠାରୁ ଆରମ୍ଭ…

୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ମହିଳାଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୮।୬: ରାଜ୍ୟ କ୍ୟାବିନେଟ୍‌ରେ ସୋମବାର ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଲୋକସେବା ଭବନର…

ଫେରାର୍‌ ହେବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ, ଜବତ ହେଲା…

ଆନନ୍ଦପୁର/ହାଟଡିହୀ,୮l୬(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବିଦେଶୀ ମଦ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ସୋମବାର ପୁରୁଣାଘାଟି ଗ୍ରାମର ସନାତନ ହୋଙ୍କ…

ଇରାନ-ଇସ୍ରାଏଲ ମହାଯୁଦ୍ଧ ଆରମ୍ଭ! ବାଜିଲା ସାଇରନ, ୨୪ ଘଣ୍ଟାରେ ବଦଳିଗଲା ମଧ୍ୟପ୍ରାଚ୍ୟର ଚିତ୍ର

ତେହରାନ, ୮।୬: ପଶ୍ଚିମ ଇରାନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଯେକୌଣସି ଉପାୟରେ ଇରାନ ଛାଡ଼ିବାକୁ…

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ଜଣକ ପରେ ଜଣେ ୨୦ ଏମ୍‌ପି ଛାଡ଼ିଲେ ସାଥ୍‌, ତଥାପି ‘ଦିଦି’ଙ୍କ ସହ ପାହାଡ଼ ଭଳି ଛିଡ଼ା ହେଲେ ଏହି ୨ ବିହାରୀ ବାବୁ! ଜାଣନ୍ତୁ ସେମାନେ କିଏ…

କୋଲକାତା, ୮।୬: ପଶ୍ଚିମବଙ୍ଗ ରାଜନୀତିରେ ଏହି ସମୟରେ ମମତା ବାନାର୍ଜୀ ଏବଂ ଟିଏମସି (TMC) ଉପରେ ଏକ ବଡ଼ ପ୍ରକମ୍ପନ ସୃଷ୍ଟି ହୋଇଛି। ଏହି ପ୍ରକମ୍ପନ ତୃଣମୂଳ…

ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ…

ଭବାନୀପାଟଣାରେ ଯୁବକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତିି

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶବରପଡ଼ାରେ ରବିବାର ରାତିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଯୁବକଙ୍କ ନାମ ଶିବ ପ୍ରସାଦ ନାଏକ (୨୫)ବୋଲି ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri