ଗ୍ଲୋବାଲ ସାଉଥ୍‌ର ନୂତନ ପଥ

ଗର୍ଡନ ବ୍ରାଉନ

 

ଅନ୍ତର୍ଜାତୀୟ ଆର୍ଥିକ ଢାଞ୍ଚାରେ ସଂସ୍କାର ଆଣିବା ପାଇଁ ବାର୍ବାଡିଆନ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟ୍‌ଲିଙ୍କ ଉଚ୍ଚାଭିଳାଷୀ ବ୍ରିଜ୍‌ଟାଉନ ଏଜେଣ୍ଡା ଜଳବାୟୁ ନ୍ୟାୟ ପାଇଁ ଏକ ଶକ୍ତିଶାଳୀ ଯୁକ୍ତି ହୋଇପାରିଛି। କିନ୍ତୁ ଆଜି ଆମେ ସମ୍ମୁଖୀନ ହେଉଥିବା ଗଭୀର ଆହ୍ବାନକୁ ମୁକାବିଲା କରିବା ପାଇଁ ସେ ଏକମାତ୍ର ବିଶ୍ୱ ନେତା ନୁହନ୍ତି। ଗ୍ଲୋବାଲ ସାଉଥ୍‌ରୁ ଏକ ନୂତନ ପିଢ଼ିର ନେତାମାନଙ୍କ ସ୍ବର ଶୁଣିବାକୁ ମିଳୁଛି। ଉଦାହରଣ ସ୍ବରୂପ, କେନିଆ ରାଷ୍ଟ୍ରପତି ୱିଲିୟମ ରୁଟୋ ଆଫ୍ରିକାରେ ଜଳବାୟୁ ସକାରାତ୍ମକ ଅଭିବୃଦ୍ଧି ଦିଗରେ ଏକ ନୂତନ ପଥ ପ୍ରସ୍ତୁତ କରୁଛନ୍ତି। ଲାଟିନ୍‌ ଆମେରିକାରେ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଏକ ନୂତନ ମାର୍ଶାଲ ଯୋଜନା ପାଇଁ ଦାବି କରିଛନ୍ତି। ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍‌ ଇନାସିଓ ଲୁଲା ଡି ସିଲ୍‌ଭା କ୍ଷୁଧା, ଦାରିଦ୍ର୍ୟ ତଥା ଅସମାନତାକୁ ନିୟନ୍ତ୍ରଣ କରିବା, ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୨୪ରେ ତାଙ୍କ ଦେଶର ଜି୨୦ ଅଧ୍ୟକ୍ଷତା ସମୟରେ ପୁରୁଣା ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।
ଏକ ଦଶନ୍ଧିର ସଂରକ୍ଷଣବାଦ ଏବଂ ବିଖଣ୍ଡିତ ପ୍ରକ୍ରିୟା ପରେ ଏହିସବୁ ପଦକ୍ଷେପ ଆବଶ୍ୟକ ସଂସ୍କାର ଆଣିବା ପାଇଁ ବିଶ୍ୱସ୍ତରୀୟ ସହମତି ସୃଷ୍ଟି କରିବାକୁ ଚେଷ୍ଟାକରେ। କୋଭିଡ୍‌-୧୯ ପରବର୍ତ୍ତୀ ବିଶ୍ୱରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି ବୋଲି ଜି୨୦ ଏବେ ଅନୁଭବ କରୁଛି। ଶକ୍ତି ଏବଂ ଖାଦ୍ୟ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ବିଶ୍ୱର ଗରିବ ଦେଶଗୁଡ଼ିକରେ ଅନିୟନ୍ତ୍ରିତ ଋଣ ଭାର ସାମ୍ନାକୁ ଆସିଛି। ଏହାସହ ରେକର୍ଡ ସଂଖ୍ୟକ ଜଳବାୟୁ ବିପର୍ଯ୍ୟୟକୁ ବିଶ୍ୱ ସାମ୍ନା କରୁଛି। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଏବଂ ବିକାଶ ଲକ୍ଷ୍ୟ ହାସଲ କରିବାକୁ ବିକାଶଶୀଳ ଦେଶଗୁଡିକ ବାର୍ଷିକ ଅତି କମ୍‌ରେ ୧ ଟ୍ରିଲିୟନ ଡଲାର ଆବଶ୍ୟକ କରନ୍ତି । କିନ୍ତୁ ଏଥିପ୍ରତି ନିଷ୍କ୍ରିୟତା ଯୋଗୁ ଅଧିତ୍କ କ୍ଷତି ଘଟୁଛି। ଆମର ସାମୂହିକ ଭବିଷ୍ୟତ ପାଣ୍ଠି ଯୋଗାଣ ବୃଦ୍ଧି ଉପରେ ନିର୍ଭରକରେ ଏବଂ ଜୀବାଶ୍ମ ଇନ୍ଧନରୁ ଅପ୍ରତ୍ୟାଶିତ ଆୟ ଉପରେ ଏକ ଶୁଳ୍କ ଲଗାଇ ପାଣ୍ଠି ଯୋଗାଡ଼ ଆରମ୍ଭ କରିବାକୁ ହେବ। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫାତିହ ବିରୋଲଙ୍କ ଅନୁଯାୟୀ ୨୦୨୨ରେ ବିଶ୍ୱର ତୈଳ ଏବଂ ଗ୍ୟାସ୍‌ ଶିଳ୍ପର ଆୟ ପ୍ରାୟ ୪ ଟ୍ରିଲିୟନ ଡଲାର ଥିଲା । ତା’ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏହା ହାରାହାରି ୨.୫ ଟ୍ରିଲିୟନ ଡଲାର ଅଧିକ। ବାସ୍ତବରେ ଏହି ଟଙ୍କା ଗ୍ରାହକଙ୍କଠାରୁ ଆସିଛି। ବିଶ୍ୱର କେତେକ ଧନୀ କମ୍ପାନୀ ଶକ୍ତିର ମୂଲ୍ୟ ଅତ୍ୟଧିକ ବଢ଼ାଇ ଜୀବନ ସଙ୍କଟ ସମୟରେ ଅତ୍ୟଧିକ ଲାଭ କରୁଛନ୍ତି । ଏହା ଗରିବ ଏବଂ ବିପଦରେ ଥିବା ଲୋକଙ୍କୁ ପ୍ରଭାବିତ କରିଛି । ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ଏହି ପ୍ରଭାବଶାଳୀ ଟ୍ୟାକ୍ସର ସବୁଠୁ ବଡ଼ ହିତାଧିକାରୀମାନେ ହେଉଛନ୍ତି ତୈଳ ଉତ୍ପାଦନକାରୀ ଦେଶ। ଏମାନଙ୍କ ମଧ୍ୟରେ କାନାଡା, ଅଷ୍ଟ୍ରେଲିଆ, ଇରାକ ଓ ଇରାନ ଭଳି ଦେଶର ମୋଟ ରପ୍ତାନି ରାଜସ୍ବ ୨୦୨୨ରେ ପ୍ରାୟ ୧ ଟ୍ରିଲିୟନ ଡଲାର ଥିଲା। ଏହିସବୁ ଦେଶ ମଧ୍ୟରେ ସବୁଠୁ ଆଗରେ ଥିବା ଦେଶରେ ମୁଣ୍ଡ ପିଛା ଆୟ ବିଶ୍ୱରେ ସର୍ବାଧିକ। ସ୍ଥାୟୀ ତଥା ସହନୀୟ ବିକାଶ ପାଇଁ ବିଶ୍ୱ ପାଣ୍ଠିକୁ ଅର୍ଥ ଦେବାକୁ ଏମାନେ ସକ୍ଷମ। ଅତ୍ୟଧିକ ହାଇଡ୍ରୋକାର୍ବନ ରପ୍ତାନି ରାଜସ୍ବ ଉପରେ ସ୍ବେଚ୍ଛାକୃତ ଭାବେ ଶୁଳ୍କ ଦେଇ ସେମାନେ ଏହା କରିପାରିବେ। ୨୦୨୨ରେ ସଂଯୁକ୍ତ ଆରବ ସଂଘର ରପ୍ତାନି ଆୟ (୧୧୯ ବିଲିୟନ ଡଲାର), କାତାର(୧୧୬ ବିଲିୟନ ଡଲାର), କୁଏଟ୍‌(୯୮ବିଲିୟନ ଡଲାର), ନରଓ୍ବେ( ପାଖାପାଖି ୧୭୪ ବିଲିୟନ ଡଲାର) ଏବଂ ସାଉଦି ଆରବ(୩୧୧ ବିଲିୟନ ଡଲାର) ଉପରେ ୩% ଶୁଳ୍କ ହେଲେ ସେଥିରୁ ମୋଟରେ ପାଖାପାଖି ୨୫ ବିଲିୟନ ଡଲାର ପାଣ୍ଠି ଯୋଗାଡ଼ ହୋଇପାରିବ। ନିକଟରେ ସାଉଦି ଏକୁଟିଆ ଫୁଟ୍‌ବଲ, ଫର୍ମୁଲା ଓ୍ବାନ୍‌ ରେସ୍‌ ଏବଂ ଅନ୍ୟ ସ୍ପୋଟର୍‌ସ ଚୁକ୍ତି ଉପରେ କରିଥିବା ଖର୍ଚ୍ଚ ପରିମାଣ ଠାରୁ ବହୁ କମ୍‌।
ସୌଭାଗ୍ୟବଶତଃ, ଚଳିତ ବର୍ଷର ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୮) ୟୁଏଇରେ ଅନୁଷ୍ଠିତ ହେବ। ଜୁଲାଇରେ ତାଙ୍କର କାର୍ଯ୍ୟ ଯୋଜନା ବିଷୟରେ ବର୍ଣ୍ଣନା କରି କପ୍‌୨୮ର ନିଯୁକ୍ତ ଅଧ୍ୟକ୍ଷ ସୁଲତାନ ଅଲ ଜାବର ଯୋଜନାର ଚାରିଟି କାର୍ଯ୍ୟକ୍ରମ ମଧ୍ୟରେ ଗୋଟିକୁ ‘କ୍ଲାଇମେଟ୍‌ ଫାଇନାନ୍ସ ଫିକ୍ସିଂ’ବା ‘ଜଳବାୟୁ ପ୍ରଭାବକୁ ମୁକାବିଲା କରିବା ଲାଗି ଅର୍ଥ ସ୍ଥିର କରିବା’ ଭାବେ ନାମିତ କରିଥିଲେ। ସେ ଯୁକ୍ତି ବାଢି଼ଥିଲେ ଯେ ସମସ୍ତ ପ୍ରକାର ଅର୍ଥ ଯୋଗାଣ ଅଧିକ ଉପଲବ୍ଧ, ସୁଗମ ଏବଂ ସୁଲଭ ହେବା ଆବଶ୍ୟକ। ସେହିଭଳି ସେ ପ୍ରତିଶ୍ରୁତି ଦେଇ ଅର୍ଥ ଦେବାରେ ବିଳମ୍ବ କରିଥିବା ଦେଶଗୁଡ଼ିକୁ ତାହା ପ୍ରଦାନ କରିବାକୁ ଆହ୍ବାନ ଦେଇଛନ୍ତି। କିନ୍ତୁ ଜି୨୦ ଅଧ୍ୟକ୍ଷ ଭାବେ ୟୁଏଇ ଏ କ୍ଷେତ୍ରରେ ନେତୃତ୍ୱ ନେବାର ଦାୟିତ୍ୱ ରହିଛି। କପ୍‌୨୮କୁ ଆରମ୍ଭ କରିବାର ସର୍ବୋତ୍ତମ ଉପାୟ ହେଉଛି ଆବୁଧାବି ଜାତୀୟ ତୈଳ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଗୋଷ୍ଠୀ ସିଇଓ ଅଲ୍‌ ଜାବର ତାଙ୍କ ଦେଶ ଆୟରୁ ୩ ବିଲିୟନ ଡଲାର ଦେବେ ଓ ଅନ୍ୟ ଧନୀ ଗଲ୍ଫ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ସେହିପରି କରିବାକୁ ପ୍ରେରିତ କରିବେ ବୋଲି ଘୋଷଣା କରିବାକୁ ହେବ। ଅନୁଦାନ ଅର୍ଥରୁ ଅଧାରୁ ଅଧିକ ଲସ୍‌ ଆଣ୍ଡ୍‌ ଡ୍ୟାମେଜ୍‌ ଫଣ୍ଡ୍‌କୁ ଯାଇପାରେ, ଯାହା ଉପରେ କପ୍‌୨୭ ରେ ସହମତି ହୋଇଥିଲା। କିନ୍ତୁ ଆରମ୍ଭରୁ ଅଳ୍ପ ଅର୍ଥ ମିଳିପାରିଛି, ବାକିଗୁଡିକ ପୁଞ୍ଜି ଭାବରେ ବ୍ୟବହୃତ ହୋଇଛି ଏବଂ ଜଳବାୟୁ ପ୍ରଭାବ ହ୍ରାସ ପାଇଁ ନୂତନ କାର୍ଯ୍ୟକ୍ରମ ପାଇଁ ଅନୁଦାନ ପ୍ରଦାନ କରାଯାଇଛି । ଅନ୍ତର୍ଜାତୀୟ ସମୁଦାୟ ଏହି ଆଦାୟ ପାଣ୍ଠିକୁ ବିକାଶଶୀଳ ଦେଶଗୁଡ଼ିକ ପାଇଁ ଏକ ବ୍ୟାପକ ଆର୍ଥିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବ୍ୟବହାର କରିବା ଆବଶ୍ୟକ। ଏହି ନୀତି ଉପରେ ଆଧାରକରି ଧନୀ ଓ ଅତ୍ୟଧିକ ପ୍ରଦୂଷଣ କରୁଥିବା ଦେଶଗୁଡ଼ିକ ବିଶ୍ୱ ତାପନରେ ଅଧିକ ପ୍ରଭାବିତ ଗରିବ ଦେଶଗୁଡ଼ିକର ସାହାଯ୍ୟ କରିବା ଲାଗି ଅଧିକ ଅର୍ଥ ଯୋଗାଇଦେବା ଉଚିତ। କେବଳ ସହାୟତା ବଜେଟ ବୃଦ୍ଧି କରାଯିବା ଉଚିତ ନୁହେଁ, ଗରିବ ଦେଶଗୁଡ଼ିକ ପାଇଁ ବିଶ୍ୱବ୍ୟାଙ୍କର ଅର୍ଥ ଯୋଗାଣ ସଂସ୍ଥା ଅନ୍ତର୍ଜାତୀୟ ବିକାଶ ସଂଘ( ଆଇଡିଏ) ମଧ୍ୟ ଆସନ୍ତା ବର୍ଷ ଅତ୍ୟଧିକ ଅର୍ଥ ସଂଗ୍ରହ କରିବା ଦରକାର।
ସ୍ବଳ୍ପ ଆୟକାରୀ ଦେଶଗୁଡିକ ପାଇଁ ୯୦ ବିଲିୟନ ଡଲାରର ରିହାତି ଅର୍ଥ ପ୍ରଦାନ କରିବା ହେଉଛି ଅର୍ଥନୀତିଜ୍ଞ ଏନ୍‌.କେ. ସିଂ ଏବଂ ଆମେରିକାର ପୂର୍ବତନ ଟ୍ରେଜେରି ସେକ୍ରେଟାରି ଲରେନ୍ସ ଏଚ୍‌ ସୁମର୍ସଙ୍କ ରିପୋର୍ଟର କେନ୍ଦ୍ରବିନ୍ଦୁ। ସେମାନେ ଯୁକ୍ତି କରନ୍ତି, ମଲ୍‌ଟିଲାଟେରାଲ ଡେଭଲପମେଣ୍ଟ ବ୍ୟାଙ୍କ ବା ବହୁପକ୍ଷୀୟ ବିକାଶ ବ୍ୟାଙ୍କ (ଏମ୍‌ଡିବିଏସ୍‌)ର ବ୍ୟବସ୍ଥା ତାହାର ସାମଗ୍ରିକ କ୍ଷମତା ବୃଦ୍ଧି କରିବା ଆବଶ୍ୟକ। ଅର୍ଥାତ୍‌, ମଧ୍ୟମ ଆୟକାରୀ ଦେଶଗୁଡିକ ପାଇଁ ବର୍ଷକୁ ଯାହା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହାକୁ ୩ଗୁଣ ବଢ଼ାଇ ୩୦୦ ବିଲିୟନ ଡଲାର କରିବା ଦରକାର। ସେମାନଙ୍କର ପ୍ରସ୍ତାବର ଏକ ଅଂଶ ଭାବରେ ବିଶ୍ୱବ୍ୟାଙ୍କର ପୁନଃ ପୁଞ୍ଜୀକରଣ ଅନ୍ତର୍ଭୁକ୍ତ ହୋଇଛି। ସେମାନେ ଗ୍ୟାରେଣ୍ଟିର ବ୍ୟାପକ ବ୍ୟବହାରକୁ ସମର୍ଥନ କରନ୍ତି। ଉଚ୍ଚ ଆୟକାରୀ ଦେଶଗୁଡିକ ଏଭଳି ଗ୍ୟାରେଣ୍ଟି ପ୍ରଦାନ କରିପାରନ୍ତି ଏବଂ ଏହା କରିବା ଉଚିତ, ଯାହାଦ୍ୱାରା ଏମ୍‌ଡିବି ପୁଞ୍ଜିବଜାରରୁ ଆକର୍ଷଣୀୟ ସର୍ତ୍ତରେ ଋଣ କରିବାକୁ ସକ୍ଷମ ହେବ। ଏଭଳି ପଦକ୍ଷେପଗୁଡ଼ିକ ଠିକ୍‌ ଭାବରେ ପରିଚାଳିତ ହେଲେ ତାହା ଘରୋଇ କ୍ଷେତ୍ରର ଋଣ ପ୍ରଦାନକୁ ସଞ୍ଚାଳିତ କରିପାରିବ,ଯାହା ଜଳବାୟୁ ଲକ୍ଷ୍ୟ ସବୁକୁ ପୂରଣ କରିବା ପାଇଁ ଜରୁରୀ । ଶୁଳ୍କ ଏବଂ ଗ୍ୟାରେଣ୍ଟିର ବ୍ୟବହାର ଉପରେ ଯଦି କପ୍‌୨୮ ରେ ସହମତି ପ୍ରକାଶ ପାଏ ତେବେ ୨୦୩୦ ସୁଦ୍ଧା ବିକାଶଶୀଳ ଦେଶଗୁଡ଼ିକୁ ବାର୍ଷିକ ୧ ଟ୍ରିଲିୟନ ଡଲାର ଯୋଗାଇଦେବାରେ କପ୍‌୨୮ ଏକ ଉପଯୋଗୀ ପ୍ଲାଟ୍‌ଫର୍ମ ହୋଇପାରେ।
ସତୁରି ବର୍ଷ ପୂର୍ବେ, ମୂଳ ମାର୍ଶାଲ ଯୋଜନା ଅଧୀନରେ ଆମେରିକା ଯୁଦ୍ଧ ପରେ ପୁନର୍ନିମାଣ ପାଇଁ ୟୁରୋପକୁ ୧୩.୩ ବିଲିୟନ ଡଲାର (ଆଜିର ଅର୍ଥରେ ୧୬୯ ବିଲିୟନ ଡଲାର) ଋଣ ଦେଇଥିଲା। ବିଶ୍ୱସ୍ତରୀୟ ନେତୃତ୍ୱର ଏହା ଏକ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ଯାହା ଦଶନ୍ଧି ଧରି ସ୍ଥିର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥିଲା। ଆଜିର ବିଶ୍ୱ ସମ୍ମୁଖୀନ ହେଉଥିବା ସଙ୍କଟଗୁଡିକ ସମ୍ପୂର୍ଣ୍ଣ ଭିନ୍ନ। ଏଣୁ ପ୍ରତିକ୍ରିୟାର ସ୍ତର ସମାନ ଭାବରେ ଉଚ୍ଚାଭିଳାଷୀ ହେବା ଆବଶ୍ୟକ। ଗ୍ଲୋବାଲ ସାଉଥ୍‌ ଦେଶଗୁଡିକ ଆଗକୁ ବଢ଼ିବାକୁ ରାସ୍ତା ଖୋଜୁଛନ୍ତି। ବର୍ତ୍ତମାନ ଗ୍ଲୋବାଲ ନର୍ଥରେ ଥିବା ସେମାନଙ୍କର ପ୍ରତିପକ୍ଷ ଧନୀଦେଶଗୁଡ଼ିକ ପଦକ୍ଷେପ ଗ୍ରହଣକରି ଆବଶ୍ୟକ ଅର୍ଥ ଯୋଗାଇଦେବା ଉଚିତ। ପ୍ରକୃତରେ ସେମାନଙ୍କ ପାଖରେ ହିଁ ଅର୍ଥ ଅଛି। କିନ୍ତୁ ପରବର୍ତ୍ତୀ ସଙ୍କଟ ଆସିବା ପୂର୍ବରୁ ଆମକୁ ରାଜନୈତିକ ସ୍ତରରେ ବିଚାରକରି ତାହାକୁ ବ୍ୟବହାର କରିବାକୁ ପଡ଼ିବ।
ପୂର୍ବତନ ପ୍ରଧାନମନ୍ତ୍ରୀ, ବ୍ରିଟେନ୍‌


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri