ଢିପ ଜମି ଫାଟିଲାଣି, ଚାଷୀଙ୍କୁ ମିଳୁନି ପାଣିପମ୍ପ୍‌

କେନ୍ଦ୍ରାପଡ଼ା, ୧୨ା୧୦(ଜଗନ୍ନାଥ ଧଳ)ଚଳିତବର୍ଷ କେନ୍ଦ୍ରାପଡ଼ାରେ ବର୍ଷା ପରିମାଣ କମ୍‌ ରହିଛି। ଜିଲାର ପ୍ରାୟ ୩୧ ହଜାର ହେକ୍ଟର ଜମି ଢିପ ହୋଇଥିବାରୁ ମରୁଡ଼ି ଅବସ୍ଥାକୁ ଆସିଛି। ଏହି ସମୟରେ ପାଣିର ଆବଶ୍ୟକତା ଅଛି। ଚାଷୀଙ୍କୁ ସବ୍‌ସିଡିରେ ପାଣିପମ୍ପ୍‌ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରିଥିଲେ ମଧ୍ୟ କୃଷି ବିଭାଗରେ ଆବଶ୍ୟକ ସଂଖ୍ୟାରେ ଉପଲବ୍ଧ ନାହିଁ। ଯେତିକି ପରିମାଣରେ ଆସୁଛି, ଅଧିକାଂଶ ମିଛଚାଷୀ ତାହାକୁ ହାତଉଛନ୍ତି। ଏପରି ଅଭିଯୋଗ ଜିଲାପାଳଙ୍କ ଜନଶୁଣାଣି ସମୟରେ ମଙ୍ଗଳବାର ପହଞ୍ଚତ୍ଛି। ଅଭିଯୋଗକାରୀମାନେ ୫ ବର୍ଷ ମଧ୍ୟରେ ରିହାତି ଦରରେ ବିକ୍ରୟ ହୋଇଥିବା କୃଷି ସରଞ୍ଜାମ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି।
ଏ ସମ୍ପର୍କରେ କୃଷକ ନେତା ପ୍ରତ୍ୟୁଷ କୁମାର ରାଉତ କହିଛନ୍ତି, ଫାର୍ମ ମେକାନାଇଜ୍‌ ସ୍କିମରେ କୃଷି ସରଞ୍ଜାମ ୨୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାଷୀଙ୍କୁ ରିହାତି ମିଳୁଛି। ତେବେ ଏହି ରିହାତି ଅର୍ଥ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। କୃଷି ବିଭାଗର କେତେ ଜଣ ଅଧିକାରୀ, ସପ୍ଲାୟର ସବ୍‌ସିଡି ଅର୍ଥକୁ ହେରଫେର କରୁଥିବା ଦେଖାଯାଉଛି। ସେ କହିଛନ୍ତି ଯେ, ୨୦୨୨ରେ କମ୍ବାଇନ ହାର୍ଭେଷ୍ଟର କିଣିବା ପାଇଁ କୃଷି ବିଭାଗରେ ଆବେଦନପତ୍ର ଦେଇଥିଲେ। କେନ୍ଦ୍ରାପଡ଼ା ଜିଲା ପାଇଁ ହାର୍ଭେଷ୍ଟର ଆଲଟ୍‌ମେଣ୍ଟ ହେବା ପରଦିନ ବିକ୍ରି ସରି ଯାଇଥିବା ବିଭାଗୀୟ ଅଧିକାରୀଙ୍କ ସମେତ ସପ୍ଲାୟର କହିଥିଲେ। ଅଭିଯୋଗକାରୀ ଚାଷୀ ମଦନମୋହନ ସାହୁ କହିଛନ୍ତି, ସରକାର ଚାଷୀଙ୍କୁ ସବ୍‌ସିଡିରେ ଟ୍ରାକ୍ଟର, ପାୱାରଟିଲର, ପାଣିପମ୍ପ, ଧାନ ଓ ବାଦାମ ଝଡ଼ା ମେଶିନ ଆଦି ବିଭିନ୍ନ କୃଷିଯନ୍ତ୍ରପାତି ତଥା ଉପକରଣ ଯୋଗାଉଛନ୍ତି। ଏଥିପାଇଁ ସହରର ଦୁହୁରିଆ, ଖଡ଼ଇଙ୍ଗ, ଗରାପୁର, ଗୋପ ଆଦି ଅଞ୍ଚଳରେ ପ୍ରାଧିକୃତ ସପ୍ଲାୟର ଅଛନ୍ତି। ତେବେ କ୍ଷେତରେ ଜଳସେଚନ ପାଇଁ ପାଣି ପମ୍ପଟିଏ ସମ୍ପୃକ୍ତ ସପ୍ଲାୟରଙ୍କଠାରୁ କୃଷି ବିଭାଗର ମଞ୍ଜୁରୀ ସତ୍ତ୍ୱେ ରିହାତି ଦରରେ ମିଳୁନାହିଁ। ମିଳୁଥିବା ୫୦% ରିହାତି କାହା ଖାତାକୁ ଯାଉଛି ତାହା ତଦନ୍ତସାପେକ୍ଷ। ଅନ୍ୟତମ ଅଭିଯୋଗକାରୀ ଆଶିଷ କୁମାର ମହାପାତ୍ର କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ଆସୁଥିବା ପାୱାରଟିଲର କଲିକତାକୁ ଚାଲାଣ ହେଉଥିବା ବହୁ ସମୟରେ ଦେଖାଯାଉଛି। ସେହିପରି କୃଷି କ୍ଷେତ୍ର ପାଇଁ ଆସିଥିବା ଟ୍ରାକ୍ଟର ଏବେ ରାସ୍ତାରେ ପରିବହନ କାର୍ଯ୍ୟରେ ଲାଗୁଛି। ମିଛଚାଷୀଙ୍କ ପରମିଟରେ ବ୍ୟବସାୟୀମାନେ ଟ୍ରାକ୍ଟର, ପାୱାରଟିଲର ହାତଉଥିବାରୁ ପ୍ରଶାସନିକ ତଦନ୍ତ ହେଲେ ବହୁ ଅନିୟମିତତା ପଦାକୁ ଆସିବ। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଆସନ୍ତା ଡିସେମ୍ବରରେ ଖରିଫ ଧାନ ଅମଳ ହେବ। ଚାଷ ପାଇଁ ଅଧିକ ହାର୍ଭେଷ୍ଟର ଓ ପାୱାରଟିଲର, ପାଣିପମ୍ପ ଆବଶ୍ୟକ। ରିହାତି ଦରରେ ବିକ୍ରୟ ହେଉଥିବା କୃଷି ସାମଗ୍ରୀ ବ୍ୟବସାୟୀମାନେ କାଗଜପତ୍ରରେ ବିକ୍ରି ହେଉଥିବା ଦର୍ଶାଉଛନ୍ତି। ଏହାର ସବ୍‌ସିଡି ଅର୍ଥ ସପ୍ଲାୟର ହାତେଇ ନେଉଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ କରିବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରିହାତି ଅର୍ଥରେ ବିକ୍ରୟ ହେଉଥିବା କୃଷି ସରଞ୍ଜାମରେ ଅନିୟମିତତା ହୋଇଥିବା ନେଇ ଚାଷୀଙ୍କ ଅଭିଯୋଗକୁ ତଦନ୍ତ କରାଯିବ। ଏ ନେଇ ଜିଲା କୃଷି ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ବିଭାଗୀୟ ତଦନ୍ତ ପରେ ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?