ନୂଆ ଶତ୍ରୁ

ମହିଳାଙ୍କ ପାଇଁ ସାମାଜିକ କଟକଣା ଓ ପୁରୁଷକୈନ୍ଦ୍ରିକ ମାନସିକତା ଏକମାତ୍ର ଶତ୍ରୁ ନୁହେଁ। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମହିଳାଙ୍କୁ କ୍ଷତି ପହଞ୍ଚାଇବାରେ ଲାଗିଲାଣି। ନିକଟରେ ଅନ୍ତର୍ଜାତୀୟ ପତ୍ରିକା ‘ସିଗ୍ନିଫିକାନ୍ସ ମାଗାଜିନ୍‌’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ଅସହ୍ୟ ଗରମ ଲିଙ୍ଗଗତ ବୈଷମ୍ୟ ସୃଷ୍ଟି କରୁଛି। ଫଳରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ପ୍ରଭାବିତ ହେଉଛନ୍ତି। କାରଣ ଅତ୍ୟଧିକ ଖରାରେ ଅନେକ ମହିଳା କୃଷି କ୍ଷେତରେ କାମ କରିବାଠାରୁ ଆରମ୍ଭ କରି ପାଣି ଆଣିବା ପାଇଁ ଅନେକ କୋଶ ବାଟ ଯାଉଛନ୍ତି। ଅତ୍ୟଧିକ ଗରମ ଯୋଗୁ ସେମାନଙ୍କ ଖାଦ୍ୟ ହଜମ ହେଉ ନ ଥିବା ବେଳେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି। ଏପରିକି କେତେକ ମହିଳା ମୃତ ଶିଶୁ ଜନ୍ମ ଦେଉଛନ୍ତି।
ସମ୍ପୃକ୍ତ ପତ୍ରିକାର ରିପୋର୍ଟକୁ ତର୍ଜମା କଲେ ବାସ୍ତବ କ୍ଷେତ୍ରରେ ତାହା ଘଟୁଥିବା ଅନୁମାନଯୋଗ୍ୟ। କାରଣ ଏବର ସ୍ଥିତିରେ ପିଲାଙ୍କଠାରେ ଅଟିଜମ୍‌ର ଲକ୍ଷଣ ପୂର୍ବାପେକ୍ଷା ବଢ଼ୁଥିବା ଦେଖିବାକୁ ମିଳୁଛି। ଏପରିକି ମାତାପିତାଙ୍କର ଦୁଇଟି ଶିଶୁ ମଧ୍ୟ ଅଟିଷ୍ଟିକ୍‌ ବାହାରୁଛନ୍ତି। ହେଲେ ଭାରତରେ ଏ ସଂକ୍ରାନ୍ତରେ ଗବେଷଣା କରାଯାଉ ନାହିଁ। ଏମିତି ଦେଖିଲେ ଦିନକୁ ଦିନ ନୂଆ ରୋଗ ବଢ଼ିବାରେ ଲାଗିଛି ଏବଂ ଅନେକ ସମୟରେ ପୁରୁଣା ରୋଗ ଭିନ୍ନ ଆକାର ଧାରଣ କରି ମଣିଷକୁ କାବୁ କରିଦେଉଛି। ସେଥିପାଇଁ କମ୍‌ ବୟସର ବ୍ୟକ୍ତି ମଧ୍ୟ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେବେ ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ପରିବେଶରେ ଦେଖାଦେଉଥିବା ଅସ୍ବାଭାବିକ ସ୍ଥିତି ମହିଳାଙ୍କୁ ଗଭୀର କ୍ଷତି ପହଞ୍ଚାଉଛି। ସାଧାରଣତଃ ମେ’ ଓ ଜୁନ୍‌ରେ ଅଧିକ ଗରମ ଅନୁଭୂତ ହୋଇଥାଏ। କିନ୍ତୁ ଚଳିତବର୍ଷ ଭାରତୀୟ ଉପମହାଦେଶରେ ଯେଉଁଭଳି ଭାବେ ତାପମାତ୍ରା ବୃଦ୍ଧି ପାଇଛି, ତାହା ବିଗତ ରେକର୍ଡ ଭାଙ୍ଗି ଦେଇଛି। ଦିଲ୍ଲୀରେ ଚଳିତବର୍ଷ ୫୨ ଡିଗ୍ରୀ ସେଲସିୟସ ତାପମାତ୍ରା ହୋଇଥିବା ବିଷୟ ସମସ୍ତେ ଜାଣନ୍ତି। ଏପରିକି ଦେଶର ରାଜଧାନୀରେ ପାଣି ସଙ୍କଟ ଦେଖାଦେବାରୁ ହିମାଚଳ ପ୍ରଦେଶରୁ ଦିଲ୍ଲୀକୁ ଜଳ ଯୋଗାଇବା ସକାଶେ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ପଡ଼ିଲା। ଏଥିରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ କେଉଁ ଆକାର ଧାରଣ କରିଛି, ତାହା ଅନୁମେୟ। ଦେଖାଯାଇଥାଏ ଅତ୍ୟଧିକ ଗରମ ଓ ଜଳସଙ୍କଟ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ମହିଳାଙ୍କୁ ପ୍ରଭାବିତ କରିଥାଏ। କାରଣ ଖାଦ୍ୟ ପ୍ରସ୍ତୁତ କରିବା ଲାଗି ସେମାନଙ୍କୁ ସର୍ବଦା ଜାଳେଣି ଜିନିଷ ଗୋଟାଇବାକୁ ପଡ଼ିଥାଏ। ଅତ୍ୟଧିକ ଖରାରେ ବୁଲି ତାହାକୁ ଆଣିବା ପରେ ରୋଷେଇ କରି ପରିବାର ସଦସ୍ୟକୁ ପରଷିବା ଭିତରେ ଜଣେ ମହିଳା ପ୍ରବଳ ଶାରୀରିକ କଷ୍ଟ ପାଇଥାଆନ୍ତି। ଏମିତି ବି ପରିବାର ଅଛି ଯେଉଁଠାରେ ବିନା ବିଦ୍ୟୁତ୍‌ରେ ଟିଣ ଛାତ ତଳେ ମହିଳାମାନେ ସେମାନଙ୍କ ପିଲାମାନଙ୍କୁ ନେଇ ଜୀବନ ଜିଇଥାଆନ୍ତି। ଚଳିତବର୍ଷର ତାପମାତ୍ରା ସେମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇବା ସ୍ବାଭାବିକ। ପ୍ରକୃତରେ ଦେଖିଲେ ଅତ୍ୟଧିକ ଗରମ ଯେ କେବଳ ମଣିଷକୁ ବ୍ୟତିବ୍ୟସ୍ତ କରୁଛି ତାହା ନୁହେଁ, ମୌସୁମୀ ବେଳେ ବନ୍ୟା ସ୍ଥିତି ଉପୁଜିଲେ ଲୋକଙ୍କ ଜୀବନ ଦୁର୍ବିଷହ ହୋଇଯାଉଛି। ଅର୍ଥାତ୍‌ ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ଏଭଳି ସ୍ଥିତି ଉପୁଜୁଛି ଯେ ଗରମ ଦିନେ ଅସହ୍ୟ ଗରମ ଓ ବର୍ଷା ଦିନେ ଅତ୍ୟଧିକ ବର୍ଷା ଅନୁଭୂତ ହୋଇ ପ୍ରବଳ ବନ୍ୟା ସୃଷ୍ଟି କରୁଛି।
ଏଭଳି ସ୍ଥିତିରେ କେବଳ ସରକାରୀ ବ୍ୟବସ୍ଥାକୁ ଦୋଷ ଦେଲେ ହେବ ନାହିଁ। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମାତ୍ରାକୁ ହ୍ରାସ କରିବାକୁ ହେଲେ ଉପଭୋକ୍ତାବାଦରେ ରୋକ ଆଣିବାକୁ ପଡ଼ିବ। ସନ୍ତୁଳିତ ପରିବେଶ ବଜାୟ ରଖିବାକୁ ହେଲେ ମଣିଷକୁ ତା’ର ଅତ୍ୟଧିକ ଲୋଭକୁ ନିୟନ୍ତ୍ରଣ କରିବାକୁ ହେବ। ଏଥିସହିତ ଶିଳ୍ପକୁ ମଧ୍ୟ ଅନେକ ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିବାର ପ୍ରୟୋଜନ ଉପୁଜିଲାଣି। ସାଧାରଣତଃ ବିକାଶର ଦ୍ୱାହି ଦିଆଯାଇ ପରିବେଶ ନଷ୍ଟକାରୀ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଉଛି। ଏହା ବିଶେଷକରି ଭାରତ ଭଳି ଦେଶରେ ସ୍ପଷ୍ଟ ଜଣାପଡ଼ୁଛି। ବିକାଶ ସହିତ ସନ୍ତୁଳିତ ପରିବେଶ ରକ୍ଷା ଲାଗି ଉଭୟ ସରକାର ଓ ଶିଳ୍ପୋଦ୍ୟୋଗ ପଦକ୍ଷେପ ଉଠାଇବା ସହିତ ସାଧାରଣ ନାଗରିକ ଅତ୍ୟନ୍ତ ସଚେତନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ବାଇକକୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ୨ ଜଣଙ୍କ ଜୀବନ

ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ…

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri