ସୋଫିଆଙ୍କ ବିରୋଧରେ ତେଜିଲା ସ୍ବର; ଦେଶ ବିରୋଧୀ ସ୍ଲୋଗାନ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କଲେ ଭାଜପା ଯୁବମୋର୍ଚ୍ଚା, ହିନ୍ଦୁସେନା

କଟକ, ୧୦ା୬(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଭାଜପା ଯୁବମୋର୍ଚ୍ଚା କଟକନଗର ପକ୍ଷରୁ ସ୍ବର ଉତ୍ତୋଳନ କରାଯାଇଛି। ଏଥିସହ ସୋଫିଆଙ୍କ ବିରୋଧରେ ଲାଲବାଗ ଥାନାରେ ଲିଖିତ ଅଭିଯୋଗପତ୍ର ଦିଆଯାଇଛି। ସେଥିରେ ଦର୍ଶାଯାଇଛି, କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୧୩ ନମ୍ବର ଓ୍ବାର୍ଡରେ ଶନିବାର କଂଗ୍ରେସର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଛୋଟ ପିଲାଙ୍କୁ ସାମିଲ କରାଯିବା ସହ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦିଆଯାଇଥିଲା।

ଏହା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଘଟଣା। ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବା ସହ ସୋଫିଆ ବିଧାୟିକା ଭାବେ ଶପଥ ନେବା ପୂର୍ବରୁ ତାଙ୍କୁ ବହିଷ୍କାର କରିବା ପାଇଁ ଭାଜପା ଯୁବମୋର୍ଚ୍ଚା ଦାବି କରିଛି। ଏହାକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଲାଲ୍‌ବାଗ ଥାନା ସମ୍ମୁଖରେ ସୋଫିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିସହ ଥାନାରେ ଜୋନ୍‌-୩ ଏସିପି ପ୍ରଦୀପ କୁମାର ରାଉତଙ୍କୁ ଲିଖିତ ଆକାରରେ ଅବଗତ କରାଯାଇଛି। ଏନେଇ ଭାଜପା ଯୁବମୋର୍ଚ୍ଚା କଟକ ନଗର ସଭାପତି ହରିଚନ୍ଦନ ନାୟକ କହିଛନ୍ତି, ସୋଫିଆ ବିଧାନସଭାରେ ଦାବି ଉପସ୍ଥାପନା କରିବା ପୂର୍ବରୁ କଟକରେ ଏଭଳି ସ୍ଥିତି ଉପୁଜିଲାଣି। ଶୋଭାଯାତ୍ରାରେ ଛୋଟ ପିଲାଙ୍କୁ ସାମିଲ କରାଯିବା ସହ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ରାସ୍ତାରେ ଧାରଣା ଦିଆଯିବ ବୋଲି ନାୟକ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଜପା ଯୁବମୋର୍ଚ୍ଚା କଟକ ନଗରର କର୍ମୀମାନେ ଉପସ୍ଥିତ ଥିଲେ।

ସେହିପରି ଉକ୍ତ ଘଟଣାକୁ ହିନ୍ଦୁସେନା ପକ୍ଷରୁ ବିରୋଧ କରାଯାଇ ରବିବାର ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଚାନ୍ଦିନୀଚୌକସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ପଦଯାତ୍ରା ବାହାରି ଲାଲ୍‌ବାଗ ଥାନା ସମ୍ମୁଖରେ ପହଞ୍ଚିଥିଲା। ପରେ ଥାନାରେ ଏସିପି ରାଉତଙ୍କୁ ଲିଖିତ ଆକାରରେ ଅବଗତ କରାଯାଇଥିଲା। ଏନେଇ ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତ କହିଛନ୍ତି, ଶୋଭାଯାତ୍ରାରେ କର୍ମୀମାନେ ଦେଶଦ୍ରୋହ ସ୍ଲୋଗାନ ଦେଉଛନ୍ତି। ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବାରେ ଲାଗିଛି।

କଟକ ପାଇଁ ଏହା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଲାଲବାଗ ଥାନା ସମ୍ମୁଖରେ ବିକ୍ଷୋଭ କରିବୁ। ଫଳରେ ଯାହା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ରାଉତ କହିଛନ୍ତି। ଏହି ଶୋଭାଯାତ୍ରାରେ ହିନ୍ଦୁସେନାର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଏହି ଘଟଣାର ତଦନ୍ତ କରାଯିବ ବୋଲି ଏସିପି ରାଉତ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ସୋଫିଆ କହିଛନ୍ତି, ଉକ୍ତ ଭିଡିଓକୁ ଏଡିଟ୍‌ କରି ଜାଣିଶୁଣି ଭାଇରାଲ କରାଯାଉଛି। ସିଏମ୍‌ସିର ୧୩ ନମ୍ବର ଓ୍ବାର୍ଡ ବାସିନ୍ଦା ଶୋଭାଯାତ୍ରା ଆୟୋଜନ କରିଥିଲେ। ଶୋଭାଯାତ୍ରା ନେଇ ୱାର୍ଡର ମୁଖ୍ୟ ଏକ ଭିଡିଓ ଜାରି କରି ଏହାକୁ ଏଡିଟ୍‌ କରାଯାଇ ଅପପ୍ରଚାର କରାଯାଉଥିବା ସତ୍ୟ ସାମ୍ନାକୁ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌କମ୍‌ ଟ୍ୟାକ୍ସ ଦେବା ଏବେ ଆହୁରି ହେଲା ସହଜ, ଅନ୍‌ଲାଇନ୍‌ରେ ଏମିତି ପୂରଣ କରିପାରିବେ ITR-2 ଫର୍ମ

ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍‌ଲାଇନ୍‌ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି...

ସୌମ୍ୟାଶୀଙ୍କ ମୃତ୍ୟୁ ଘଟଣା: ପୁଣି ବଡ଼ ଘୋଷଣା କରିଦେଲେ ଭକ୍ତ, ହେବ…

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌...

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ...

କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ...

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି।...

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri