ନୂଆ ଶତ୍ରୁ

ମହିଳାଙ୍କ ପାଇଁ ସାମାଜିକ କଟକଣା ଓ ପୁରୁଷକୈନ୍ଦ୍ରିକ ମାନସିକତା ଏକମାତ୍ର ଶତ୍ରୁ ନୁହେଁ। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମହିଳାଙ୍କୁ କ୍ଷତି ପହଞ୍ଚାଇବାରେ ଲାଗିଲାଣି। ନିକଟରେ ଅନ୍ତର୍ଜାତୀୟ ପତ୍ରିକା ‘ସିଗ୍ନିଫିକାନ୍ସ ମାଗାଜିନ୍‌’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ଅସହ୍ୟ ଗରମ ଲିଙ୍ଗଗତ ବୈଷମ୍ୟ ସୃଷ୍ଟି କରୁଛି। ଫଳରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ପ୍ରଭାବିତ ହେଉଛନ୍ତି। କାରଣ ଅତ୍ୟଧିକ ଖରାରେ ଅନେକ ମହିଳା କୃଷି କ୍ଷେତରେ କାମ କରିବାଠାରୁ ଆରମ୍ଭ କରି ପାଣି ଆଣିବା ପାଇଁ ଅନେକ କୋଶ ବାଟ ଯାଉଛନ୍ତି। ଅତ୍ୟଧିକ ଗରମ ଯୋଗୁ ସେମାନଙ୍କ ଖାଦ୍ୟ ହଜମ ହେଉ ନ ଥିବା ବେଳେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି। ଏପରିକି କେତେକ ମହିଳା ମୃତ ଶିଶୁ ଜନ୍ମ ଦେଉଛନ୍ତି।
ସମ୍ପୃକ୍ତ ପତ୍ରିକାର ରିପୋର୍ଟକୁ ତର୍ଜମା କଲେ ବାସ୍ତବ କ୍ଷେତ୍ରରେ ତାହା ଘଟୁଥିବା ଅନୁମାନଯୋଗ୍ୟ। କାରଣ ଏବର ସ୍ଥିତିରେ ପିଲାଙ୍କଠାରେ ଅଟିଜମ୍‌ର ଲକ୍ଷଣ ପୂର୍ବାପେକ୍ଷା ବଢ଼ୁଥିବା ଦେଖିବାକୁ ମିଳୁଛି। ଏପରିକି ମାତାପିତାଙ୍କର ଦୁଇଟି ଶିଶୁ ମଧ୍ୟ ଅଟିଷ୍ଟିକ୍‌ ବାହାରୁଛନ୍ତି। ହେଲେ ଭାରତରେ ଏ ସଂକ୍ରାନ୍ତରେ ଗବେଷଣା କରାଯାଉ ନାହିଁ। ଏମିତି ଦେଖିଲେ ଦିନକୁ ଦିନ ନୂଆ ରୋଗ ବଢ଼ିବାରେ ଲାଗିଛି ଏବଂ ଅନେକ ସମୟରେ ପୁରୁଣା ରୋଗ ଭିନ୍ନ ଆକାର ଧାରଣ କରି ମଣିଷକୁ କାବୁ କରିଦେଉଛି। ସେଥିପାଇଁ କମ୍‌ ବୟସର ବ୍ୟକ୍ତି ମଧ୍ୟ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେବେ ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ପରିବେଶରେ ଦେଖାଦେଉଥିବା ଅସ୍ବାଭାବିକ ସ୍ଥିତି ମହିଳାଙ୍କୁ ଗଭୀର କ୍ଷତି ପହଞ୍ଚାଉଛି। ସାଧାରଣତଃ ମେ’ ଓ ଜୁନ୍‌ରେ ଅଧିକ ଗରମ ଅନୁଭୂତ ହୋଇଥାଏ। କିନ୍ତୁ ଚଳିତବର୍ଷ ଭାରତୀୟ ଉପମହାଦେଶରେ ଯେଉଁଭଳି ଭାବେ ତାପମାତ୍ରା ବୃଦ୍ଧି ପାଇଛି, ତାହା ବିଗତ ରେକର୍ଡ ଭାଙ୍ଗି ଦେଇଛି। ଦିଲ୍ଲୀରେ ଚଳିତବର୍ଷ ୫୨ ଡିଗ୍ରୀ ସେଲସିୟସ ତାପମାତ୍ରା ହୋଇଥିବା ବିଷୟ ସମସ୍ତେ ଜାଣନ୍ତି। ଏପରିକି ଦେଶର ରାଜଧାନୀରେ ପାଣି ସଙ୍କଟ ଦେଖାଦେବାରୁ ହିମାଚଳ ପ୍ରଦେଶରୁ ଦିଲ୍ଲୀକୁ ଜଳ ଯୋଗାଇବା ସକାଶେ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ପଡ଼ିଲା। ଏଥିରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ କେଉଁ ଆକାର ଧାରଣ କରିଛି, ତାହା ଅନୁମେୟ। ଦେଖାଯାଇଥାଏ ଅତ୍ୟଧିକ ଗରମ ଓ ଜଳସଙ୍କଟ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ମହିଳାଙ୍କୁ ପ୍ରଭାବିତ କରିଥାଏ। କାରଣ ଖାଦ୍ୟ ପ୍ରସ୍ତୁତ କରିବା ଲାଗି ସେମାନଙ୍କୁ ସର୍ବଦା ଜାଳେଣି ଜିନିଷ ଗୋଟାଇବାକୁ ପଡ଼ିଥାଏ। ଅତ୍ୟଧିକ ଖରାରେ ବୁଲି ତାହାକୁ ଆଣିବା ପରେ ରୋଷେଇ କରି ପରିବାର ସଦସ୍ୟକୁ ପରଷିବା ଭିତରେ ଜଣେ ମହିଳା ପ୍ରବଳ ଶାରୀରିକ କଷ୍ଟ ପାଇଥାଆନ୍ତି। ଏମିତି ବି ପରିବାର ଅଛି ଯେଉଁଠାରେ ବିନା ବିଦ୍ୟୁତ୍‌ରେ ଟିଣ ଛାତ ତଳେ ମହିଳାମାନେ ସେମାନଙ୍କ ପିଲାମାନଙ୍କୁ ନେଇ ଜୀବନ ଜିଇଥାଆନ୍ତି। ଚଳିତବର୍ଷର ତାପମାତ୍ରା ସେମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇବା ସ୍ବାଭାବିକ। ପ୍ରକୃତରେ ଦେଖିଲେ ଅତ୍ୟଧିକ ଗରମ ଯେ କେବଳ ମଣିଷକୁ ବ୍ୟତିବ୍ୟସ୍ତ କରୁଛି ତାହା ନୁହେଁ, ମୌସୁମୀ ବେଳେ ବନ୍ୟା ସ୍ଥିତି ଉପୁଜିଲେ ଲୋକଙ୍କ ଜୀବନ ଦୁର୍ବିଷହ ହୋଇଯାଉଛି। ଅର୍ଥାତ୍‌ ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ଏଭଳି ସ୍ଥିତି ଉପୁଜୁଛି ଯେ ଗରମ ଦିନେ ଅସହ୍ୟ ଗରମ ଓ ବର୍ଷା ଦିନେ ଅତ୍ୟଧିକ ବର୍ଷା ଅନୁଭୂତ ହୋଇ ପ୍ରବଳ ବନ୍ୟା ସୃଷ୍ଟି କରୁଛି।
ଏଭଳି ସ୍ଥିତିରେ କେବଳ ସରକାରୀ ବ୍ୟବସ୍ଥାକୁ ଦୋଷ ଦେଲେ ହେବ ନାହିଁ। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମାତ୍ରାକୁ ହ୍ରାସ କରିବାକୁ ହେଲେ ଉପଭୋକ୍ତାବାଦରେ ରୋକ ଆଣିବାକୁ ପଡ଼ିବ। ସନ୍ତୁଳିତ ପରିବେଶ ବଜାୟ ରଖିବାକୁ ହେଲେ ମଣିଷକୁ ତା’ର ଅତ୍ୟଧିକ ଲୋଭକୁ ନିୟନ୍ତ୍ରଣ କରିବାକୁ ହେବ। ଏଥିସହିତ ଶିଳ୍ପକୁ ମଧ୍ୟ ଅନେକ ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିବାର ପ୍ରୟୋଜନ ଉପୁଜିଲାଣି। ସାଧାରଣତଃ ବିକାଶର ଦ୍ୱାହି ଦିଆଯାଇ ପରିବେଶ ନଷ୍ଟକାରୀ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଉଛି। ଏହା ବିଶେଷକରି ଭାରତ ଭଳି ଦେଶରେ ସ୍ପଷ୍ଟ ଜଣାପଡ଼ୁଛି। ବିକାଶ ସହିତ ସନ୍ତୁଳିତ ପରିବେଶ ରକ୍ଷା ଲାଗି ଉଭୟ ସରକାର ଓ ଶିଳ୍ପୋଦ୍ୟୋଗ ପଦକ୍ଷେପ ଉଠାଇବା ସହିତ ସାଧାରଣ ନାଗରିକ ଅତ୍ୟନ୍ତ ସଚେତନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri