ପରାଜୟ ପାଇଁ ନିଜକୁ ଦାୟୀ କଲେ ପ୍ରଣବ

ଧର୍ମଶାଳା,୧୦ା୬(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ୪,୧୮୧ ଖଣ୍ଡ ଭୋଟରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କଠାରୁ ପରାଜିତ ହୋଇଛନ୍ତି। ପରାଜୟର ୫ଦିନ ପରେ ରବିବାର ବିଜେଡି ପକ୍ଷରୁ ଜାରକାସ୍ଥିତ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଣବ ଯୋଗଦେଇ ଦଳର ପରାଜୟ ଉପରେ ସମୀକ୍ଷା କରିଛନ୍ତି। ପରାଜୟ ପାଇଁ ପ୍ରଣବ ନିଜକୁ ଦାୟୀ କରିଛନ୍ତି।

ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ସମସ୍ତ ଭୋଟରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ବିଜେଡି କର୍ମୀ ଏକ ହୋଇ କାମ କରିବା ସହ ବିରୋଧୀ ଦଳଭାବେ ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ୫୪ ପଞ୍ଚାୟତର ସଭାପତି, ପଞ୍ଚାୟତସ୍ତରୀୟ ଜନପ୍ରତିନିଧି ଓ ଆଗଧାଡିର କର୍ମୀ ଯୋଗଦେଇ ପରାଜୟ ସମ୍ପର୍କରେ ମତରଖିଥିଲେ। ବୈଠକରେ କୁମାରୀ ପଞ୍ଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ, କୁମାରୀ ସରପଞ୍ଚଙ୍କ ପ୍ରତିନିଧି ପ୍ରଭୁରଞ୍ଜନ ସାମଲ, ଗଡ଼ମଧୁପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ବେହେରା, ପୂର୍ବତନ ଜିଲା ପରିଷଦ ସଦସ୍ୟ ମମତା ଦଣ୍ଡପାଟ, ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ, ଉତ୍କଳମଣି ଦାସ, ଅବନିନ୍ଦ୍ର ଜେନା ଓ ସଞ୍ଜୀବ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri