ଜାତୀୟ ରାଜପଥ ମରଣଯନ୍ତା

ବାଲେଶ୍ୱର ଅଫିସ,୩୧ା୧୦: ଭଦ୍ରକ-ବାଲେଶ୍ୱର ସେକ୍‌ସନ ୧୬ନଂ. ଜାତୀୟ ରାଜପଥରେ ୬ ଥାକିଆ ରାସ୍ତା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି। ଚେନ୍ନାଇଠାରୁ କୋଲକାତାକୁ ସଂଯୋଗ କରୁଥିବା ଏହି ରାଜପଥର ବାଲେଶ୍ୱର ଜିଲା ଏବେ ସବୁଠୁ ବିପଦସଙ୍କୁଳ। ପ୍ରତିଦିନ ଏକାଧିକ ଲୋକ ଛୋଟବଡ଼ ଦୁର୍ଘଟଣାର ଶିିକାର ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି। କିଲୋମିଟର କିଲୋମିଟର ରାସ୍ତା ଖୋଳାଯିବା ସହ କୌଣସି ସତର୍କ ସୂଚନା ରାସ୍ତାରେ ନ ଥିବା ଦେଖାଯାଉଛି। ରାସ୍ତାରେ ବଡ଼ ବଡ଼ ହମ୍ପ୍‌ସ ଥିବାବେଳେ ପୂର୍ବରୁ କୌଣସି ଚିହ୍ନ ଦିଆଯାଇ ନାହଁି। ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହେଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ କୌଣସି ନିଘା ନ ଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ରାଜନେତାମାନେ ମଧ୍ୟ ସ୍ଥାଣୁ ପାଲଟି ଯାଇଛନ୍ତି।
ଭଦ୍ରକ-ବାଲେଶ୍ୱର ସେକ୍‌ସନ ୧୬ନଂ. ଜାତୀୟ ରାଜପଥ ପ୍ରକଳ୍ପ ୬୨.୬୪୧ କିମିର ୬ ଥାକିଆ ରାସ୍ତା ପାଇଁ ୧୦୫୭.୫୭ କୋଟି ଟଙ୍କାର କାର୍ଯ୍ୟାଦେଶ ୨୦୧୯ ମାର୍ଚ୍ଚ ୨୦ ତାରିଖରେ ବ୍ରିଜ ଗୋପାଳ କନ୍‌ଷ୍ଟ୍ରକସନ୍‌ କୋ. ପ୍ରାଇଭେଟ୍‌ ଲିମିଟେଡ୍‌କୁ ମିଳିଥିଲା। କାର୍ଯ୍ୟର ଅବଧି ୨୦୨୧ ସେପ୍ଟେମ୍ବର ୧୪ ତାରିଖରେ ଶେଷ ହେବାକୁ ଥିବାବେଳେ ମହାମାରୀ କରୋନା ପାଇଁ ୨୦୨୩ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରକଳ୍ପରେ ୫ଟି ମୁଖ୍ୟ ପୋଲ, ୧୧ଟି ଛୋଟ ପୋଲ ସହ ୫୧ଟି କଲଭର୍ଟ, ଗୋଟିଏ ଟ୍ରକ୍‌ ପାର୍କିଂ ଏରିଆ ସହ ଟୋଲ ପ୍ଲାଜା ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପରେ ରାଜପଥର ବାଲେଶ୍ୱର ଜିଲା ମଇତାପୁର, ମାର୍କୋଣା, ଜାମୁଝାଡ଼ି, ସିମୁଳିଆ, ତଳନଗର, ସୋର, ଛପୁଲିଆ, ହଦିସଡ଼ା, ବିଦୁ, ବାରିକପୁର, ବାହାନଗା, ବଗଲପୁର, ପଣପଣା, ଖନ୍ତାପଡ଼ା, ସେରଗଡ଼, ବଣପାରିଆ, ଛଣପୁର, ବାମପଦା, ରେମୁଣାଗୋଲେଇ, ନୂଆଗଁା, ମଙ୍ଗଲପୁର, ନହରପାଟଣା ଆଦି ଅଞ୍ଚଳରେ ଉଭୟ ପାର୍ଶ୍ୱ ସମ୍ପ୍ରସାରଣ ଉଦ୍ଦେଶ୍ୟରେ ଖୋଳା ଯାଇ ନିର୍ମାଣ କାମ ଚାଲିଛି। ପ୍ରତ୍ୟେକ ଛକମାନଙ୍କରେ ଫ୍ଲାଏ ଓଭର ନିର୍ମାଣ କରାଯାଉଛି। ଯେଉଁଥିପାଇଁ ଅନେକ ଜାଗାରେ ରାଜପଥକୁ ଏକକ ରାସ୍ତା ବା ସିଙ୍ଗଲ-ୱେରେ ପରିଣତ କରାଯାଇଛି। ଭଦ୍ରକ ଜିଲାରୁ ବାଲେଶ୍ୱର ଆଡ଼କୁ ଆସିଲେ ପ୍ରଥମେ ମଇତାପୁରଠାରେ ରାସ୍ତା ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଖେଳାଯାଇ ଛାଡ଼ି ଦିଆଯାଇଛି। ସେହିପରି ସିମୁଳିଆ କଲେଜଠାରେ ଅଧା କିଲୋମିଟର, ମାର୍କୋଣା ଛକରୁ ତହସିଲ ପର୍ଯ୍ୟନ୍ତ ଅଧା କିଲୋମିଟର, ଜାମୁଝାଡ଼ି ଛକରୁ ତଳନଗର ୯ କିଲୋମିଟର, ସୋରରୁ ଦହିସଡ଼ା, ବାରିକପୁରରୁ ବାହାନଗା, ସେରଗଡ଼ରୁ ବଣପାରିଆ, କୁରୁଡ଼ାରୁ ବାମପଦା, ରେମୁଣା ଗୋଲେଇରୁ ନହରପାଟଣା ପର୍ଯ୍ୟନ୍ତ ଏପରି ଚିତ୍ର ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱ ଖୋଳା ଯାଇଥିବା କାରଣରୁ କାଯର୍ର୍‌ୟ ମଧ୍ୟ ଆଗଉ ନାହଁି। ଏଭଳି ସ୍ଥିତିରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୈନିକ ଏହି ରାସ୍ତାରେ ପାଣି ସିଞ୍ଚନ କିପରି ହେବ, ଟ୍ରାଫିକ୍‌ ସମସ୍ୟାର ସ୍ଥାୟୀ ସମାଧାନ କିପରି ହେବ ସେଥିପ୍ରତି କାହାରି ଦୃଷ୍ଟି ନାହଁି। ଫଳରେ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଉଛି। ବିଶେଷକରି ବସ୍‌ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ବି ରାଜପଥ କାମ ଯୋଗୁ ବାଧାପ୍ରାପ୍ତ ହେଉଛି। ବେଳେବେଳେ ଏମିତି ସମସ୍ୟା ଉପୁଜିଛି, ଜାତୀୟ ରାଜପଥର କିଲୋମିଟର କିଲୋମିଟର ଦୂର ପର୍ଯ୍ୟନ୍ତ ଟ୍ରକ୍‌, ବସ୍‌ର ଲମ୍ବା ଲାଇନ୍‌ ହୋଇ ରହୁଛି। ସେହିପରି କାମର ଗୁଣବତ୍ତାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଯେଉଁଠି କାମ ଚାଲିଛି, ସେଠାରେ କାମ ନ ସରୁଣୁ ରାସ୍ତା ଖରାପ ହେବା ଆରମ୍ଭ କଲାଣି। ମରାମତି ଅଭାବରୁ ଅଧିକାଂଶ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ନିର୍ମାଣ କାମ ଚାଲିଥିବାରୁ ଜାତୀୟ ରାଜପଥରେ ଆଲୋକ ବ୍ୟବସ୍ଥା ନ ଥିବା ବେଳେ କୌଣସି ସଙ୍କେତ ମଧ୍ୟ ଦିଆଯାଉ ନାହଁି। ତା’ ଭିତରେ ରାତିରେ ଗାଡ଼ି ଚଳାଇବା ଜୀବନ ପ୍ରତି ବିପଦ ସାଜିଛି। ଚଳିତ ମାସରେ ସୋର ନିକଟରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସେହିପରି ଖନ୍ତାପଡ଼ାଠାରେ ୪ଟି ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିଲା। ୨ ଜଣ ଗୁରୁତର ହୋଇଥିଲେ।
ଏନେଇ ୧୬ନଂ. ଜାତୀୟ ରାଜପଥର ପ୍ରୋଜେକ୍ଟ ଡାଇରେକ୍ଟର ଜୟପ୍ରକାଶ ବର୍ମାଙ୍କୁ ପଚାରିବାରୁ ସେ କହନ୍ତି, ଏହି କାମ ବ୍ରିଜ୍‌ଗୋପାଲ କନଷ୍ଟ୍ରକ୍ସନ କମ୍ପାନୀକୁ ଦିଆଯାଇଛି। ରାସ୍ତା ସମ୍ପ୍ରସାରଣ ସହ ଓଭରବ୍ରିଜ୍‌, ଅଣ୍ଡରପାସ୍‌, ଡ୍ରେନ୍‌ ଓ ସର୍ଭିସ୍‌ ରୋଡ଼ ଆଦିକୁ ନେଇ ଏହି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସେହିପରି ବାମପଦାସ୍ଥିତ ରେଳ ଲେଭଲ କ୍ରସିଂର ସ୍ଥାନାନ୍ତର ପାଇଁ ସାଉଥ୍‌ ଇଷ୍ଟର୍ନ ରେଲୱେଙ୍କୁ ଦାୟିତ୍ୱ ଦିଆଯାଇଛି। ଜାତୀୟ ରାଜପଥ କାର୍ଯ୍ୟ ପାଇଁ ଆବଶ୍ୟକ ଥିବା ବାଲି, ପଥର, ଚିପ୍ସ, ମେଟାଲ ଭଳି ଆବଶ୍ୟକୀୟ ସାମଗ୍ରୀ ଅଭାବ ଥିବାରୁ କାର୍ଯ୍ୟ ଶେଷ କରିବା ପାଇଁ ବିଳମ୍ବ ହେଉଛି। ଜିଲା ପ୍ରଶାସନ ସହ ଆଲୋଚନା କରାଯାଇ ଆବଶ୍ୟକୀୟ ସାମଗ୍ରୀର ସୁବିଧା କରିବା ସହ କାର୍ଯ୍ୟ ଶେଷ କରିବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
ଏନେଇ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହନ୍ତି, ଜାତୀୟ ରାଜପଥରେ କାର୍ଯ୍ୟ ଶେଷ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରାସ୍ତାର ଥିବା ଟ୍ରାଫିକ୍‌ ସ୍ଥାନରେ ଉପଯୁକ୍ତ ବ୍ୟବସ୍ଥା ଓ ସଙ୍କେତ ସହ ଯେପରି ଲୋକେ ବିପଦମୁକ୍ତ ଯାତ୍ରା କରିପାରିବେ, ସମସ୍ତ ପଦକ୍ଷେପ ନେବା ପାଇଁ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିବା ପ୍ରକାଶ କରିଥିଲେ।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri