Posted inଫୁରସତ

”ହର ହର ଶମ୍ଭୁ ଶିବ ମହାଦେବା“

ଆଜିକାଲି ସୋସିଆଲ ମିଡିଆର ଗୁରୁତ୍ୱ ବଢିଯାଇଛି। ତନ୍ମଧରୁ ୟୁଟ୍ୟୁବର ବ୍ୟବହାର ସର୍ବାଧିକ। ଏଥିରେ ଦେଶବିଦେଶର ବିଭିନ୍ନ ପ୍ରକାରର ଖବର ସହ ମନୋରଞ୍ଜନ ଏବଂ ନିଜ ରୁଚି ଅନୁଯାୟୀ ଯେ କୌଣସି ଜିନିଷ ଦେଖିବାକୁ ମିଳିପାରୁଛି। କେବଳ ସେତିକି ନୁହେଁ ଆଜିକାଲି ଏହା ରୋଜଗାରର ବି ଅନ୍ୟତମ ମାଧ୍ୟମ ପାଲଟିବା ସହ ଜଣକୁ ୟୁଟ୍ୟୁବର ର ପରିଚୟ ମିଳିପାରୁଛି। ସେମିତି ଜଣେ ୟୁଟ୍ୟୁବର ହେଲେ କେନ୍ଦୁଝର ବଡ଼ବିଲ ଅଞ୍ଚଳର ଜୀତୁ ଶର୍ମା। ନିକଟରେ ସେ ଏକ ଧାର୍ମିକ ସଂଗୀତ ଭିଡିଓ ପ୍ରସ୍ତୁତ କରିଛନ୍ତି; ଯାହାକି ଶିବଙ୍କ ସ୍ତୋତ୍ର ଉପରେ ଆଧାରିତ। ଏଥିରେ ତାଙ୍କ ସହ କଣ୍ଠଦାନ କରିଛନ୍ତି ବଡବିଲ ନିକଟ କଳିଙ୍ଗ ଅଞ୍ଚଳର ଅଭିଲିପ୍ସା ପଣ୍ଡା। ଏବେ ସୁଦ୍ଧା ଏହି ଭିଡିଓଟିର ଦର୍ଶକ ସଂଖ୍ୟା ପାଖାପାଖି ୬୧ ମିଲିଅନରେ ପହଁଚିଛି ା ଉକ୍ତ ଭିଡିଓର ନାମ ହର ହର ଶମ୍ଭୁ ଶିବ ମହାଦେବା ରଖାଯାଇଛି। ଏଥିରେ ଜୀତୁ ନିଜେ ଗୀତ ଲେଖିବା ସହ ଗାଇଛନ୍ତି।

ଜଣେ ସାଧାରଣ ପରିବାରରେ ଜନ୍ମିତ ଜୀତୁଙ୍କର ଏକ ଜେରକ୍ସ ଦୋକାନ ରହିଛି। ଭିଡିଓରେ ଗୀତ ଗାଇ ସୋସିଆଲ ମିଡିଆରେ ଅପଲୋଡ କରିବା ତାଙ୍କର ଏକ ନିଶା । ଏଥିପାଇଁ ଧାର କରଜ ମଧ୍ୟ କରିଥାନ୍ତି। ବାପା ପରିବା ବ୍ୟବସାୟ କରୁଥିବାବେଳେ ମା’ ଜଣେ ଗୃହିଣୀ । ତାଙ୍କ ସାନ ଭାଇ ଇଂଜିନିୟରିଂ ପଢୁଛନ୍ତି । ଏହି ନିଶା ତାଙ୍କର ବହୁତ ଆଗରୁ ରହିଥିଲା। ଏଥିପାଇଁ ସେ ବହୁତ ଖର୍ଚ୍ଚ କରିଥିଲେ ହେଁ ସଫଳ ହୋଇ ପାରି ନଥିଲେ। ପୂର୍ବରୁ ହିନ୍ଦି ଓ ନାଗପୁର ଆଦି ଗୀତ ଗାଇ ଅପଲୋଡ କରୁଥିଲେ। ତେବେ କୋଭିଡ ସମୟରେ ତାଙ୍କ ଉପରେ ସତେ ଯେପରି ପ୍ରଭୂ ଶିବଙ୍କର ଆର୍ଶୀବାଦ ପଡିଥିଲା, ସେ ୨୦୨୧ ମସିହାରେ ଆରମ୍ଭ କଲେ ଶିବଙ୍କ ଉପରେ ଆଧାରିତ ଭଜନ ଓ ସଂଗୀତ । ‘ଭୋଲେନାଥ ତେରା ସାଥ’ ଭଜନର ଭିଡିଓ ପ୍ରସ୍ତୁତ କଲେ । ଉକ୍ତ ଭିଡିଓକୁ ଗୋଟିଏ ମାସରେ ୧୦ ଲକ୍ଷ ଦର୍ଶକ ଦେଖିଲେ। ସେ କୁହନ୍ତି ଯେ, ଭାବିଲି ପ୍ରଭୁ ଭୋଳାଶଙ୍କର ହିଁ ଏହା ଚାହୁଁଛନ୍ତି, ମୁଁ ତାଙ୍କ ଭଜନ ଗାଏ। ତା’ପରେ ‘ମେରି ପଗଲି କୋ ଯାନା କେଦାରନାଥ’ ଭଜନର ଭିଡିଓ ପ୍ରସ୍ତୁତ କଲି। ତାହା ମଧ୍ୟ ସଫଳ ହେଲା। ଅଧିକ ପ୍ରସାର ପାଇଁ ଇନଷ୍ଟାଗ୍ରାମର ସହାୟତା ନେଲି। ତା’ପରେ ଚଳିତ ବର୍ଷ ଅପ୍ରେଲ ୨୭ରେ ‘ହର ହର ଶମ୍ଭୁ ଶିବ ମହାଦେବା’ ଏବଂ ‘ମଂଜିଲେ କେଦାର ନାଥ’ ଭଜନର ଭିଡିଓ ପ୍ରସ୍ତୁତ କରିବାକୁ ଚାହିଁଲି ା ଏଣୁ ଶିବ ମହାଦେବଙ୍କ ସ୍ତୋତ୍ରକୁ ଭଜନ ଆକାରରେ ଲେଖି ଗୀତ ପ୍ରସ୍ତୁତ କଲି। ଏଥିରେ ପାଶ୍ଚାତ୍ୟ ଶୈଳୀ ଦେଇ ଫ୍ୟୁଜନ କରିବା ପାଇଁ ଉଦ୍ୟମ କଲି। ଏଥିପାଇଁ ମୋ ସହିତ ଗୀତ ଗାଇବାକୁ ସେହିଭଳି ପାଶ୍ଚାତ୍ୟ ଶୈଳୀରେ ଗୀତ ଗାଉଥିବା ଜଣେ ଗାୟିକା ଖୋଜିଲି। ଶେଷରେ ବଡବିଲ ଅଞ୍ଚଳର ରାଜ୍ୟପାଳ ଟ୍ରଫି ପାଇଥିବା ତଥା ଓଡିଶା ସୁପର ସିଙ୍ଗରରେ ଟପ୍‌ ୧୫ରେ ଥିବା ଓ ବିଭିନ୍ନ ରିୟାଲିଟି ସୋ’ରେ ଗୀତ ପରିବେଷଣ କରି ବେଶ୍‌ ଚର୍ଚ୍ଚିତ ହୋଇଥିବା ଅଭିଲିପ୍ସା ପଣ୍ଡାଙ୍କ ସହ ଯୋଗାଯୋଗ କଲି। ଗୀତକୁ ନୂଆ ରୂପ ଦେଇ ୟୁଟ୍ୟୁବରେ ଅପଲୋଡ କରାଯିବା ପରେ ଏହା ରାତା ରାତି ଭାଇରାଲ ହୋଇଗଲା। ଏହି ଗୀତରେ ଶ୍ଳୋକକୁ ପାଶ୍ଚାତ୍ୟ ଶୈଳୀରେ ଗାଇ ଥିବାରୁ ଅନେକ ଏହାକୁ ଖୁବ୍‌ ପ୍ରଂଶସା କରୁଛନ୍ତି। ମୁଁ ଆଶା ରଖିଛି ଆଗାମୀ ଦିନରେ ଅନ୍ୟ ସମସ୍ତ ଦେବାଦେବୀଙ୍କ ସ୍ତୋତ୍ରଗୁଡିକୁ ନୂଆ ଶୈଳୀରେ ଗାଇ ଶୁଭେଛୁ ଓ ଶ୍ରୋତା ମାନଙ୍କୁ ଭେଟି ଦେବି। ବିଲୁପ୍ତ ହୋଇଯାଉଥିବା ବିଭିନ୍ନ ଦେବାଦେବୀଙ୍କ ସ୍ତୋତ୍ରକୁ ନୂଆ ରୂପରେ ଲୋକଙ୍କ ପାଖରେ ବିଶେଷ କରି ଯୁବପିଢୀଙ୍କ ପାଖରେ ପହଁଚାଇବା ହେଉଛି ମୋର ମୁଖ୍ୟ ଉଦ୍ଦ୍ୟେଶ। ଯେ କୌଣସି ଗୀତ ଗାଇଲେ ପଇସା ତ ରୋଜଗାର କରିହେବ। କିନ୍ତୁ ମୋର ଉଦ୍ଦେଶ୍ୟ ଥିଲା ଏମିତି କିଛି କରିବି; ଯେଉଁଥିରେ ରୋଜଗାର ସହ ଆମ ସଂସ୍କୃତି ଓ ପରମ୍ପରା ରକ୍ଷା ହେବା ସହ ମୋ ମୃତ୍ୟୁ ପରେ ବି ଲୋକଙ୍କ ହୃଦୟରେ ମୁଁ ରହିପାରିବି।

ଜିତୁଙ୍କ ସହ କଣ୍ଠଦାନ କରିଥିବା ଅଭିଲିପ୍ସା ପଣ୍ଡା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଫଳାଫଳ ଅପେକ୍ଷାରେ ଅଛନ୍ତି। ତାଙ୍କ ବାପା ଅଶୋକ ପଣ୍ଡା, ଘରୋଇ ଖଣି କମ୍ପାନୀରେ ସୁରକ୍ଷା ଅଧିକାରୀ ଭାବରେ କାମ କରୁଥିବା ବେଳେ ମା’ ପୁଷ୍ପଶ୍ରୀ ପତି ଜଣେ ଶିକ୍ଷୟିତ୍ରୀ। ତାଙ୍କର ଅନ୍ୟ ଏକ ଝିଅ ୧୦ମ ଶ୍ରେଣୀରେ ପଢୁଛନ୍ତି। ପିଲାଟି ଦିନରୁ ହିନ୍ଦୁସ୍ତାନୀ ଗୀତ ଓ ନୃତ୍ୟ ପ୍ରତି ଆଗ୍ରହୀ ଥିବା ଅଭିଲିପ୍ସା କୁହନ୍ତି ଯେ, ତାଙ୍କ ମା’ ମଧ୍ୟ ଜଣେ କ୍ଲାସିକାଲ ନୃତ୍ୟ ଓ ସଂଗୀତ ଶିଳ୍ପୀ। ବଡ ହେଲେ ମେରାଇନ ବାୟୋଲୋଜି ପଢି ଗବେଷଣା କରିବା ହେଉଛି ଅଭିପ୍ସାଙ୍କର ଇଚ୍ଛା। ପାଠ ପଢିବା ସହିତ ସଂଗୀତ ଓ ନୃତ୍ୟରେ ଶିକ୍ଷା ଲାଭ କରିଥିବା ଅଭିଲିପ୍ସା କୁହନ୍ତି, ଜନ୍ମ ହେବା ପରେ ତାଙ୍କ କାନରେ ତାଙ୍କ ଜେଜେମା’ ଗାୟତ୍ରୀ ମନ୍ତ୍ର ଶୁଣାଇଥିଲେ। ଆଉ ସେବେଠୁ ସଂଗୀତ ପ୍ରତି ତାଙ୍କର ରୁଚି ବଢିଯାଇଥିଲା। ତେବେ ଏହି ଭିଡ଼ିଓ ହିଁ ତାଙ୍କୁ ଏବେ ନୂଆ ପରିଚୟ ଦେଇଛି। ଏହି ଗୀତ ଭାଇରାଲ୍‌ ହେବା ପରେ ଏବେ ସେ ସମସ୍ତଙ୍କ ପାଖରେ ପାଲଟି ଯାଇଛନ୍ତି ଏକ ଚିହ୍ନା ମୁହଁ।
-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri