Posted inଫୁରସତ

ନିଜ ଶରୀରର ନିଜେ ବଇଦ ଏଇ ଚଢ଼େଇ

ପୃଥିବୀରେ ଯେବେ ଯେବେ ନୂଆ ରୋଗ ଦେଖା ଦେଇଛି ଚିକିତ୍ସା ନ ବାହାରିବା ପର୍ଯ୍ୟନ୍ତ ତାହା ମୃତ୍ୟୁର ତାଣ୍ଡବ ରଚିଥାଏ। ଅନେକ ଗବେଷଣା ପରେ ବୈଜ୍ଞାନିକମାନେ ଏହାକୁ ହରାଇବାର ଉପାୟ ପାଇଥାନ୍ତି। ଏବେ ଯେମିତି କରୋନା ଭାଇରସ୍‌ ନେଇ ଚାଲିଛି ଜୀବନ ପରେ ଜୀବନ। ଏ ପର୍ଯ୍ୟନ୍ତ ଏହାର ବି ଠିକ୍‌ ଚିକିତ୍ସା ପଦ୍ଧତି ମିଳିପାରି ନାହିଁ। ତେବେ ଜାଣନ୍ତି କି ଏମିତି ଏକ ଚଢ଼େଇ ଅଛି, ଯେ କି ନିଜ ଶରୀରରେ ଯେକୌଣସି ରୋଗ ସହ ଲଢ଼ିବା ପାଇଁ ବିନା ଔଷଧରେ ଆପେ ଇମ୍ୟୁନିଟି ବଢ଼ାଇପାରେ। ସେ ଯେବେ ଦେଖେ ନିଜ ପ୍ରଜାତିର ଚଢ଼େଇଙ୍କ ଭିତରେ କିଛି ନୂଆ ରୋଗ ଦେଖାଦେଉଛି, ସଙ୍ଗେ ସଙ୍ଗେ ଚଢ଼େଇଟି ନିଜ ଶରୀରରେ ସେହି ରୋଗ ପାଇଁ ଇମ୍ୟୁନିଟି ପାଓ୍ବାର ବଢ଼ାଇଦିଏ। ଯେମିତି କି ସେହି ରୋଗରେ ସେ ଆକ୍ରାନ୍ତ ନ ହୁଏ। ଉକ୍ତ ଚଢ଼େଇର ନାମ ହେଉଛି ‘କ୍ୟାନେରିଜ୍‌’। ହଳଦିଆ ରଙ୍ଗର ଏହି କୁନି ଚଢ଼େଇଟିର ଏଭଳି ଅସମ୍ଭବ ଗୁଣ ସମ୍ପର୍କରେ ଜାଣିବା ପରେ ବୈଜ୍ଞାନିକମାନେ ତା’ ଉପରେ ଗବେଷଣା କରିବାକୁ ଲାଗିଛନ୍ତି। ଯଦି ଏହାର ରହସ୍ୟ ଖୋଲିଯାଏ ତେବେ ମଣିଷଜାତି ପାଇଁ ବରଦାନ ପାଲଟିବ। ଆଉ ମଣିଷ ଯେକୌଣସି ରୋଗ ପାଇଁ ନିଜ ଶରୀରରେ ନିଜେ ଆଣ୍ଟି ଡୋଜ୍‌ ତିଆରି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri