ପନିପରିବାରେ ଭବିଷ୍ୟବାଣୀ

ଭବିଷ୍ୟ ଜାଣିବାକୁ ଅନେକଙ୍କର ଇଚ୍ଛା ଥାଏ। ତେଣୁ କିଏ ହାତ ପାପୁଲିର ରେଖା ଦେଖି ଭବିଷ୍ୟ କହୁଥିବା ଲୋକଙ୍କ ନିକଟକୁ ଯାଆନ୍ତି ତ କିଏ ଟେରୋ କାର୍ଡ ରିଡର୍‌ଙ୍କ ସାହାରା ନିଅନ୍ତି। କିନ୍ତୁ ଏମିତି ଜଣେ ମଣିଷ ଅଛନ୍ତି ଯେ କି ପନିପରିବା ସାହାଯ୍ୟରେ ଭବିଷ୍ୟ ଦେଖନ୍ତି। କଥାଟି ହାସ୍ୟାସ୍ପଦ ଲାଗିପାରେ, କିନ୍ତୁ ସେ ପନିପରିବା ସାହାଯ୍ୟରେ ଦେଇଥିବା ଭବିଷ୍ୟବାଣୀ ୭୫% ସତ ପାଲଟିଛି। ଏହି ଅଜବ ଭବିଷ୍ୟବକ୍ତା ଜଣକ ହେଉଛନ୍ତି ୟୁକେର ଜେମିମା ପେକିଂଟନ୍‌। ଖାସ୍‌କରି ସେ ଆସପର୍‌ଗସ୍‌ ବା ଶତାବରୀ ଜାତୀୟ ପରିବା ସାହାଯ୍ୟରେ ଭବିଷ୍ୟ ଦେଖନ୍ତି। ଏଥିପାଇଁ ସେ କିଛି ଆସ୍‌ପରଗସ୍‌୍‌କୁ ଧରି ଉପରକୁ ଫୋପାଡ଼ନ୍ତି। ସେଗୁଡ଼ିକ ଭୂମିରେ ପଡ଼ିଲା ପରେ ଏକ ପାଟର୍ନ ତିଆରି ହୋଇଯାଏ। ସେଇ ପାଟର୍ନକୁ ନେଇ ସେ ଭବିଷ୍ୟବାଣୀ କରନ୍ତି। ତାଙ୍କ ଭବିଷ୍ୟବାଣୀ ଅନୁସାରେ ଚଳିତବର୍ଷ ଇଂଲଣ୍ଡ ୟୁରୋ କପ୍‌ ଜିତିବ। ଏହି ଜିତ୍‌ ପାଇଁ ଟିମ୍‌କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଓ ଅନେକ ବାଧାବିଘ୍ନ ପରେ ଇଂଲଣ୍ଡର ହେବ ବିଜୟ। ଜେମିମା ସ୍କଟଲାଣ୍ଡ ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି। ଜେମିମା ଆଜିପର୍ଯ୍ୟନ୍ତ ଅନେକ ଠିକ୍‌ ଭବିଷ୍ୟବାଣୀ କରିଛନ୍ତି। ସେ ୟୁକେ ରାଜପରିବାର ସମ୍ପର୍କରେ ବି ଠିକ୍‌ ଭବିଷ୍ୟବାଣୀ କରିଥିଲେ। ଏଥିରେ ଥିଲା ପ୍ରିନ୍ସ ଫିଲିପ୍‌ଙ୍କ ମୃତ୍ୟୁ, ପ୍ରିନ୍ସ ହ୍ୟାରୀଙ୍କ ପରିବାରରୁ ପୃଥକ୍‌ ହେବା ଆଦି। ଜେମିମା ନିଜେ ବି ଜାଣି ନାହାନ୍ତି ତାଙ୍କର ଏହି ଶକ୍ତି କେଉଁଠୁ ଆସିଲା। ଯେହେତୁ ତାଙ୍କ ମାଉସୀ ବି ଭବିଷ୍ୟ ଦେଖନ୍ତି, ତେଣୁ ଏହି ଗୁଣ ତାଙ୍କଠାରୁ ଆସିଥାଇପାରେ ବୋଲି ସେ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ମଙ୍ଗଳ-ଶନିଙ୍କ କେନ୍ଦ୍ରଯୋଗ; ୪ ରାଶିଙ୍କ ଭଲଦିନ ଆରମ୍ଭ, ବଢିବ ଅପର୍ଯ୍ୟାପ୍ତ ଧନ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର, ୨୦୨୬ ଠାରୁ, ମଙ୍ଗଳ ଏବଂ ଶନି ପରସ୍ପରଠାରୁ ୯୦ ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ କେନ୍ଦ୍ର…

ଡିସେମ୍ବର ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରାହୁ-କେତୁଙ୍କ ନଜର, ହୋଇପାରେ ବଡ଼ କ୍ଷତି!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ବୋଲି ମନେ କରାଯାଏ। ଯଦିଓ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ, ତଥାପି ଜାତକଙ୍କ ଜୀବନରେ ଏହାର…

ସାବଧାନ ରୁହନ୍ତୁ ଏହି ୩ ରାଶି: ସୂର୍ଯ୍ୟଙ୍କ ଉପରେ କେତୁଙ୍କ ଛାୟା, ମାଡିଆସୁଛି ବଡ଼ ସଙ୍କଟ!

ଜ୍ୟୋତିଷ ଅନୁସାରେ ସିଂହ ରାଶିରେ ସୂର୍ଯ୍ୟ ଏବଂ କେତୁଙ୍କ ଯୁତି ଯୋଗୁ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିପାରେ। ସୂର୍ଯ୍ୟଙ୍କ ଉପରେ କେତୁଙ୍କ ଛାୟା ରହିବ।…

ଶନି-ରାହୁଙ୍କ ମାୟାଜାଲରେ ଫସିବେ ଚନ୍ଦ୍ର, ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ; ଶନିଦଶା ଠୁ ଭୟଙ୍କର ବିପଦରେ ପଡିବେ…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ ସକାଳ ୦୬:୫୩ ରୁ ମଧ୍ୟାହ୍ନ ୧୨:୩୧ ପର୍ଯ୍ୟନ୍ତ (ମୋଟ ଅବଧି: ୫ ଘଣ୍ଟା…

ସକାଳୁ ଆଖି ଖୋଲିବା ମାତ୍ରେ ଦେଖୁଛନ୍ତି କି ମୋବାଇଲ? ପଡ଼ିପାରେ ଭାରି! ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ

ସକାଳୁ ଆଖି ଖୋଲିବା ମାତ୍ରେ ଆପଣ ମୋବାଇଲ ଉଠାଇଲେ। ସାମ୍ନାରେ ଏମିତି ଏକ ମେସେଜ ଥିଲା, ଯାହା ଆପଣଙ୍କୁ ଠିକ ଲାଗିଲା ନାହିଁ। ଅଧିକ ଚିନ୍ତା ନକରି…

ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କଲେ ଦେବଗୁରୁ ବୃହସ୍ପତି: ଏହି ୪ ରାଶିଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ, ହେବେ ମାଲାମାଲ

ଗୁରୁ ଗ୍ରହ ବୁଧଙ୍କ ନକ୍ଷତ୍ରରେ ରହିବା ଯୋଗୁ କ୍ୟାରିୟର, ଚାକିରି, ବ୍ୟବସାୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଜ୍ୟୋତିଷ ଅନୁସାରେ ଗୁରୁ ଗ୍ରହଙ୍କୁ ଜ୍ଞାନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri