ପ୍ରକଳ୍ପ ମରାମତି ନାଁରେ ଚାଲିଛି ଅପବ୍ୟୟ

ନୟାଗଡ଼,୧୬।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି । ଅଚଳ ପ୍ରକଳ୍ପକୁ ସଚଳ କରିବାକୁ ବର୍ଷକୁ ୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଚାଷ ଜମିକୁ ପାଣି ଯୋଗାଇବାରେ ସକ୍ଷମ ହୋଇ ପାରୁନି। ଚାଷୀଙ୍କ ନାଁରେ ଉଠାଜଳସେଚନ ବିଭାଗର କେତେଜଣ କର୍ମଚାରୀ ଓ ଅଧିକାରୀ ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ମରାମତି ନାଁରେ କେବଳ ଅପବ୍ୟୟ ଚାଲିଛି। ଉଠାଜଳସେଚନ ବିଭାଗ ଟାର୍ଗେଟ ପୂରଣ କରି ଲାଭବାନ ହେଉଛି। ଏହି ପରିପ୍ରେକ୍ଷୀରେ ଦେଖିଲେ ଉଠାଜଳସେଚନ ବିଭାଗର କାର୍ଯ୍ୟ ସନ୍ଦେହ ଘେରରେ ରହିଛି। ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବ। ସରକାର କୃଷି ଓ କୃଷକଙ୍କ ପାଇଁ ବାର୍ଷିକ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ପାଣିରେ ପଡୁଛି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଚାଷୀଙ୍କ ଜମିକୁ ଜଳସେଚନରେ ସୁବିଧା ପାଇଁ ଜିଲାରେ ଉଠାଜଳସେଚନ ବିଭାଗ ପକ୍ଷରୁ ୬୩୫ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ରହିଛି। ସେଥିରୁ ନୟାଗଡ଼ ବ୍ଲକରେ ୮୮, ଓଡ଼ଗାଁ ବ୍ଳକରେ ୯୯, ଖଣ୍ଡପଡ଼ା ବ୍ଳକରେ ୧୩୪, ଭାପୁର ବ୍ଲକରେ ୬୭, ଗଣିଆ ବ୍ଲକରେ ୫୨, ଦଶପଲ୍ଲା ବ୍ଲକରେ ୪୬, ନୂଆଗାଁ ବ୍ଲକରେ ୭୯, ରଣପୁର ବ୍ଲକରେ ୭୦ ରହିଛି । ଏହି ପ୍ରକଳ୍ପ ଦ୍ୱାରା ୧୪ ହଜାର ୪୭୮ ଜମିରେ ଜଳସେଚିତ ହୋଇ ପାରିବ ବୋଲି ଉଠାଜଳସେଚନ ବିଭାଗ ପକ୍ଷରୁ କୁହାଯାଉଛି । ତେବେ ଉପରୋକ୍ତ ପ୍ରକଳ୍ପରୁ ନୟାଗଡ ବ୍ଲକରେ ୨୧, ଓଡ଼ଗଁା ବ୍ଳକରେ ୧୫, ଖଣ୍ଡପଡା ବ୍ଳକରେ ୩୯, ଭାପୁର ବ୍ଳକରେ ୨୩, ଗଣିଆ ବ୍ଲକରେ ୨୩, ଦଶପଲ୍ଲା ବ୍ଲକରେ ୧୦, ନୂଆଗାଁ ବ୍ଳକରେ ୨୩, ରଣପୁର ବ୍ଲକରେ ୨୦ ପ୍ରକଳ୍ପ ଅଚଳ ଅଛି ବୋଲି ସରକାରୀ ରେକର୍ଡ କୁହୁଛି । କିନ୍ତୁ ଗ୍ରାଉଣ୍ଟ ଜିରୋ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ପ୍ରାୟ ୧୦୦ ପ୍ରକଳ୍ପ ସଚଳ ଅଛି ବୋଲି ଜଣାପଡିଛି । ଏଣୁ ସରକାରୀ ରେକର୍ଡ ଅନୁସାରେ ୧୭୪ ପ୍ରକଳ୍ପ ଅଚଳ ପାଇଁ ୪୯୨୫ ହେକ୍ଟର ଜମିରେ ଜଳ ମାଡି ପାରୁନାହିଁ । ଏଭଳି ସ୍ଥଳେ ଅଚଳ ପ୍ରକଳ୍ପକୁ ସଚଳ କରିବା ପାଇଁ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୪୧ଟି ପ୍ରକଳ୍ପର କାମ ଆରମ୍ଭ କରିଥିଲେ । ଏଥିରୁ ୩୭ଟି ପ୍ରକଳ୍ପକୁ ସଚଳ କରାଯାଇ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି ବୋଲି ଉଠାଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି । ଅଚଳ ପ୍ରକଳ୍ପକୁ ମରାମତି ପାଇଁ ୭କୋଟି ୭୦ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ପୁଣି ୩୨ ଅଚଳ ପ୍ରକଳ୍ପକୁ ମରାମତି ପାଇଁ ୬କୋଟି ୪୯ ଲକ୍ଷ ୭୦ ହଜାର ମଞ୍ଜୁର ହୋଇଛି । ଏଥିରୁ ମାତ୍ର ଗୋଟିଏ ପ୍ରକଳ୍ପ ସଚଳ ହୋଇଥିବାବେଳେ ଅନ୍ୟ ଗୁଡିକର କାମ ଚାଲୁ ରହିଛି । ଚାଷୀଙ୍କ ହିତ ପାଇଁ କାମ କରୁଥିବା ଉଠାଜଳସେଚନ ବିଭାଗର କାର୍ଯ୍ୟଧାରକୁ ଅନୁଧ୍ୟାନ କଲେ ପ୍ରକଳ୍ପଗୁଡିକ କାହିଁକି ନିର୍ମାଣ ହେଉଛି ବୋଲି ପ୍ରଶ୍ନ ଉଠୁଛି । ଚାଷୀଙ୍କ କାମରେ ଯଦି ପ୍ରକଳ୍ପ କାମରେ ଲାଗୁନି ତେବେ ବାରମ୍ବାର ପ୍ରକଳ୍ପକୁ ମରାମତି କାହିଁକି କରାଯାଉଛି । ମରାମତି ପରେ ପ୍ରକଳ୍ପ କେତେଦୂର କାର୍ଯ୍ୟ କରୁଛି ଜିଲା ପରିଷଦର ଏକ ଟିମ୍‌ ଯାଇ ଅନୁଧ୍ୟାନ କରିବା ପେ ର ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଏ ନେଇ ଗଣିଆର ମକରନ୍ଦ ପ୍ରଧାନ, ନୂଆଗାଁର ବଦ୍ରି ନାରାୟଣ ନାୟକ, ଦଶପଲ୍ଲାର କାମାକ୍ଷା ସାହୁ, ନୟାଗଡ଼ର ରାମଚନ୍ଦ୍ର ନାୟକ କୁହନ୍ତି, ଉଠାଜଳସେଚନ ବିଭାଗ ପକ୍ଷରୁ ନୂଆ ପ୍ରକଳ୍ପ ନିର୍ମାଣ ଓ ପୁରୁଣା ପ୍ରକଳ୍ପ ମରାମତିକୁ ଗୁରୁତ୍ୱ ଦିଆଯାଉଛି । ଚାଷୀ ଉପକୃତ ହୁଅନ୍ତ କି ନାହିଁ ସେଥିପ୍ରତି ଲକ୍ଷ୍ୟ ନାହିଁ । ଜିଲା ପରିଷଦ ବୈଠକରେ କେବଳ ତଥ୍ୟ ଦେଇ ସବୁ କିଛି ଠିକ୍‌ ଚାଲିଛି ବୋଲି କୁହାଯାଉଛି । ଜିଲା ପରିଷଦ ବୈଠକରେ ଚାଷୀର ସମସ୍ୟା ନେଇ କେବଳ ଆଲୋଚନା ନ କରି ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରାଗଲେ ବିଭାଗ କେତେଦୂର କାର୍ଯ୍ୟ କରୁଛି ତାହା ସ୍ପଷ୍ଟ ହୋଇଯିବ ବୋଲି ସେମାନେ ସୂଚନା ଦେଇଛନ୍ତି । ନୟାଗଡ଼ ଉଠାଜଳସେଚନ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ଦାସ କୁହନ୍ତି, ଚାଷୀଙ୍କ ହିତ ପାଇଁ ବିଭାଗ କାର୍ଯ୍ୟ କରୁଛି । ଅଚଳ ପ୍ରକଳ୍ପ ମରାମତି ପାଇଁ ସରକାର ଯୋଗାଉଥିବା ଅନୁଦାନ ଠିକରେ ଖର୍ଚ୍ଚ ହେଉଛି। ଚାଷୀଙ୍କ କିଛି ଅସୁବିଧା ଥିଲେ ସେମାନେ ସେମାନଙ୍କ ସମସ୍ୟା ଅବଗତ କରାଇ ସମାଧାନ କରାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?