Posted inଫୁରସତ

ଗର୍ଭବତୀ ଥିଲେ ‘ମିଷ୍ଟେରିୟସ୍‌ ଲେଡି’

କାଏରୋ: ମିଷ୍ଟେରିୟସ୍‌ ଲେଡି ନାମରେ ପରିଚିତ ଜଣେ ମହିଳାଙ୍କ ମମି ଠାବ ହୋଇଛି। ତାଙ୍କ ଗର୍ଭରେ ଏକ ଶିଶୁର ଭ୍ରୂଣ ଥିବା ପୋଲାଣ୍ଡର ଗବେଷକମାନେ ବିଶ୍ଳେଷଣ କରି ଜାଣିବାକୁ ପାଇଛନ୍ତି। ଗବେଷକଙ୍କ ମତରେ ୨,୦୦୦ ବର୍ଷ ପୂର୍ବେ ମହିଳା ଜଣକ ୨୮ ସପ୍ତାହର ଗର୍ଭବତୀ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କୁ ୨୦ରୁ ୩୦ ବର୍ଷ ବୟସ ହୋଇଥିଲା। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହିଳା ଜଣକ ଜୀବିତ ଥିବାବେଳେ କେମିତି ଦେଖାଯାଉଥିଲେ ତାହା ଦର୍ଶାଇବାକୁ ଯାଇ ବିଶେଷଜ୍ଞମାନେ ତାଙ୍କ ଖପୁରି ଓ ଅନ୍ୟ ଦେହାବଶେଷକୁ ବ୍ୟବହାର କରି ଦୁଇଟି ଚିତ୍ର ତିଆରି କରିଛନ୍ତି। ଓ୍ବାର୍‌ସ ମିମି ପ୍ରୋଜେକ୍ଟ ସଦସ୍ୟ ତଥା ଇଟାଲୀୟ ଫୋରେନ୍ସିକ୍‌ ନୃତତ୍ତ୍ୱବିତ୍‌ ଚନ୍ତାଲ୍‌ ମିଲାନି କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଚେହେରା ସମ୍ପର୍କରେ ତାଙ୍କ ଅସ୍ତି ଓ ଖପୁରି ଅନେକ ସୂଚନା ଦେଇଥାଏ। ମିଷ୍ଟେରିୟସ୍‌ ଲେଡିଙ୍କ ମୁହଁର ଅବିକଳ ଚିତ୍ର ଅଙ୍କାଯାଇପାରି ନ ଥିଲେ ମଧ୍ୟ ତାଙ୍କ ଚେହେରା ସହ ଏହାର ଅନେକ ସାମଞ୍ଜସ୍ୟ ରହିଛି। ମୁଖମଣ୍ଡଳର ସମ୍ମୁଖଭାଗରେ ଥିବା ଅସ୍ତିଗୁଡ଼ିକର ସୂକ୍ଷ୍ମ ତନ୍ତୁକୁ ଯୋଡ଼ାଯୋଡ଼ି କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରାବିଶ୍ୱର ବିଭିନ୍ନ ଜାତିର ଲୋକଙ୍କ ପରିସଂଖ୍ୟାନ ତଥ୍ୟକୁ ବ୍ୟବହାର କରାଯାଇଥାଏ। ଥେବାନ୍‌ ସମ୍ପ୍ରଦାୟର ରହସ୍ୟମୟୀ ମହିଳାଙ୍କ ମମି ଥେବେସ୍‌ର ରାଜକୀୟ ସମାଧିଗୁଡ଼ିକ ମଧ୍ୟରେ ଠାବ ହୋଇଥିଲା। ଏହି ମମିକୁ ୧୮୨୬ ଡିସେମ୍ବରରେ ଆବିଷ୍କାର କରାଯାଇଥିଲା। କ୍ଲିଓ ପାଟ୍ରା ଇଜିପ୍ଟର ରାଣୀ ଥିବାବେଳେ ଏହି ମହିଳା ଜଣକ ଜୀବିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଭାଗ୍ୟରେ ଲାଗିବ ଚାରିଚାନ୍ଦ! ୭ ସେପ୍ଟେମ୍ବରରୁ ୪ ରାଶିଙ୍କୁ ଅପାର ଧନଲାଭ ସହ ନୂଆ ଚାକିରି ସୁଯୋଗ

ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ରମା ଓ ଗୁରୁଙ୍କ ଯୁତିରୁ ଗଠିତ ହେଉଥିବା ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ଯେଉଁ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri