Posted inଫୁରସତ

ଗର୍ଭବତୀ ଥିଲେ ‘ମିଷ୍ଟେରିୟସ୍‌ ଲେଡି’

କାଏରୋ: ମିଷ୍ଟେରିୟସ୍‌ ଲେଡି ନାମରେ ପରିଚିତ ଜଣେ ମହିଳାଙ୍କ ମମି ଠାବ ହୋଇଛି। ତାଙ୍କ ଗର୍ଭରେ ଏକ ଶିଶୁର ଭ୍ରୂଣ ଥିବା ପୋଲାଣ୍ଡର ଗବେଷକମାନେ ବିଶ୍ଳେଷଣ କରି ଜାଣିବାକୁ ପାଇଛନ୍ତି। ଗବେଷକଙ୍କ ମତରେ ୨,୦୦୦ ବର୍ଷ ପୂର୍ବେ ମହିଳା ଜଣକ ୨୮ ସପ୍ତାହର ଗର୍ଭବତୀ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କୁ ୨୦ରୁ ୩୦ ବର୍ଷ ବୟସ ହୋଇଥିଲା। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହିଳା ଜଣକ ଜୀବିତ ଥିବାବେଳେ କେମିତି ଦେଖାଯାଉଥିଲେ ତାହା ଦର୍ଶାଇବାକୁ ଯାଇ ବିଶେଷଜ୍ଞମାନେ ତାଙ୍କ ଖପୁରି ଓ ଅନ୍ୟ ଦେହାବଶେଷକୁ ବ୍ୟବହାର କରି ଦୁଇଟି ଚିତ୍ର ତିଆରି କରିଛନ୍ତି। ଓ୍ବାର୍‌ସ ମିମି ପ୍ରୋଜେକ୍ଟ ସଦସ୍ୟ ତଥା ଇଟାଲୀୟ ଫୋରେନ୍ସିକ୍‌ ନୃତତ୍ତ୍ୱବିତ୍‌ ଚନ୍ତାଲ୍‌ ମିଲାନି କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଚେହେରା ସମ୍ପର୍କରେ ତାଙ୍କ ଅସ୍ତି ଓ ଖପୁରି ଅନେକ ସୂଚନା ଦେଇଥାଏ। ମିଷ୍ଟେରିୟସ୍‌ ଲେଡିଙ୍କ ମୁହଁର ଅବିକଳ ଚିତ୍ର ଅଙ୍କାଯାଇପାରି ନ ଥିଲେ ମଧ୍ୟ ତାଙ୍କ ଚେହେରା ସହ ଏହାର ଅନେକ ସାମଞ୍ଜସ୍ୟ ରହିଛି। ମୁଖମଣ୍ଡଳର ସମ୍ମୁଖଭାଗରେ ଥିବା ଅସ୍ତିଗୁଡ଼ିକର ସୂକ୍ଷ୍ମ ତନ୍ତୁକୁ ଯୋଡ଼ାଯୋଡ଼ି କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରାବିଶ୍ୱର ବିଭିନ୍ନ ଜାତିର ଲୋକଙ୍କ ପରିସଂଖ୍ୟାନ ତଥ୍ୟକୁ ବ୍ୟବହାର କରାଯାଇଥାଏ। ଥେବାନ୍‌ ସମ୍ପ୍ରଦାୟର ରହସ୍ୟମୟୀ ମହିଳାଙ୍କ ମମି ଥେବେସ୍‌ର ରାଜକୀୟ ସମାଧିଗୁଡ଼ିକ ମଧ୍ୟରେ ଠାବ ହୋଇଥିଲା। ଏହି ମମିକୁ ୧୮୨୬ ଡିସେମ୍ବରରେ ଆବିଷ୍କାର କରାଯାଇଥିଲା। କ୍ଲିଓ ପାଟ୍ରା ଇଜିପ୍ଟର ରାଣୀ ଥିବାବେଳେ ଏହି ମହିଳା ଜଣକ ଜୀବିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri