କାର୍ଯ୍ୟକାରୀ ହେବ ‘ମୋ ସାଇକେଲ୍‌’ ଆପ୍‌

ଭୁବନେଶ୍ୱର, ୫।୧(ବ୍ୟୁରୋ): ମୋ ସାଇକେଲ୍‌ର ନୂତନ ଦିଗନ୍ତ ଭାବେ ଖୁବ୍‌ଶୀଘ୍ର ‘ମୋ ସାଇକେଲ୍‌’ ଆପ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପଦକ୍ଷେପ ନେଇଛନ୍ତି। ସାଇକେଲ ଚଲାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସ୍ମାର୍ଟସିଟି ସିଇଓ ତଥା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଛି। ତେବେ ଫେବୃୟାରୀରେ ଏହି ଆପ୍‌ କାର୍ଯ୍ୟକାରୀ ହେବ। ଏହି ଗୋଟିଏ ଆପ୍‌ ବ୍ୟବହାର କରି ତିନୋଟି କମ୍ପାନୀର ସାଇକେଲ୍‌ ଚଢ଼ିପାରିବେ ଲୋକେ।
କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ରୁ ‘ମୋ ସାଇକେଲ୍‌’ର ଦାୟିତ୍ୱ କାଢ଼ି ନିଆଯିବା ପରେ ବିଏସ୍‌ସିଏଲ୍‌ ଏବଂ ବିଏମ୍‌ସିର ମିଳିତ ପ୍ରୟାସରେ ଏହାର ପୁନରୁଦ୍ଧାର ସହ ନବୀକରଣ ସ୍ବରୂପ ବିଭିନ୍ନ ସାଇକେଲ୍‌ ଡିପୋରେ ଥିବା ସାଇକେଲ୍‌କୁ ସର୍ଭେ କରାଯାଇଛି। ମୋଟ ୨୦୦୦ ସାଇକେଲ୍‌ରୁ ବର୍ତ୍ତମାନ ୧୬୦୦ ସାଇକେଲ୍‌ କାର୍ଯ୍ୟକ୍ଷମ ଅବସ୍ଥାରେ ଥିବାବେଳେ ୪୦୦ ସାଇକେଲ୍‌ର ମରାମତି ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ପବ୍ଲିକ୍‌ ବାଇସାଇକେଲ୍‌ ଶେୟାରିଂ ବା ପିବିଏସ୍‌କୁ ଅଧିକ ଲୋକାଭିମୁଖୀ କରିବା ପାଇଁ ମଧ୍ୟ ଯୋଜନା ହୋଇଛି। ଯେଉଁଥିରେ ୨ଟି ମୁଖ୍ୟ ସାଇକେଲ୍‌ ଟ୍ରାକ୍‌ରେ ପିବିଏସ୍‌ର ଉନ୍ନତି କରାଯିବ। ଶିଶୁଭବନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ଓ ପଟିଆ ଛକଠାରୁ ଇନ୍‌ଫୋସିଟି ଦେଇ କିଟ୍‌ ପର୍ଯ୍ୟନ୍ତ ସାଇକେଲ୍‌ ଟ୍ରାକ୍‌ର ଉନ୍ନତି କରାଯିବ। ପ୍ରାରମ୍ଭରୁ ୟାନା କମ୍ପାନୀର ୫୦୦, ୟୁଲୁ ୫୦ ଏବଂ ହେକ୍ସି ୧୦୦୦ଟି ସାଇକେଲ୍‌ ସହ ମୋଟ ୨ହଜାରଟି ସାଇକେଲ୍‌କୁ ନେଇ ଭୁବନେଶ୍ୱରରେ ପିବିଏସ୍‌ର ଆରମ୍ଭ ହୋଇଛି। ବର୍ତ୍ତମାନ ଏହାର ଚଢ଼ାଳି ସଂଖ୍ୟା ଦିନକୁ ଦିନ କ଼୍ରମଶଃ ବୃଦ୍ଧି ପାଉଛି। ୨୦୨୦ ଅକ୍ଟୋବର ୨୦ ସୁଦ୍ଧା ୬,୪୬୦ଜଣ, ନଭେମ୍ବର ୬,୫୬୪ ଏବଂ ଡିସେମ୍ବର ୨୦ ସୁଦ୍ଧା ୬,୬୯୯ଜଣ ପିବିଏସ୍‌ର ଉପଯୋଗ କରିଛନ୍ତି। ସେହିପରି ଫିଟ୍‌ ଇଣ୍ଡିଆ ସାଇକେଲ୍‌ ଯାତ୍ରାରେ ଭୁବନେଶ୍ୱରର ଅନେକ ନାଗରିକ ବିଶେଷ କରି ଯୁବପିଢ଼ି ଏହି ସାଇକେଲ୍‌ର ଉପଯୋଗ କରିଛନ୍ତି। ପ୍ରତି ଶୁକ୍ରବାର ସାଇକେଲ୍‌ ଟ୍ରାକ୍‌ ଅବରୋଧମୁକ୍ତ କରିବା ପାଇଁ ପ୍ରତି ଜୋନ୍‌ରେ ଜୋନାଲ୍‌ ଡେପୁଟି କମିଶନରଙ୍କ ତତ୍ତ୍ୱାବଧାନରେ ଉଚ୍ଛେଦ କରାଯାଉଛି। ୨୦୧୮ ନଭେମ୍ବର ୨୬ରେ ଆରମ୍ଭ କରାଯାଇଥିବା ପିବିଏସ୍‌ ଏହାର ନୂଆ ରୂପରେ ଅଧିକ ଲୋକାଭିମୁଖି ହେବ। ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଡେପୁଟି କମିଶନର କମଲ୍‌ଜିତ୍‌ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?