ପୌର କାର୍ଯ୍ୟାଳୟ ଘେରିବ ଦର୍ଜି ସଂଘ

ମାଲକାନଗିରି,୩ା୨ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ମା’ ମାଉଲି ଦର୍ଜି ସଂଘର ଏକ ସାଧାରଣ ବୈଠକ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକ କ୍ଲବ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କରୋନା ମହାମାରୀ ସମୟରେ ଦର୍ଜିମାନଙ୍କ ପାଇଁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ। ପୌର ପରିଷଦ ପକ୍ଷରୁ ଏହି ଦର୍ଜିମାନଙ୍କୁ ଚିହ୍ନଟ କରାଯାଇ ଅଳ୍ପ ସଂଖ୍ୟକ ଦର୍ଜିଙ୍କୁ ତିନି କିସ୍ତିରେଏହି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଅନେକ ଦର୍ଜି ଏହି ସହାୟତା ପାଇ ନ ଥିବା ଅଭିଯୋଗ କରିଥିଲେ। ଅନ୍ୟ କେତେଜଣ ପ୍ରଥମ ଓ ଦ୍ୱିତୀୟ କିସ୍ତି ଅର୍ଥ ପାଇନାହାନ୍ତି। ଫଳରେ ଦର୍ଜି ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପୌର କର୍ତ୍ତପକ୍ଷଙ୍କୁ ବାରମ୍ବାର ଅବଗତ କରିଥିିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯଦି ସେମାନଙ୍କୁ ଶୀଘ୍ର ଏହି ସହାୟତା ବାବଦ ଅର୍ଥ ନ ମିଳେ ତେବେ ଆଗାମୀ ଦିନରେ ସେମାନେ ପୌର କାର୍ଯ୍ୟାଳୟକୁ ଘେରାଉ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ସମ୍ପାଦକ ଗୁପ୍ତ ମହାନ୍ତି, କୋଷାଧ୍ୟକ୍ଷ ବକ୍ସିଧର ସେଠୀ, ମଙ୍ଗରାଜ ବେହେରା, ପି. ଭେଙ୍କଟ ରାଓ, ପ୍ରମିଳା ଦାସ, ଗୌରୀ ବେହେରାଙ୍କ ସହ ୩୦ରୁ ଉର୍ଦ୍ଧ୍ୱ ଦର୍ଜି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?