ପୌର କାର୍ଯ୍ୟାଳୟ ଘେରିବ ଦର୍ଜି ସଂଘ

ମାଲକାନଗିରି,୩ା୨ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ମା’ ମାଉଲି ଦର୍ଜି ସଂଘର ଏକ ସାଧାରଣ ବୈଠକ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକ କ୍ଲବ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କରୋନା ମହାମାରୀ ସମୟରେ ଦର୍ଜିମାନଙ୍କ ପାଇଁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ। ପୌର ପରିଷଦ ପକ୍ଷରୁ ଏହି ଦର୍ଜିମାନଙ୍କୁ ଚିହ୍ନଟ କରାଯାଇ ଅଳ୍ପ ସଂଖ୍ୟକ ଦର୍ଜିଙ୍କୁ ତିନି କିସ୍ତିରେଏହି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଅନେକ ଦର୍ଜି ଏହି ସହାୟତା ପାଇ ନ ଥିବା ଅଭିଯୋଗ କରିଥିଲେ। ଅନ୍ୟ କେତେଜଣ ପ୍ରଥମ ଓ ଦ୍ୱିତୀୟ କିସ୍ତି ଅର୍ଥ ପାଇନାହାନ୍ତି। ଫଳରେ ଦର୍ଜି ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପୌର କର୍ତ୍ତପକ୍ଷଙ୍କୁ ବାରମ୍ବାର ଅବଗତ କରିଥିିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯଦି ସେମାନଙ୍କୁ ଶୀଘ୍ର ଏହି ସହାୟତା ବାବଦ ଅର୍ଥ ନ ମିଳେ ତେବେ ଆଗାମୀ ଦିନରେ ସେମାନେ ପୌର କାର୍ଯ୍ୟାଳୟକୁ ଘେରାଉ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ସମ୍ପାଦକ ଗୁପ୍ତ ମହାନ୍ତି, କୋଷାଧ୍ୟକ୍ଷ ବକ୍ସିଧର ସେଠୀ, ମଙ୍ଗରାଜ ବେହେରା, ପି. ଭେଙ୍କଟ ରାଓ, ପ୍ରମିଳା ଦାସ, ଗୌରୀ ବେହେରାଙ୍କ ସହ ୩୦ରୁ ଉର୍ଦ୍ଧ୍ୱ ଦର୍ଜି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଚିତ୍ରକୋଣ୍ଡା,୯।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ୧୧ ତାରିଖରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ଚିତ୍ରକୋଣ୍ଡା ବ୍ଲକରେ ସମସ୍ତ ପ୍ରସ୍ତୁତି ଶେଷ...

ଯବାନଙ୍କ କ୍ୟାମ୍ପ୍‌ ଉପରେ ମାଓବାଦୀଙ୍କ ଗୁଳିବର୍ଷଣ: ୪ ଯବାନ ଆହତ

ମାଲକାନଗିରି,୧୮ା୪(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ପୋଲିସ କ୍ୟାମ୍ପ୍‌ ଉପରେ ମାଓବାଦୀ ହମଲା କରିଛନ୍ତି। କୁଟରୁ ଥାନା ଅନ୍ତର୍ଗତ ଦରଭା ପୋଲିସ କ୍ୟାମ୍ପ୍‌ ଉପରେ ରବିବାର...

ମାତିଛନ୍ତି ସାଇବର ଠକ

ମାଲକାନଗିରି,୬ା୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ସାଇବର ଠକମାନେ ମାତିଛନ୍ତି। ସେମାନେ ଅଭିନବ ଉପାୟରେ ଯୁବପିଢ଼ିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। କେତେକ ସାଇବର ଠକ ସୁନ୍ଦରୀ...

ଚିତ୍ରକୋଣ୍ଡା ସହରରୁ ହଟିଲା କଣ୍ଟେନମେଣ୍ଟ ଜୋନ୍‌

ଚିତ୍ରକୋଣ୍ଡା,୨୫।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସହର ତଥା କଲୋନୀରେ ଗଯାଇଛି।ତଯାଇଛି। ଜୁଲାଇ ଶେଷ ସପ୍ତାହରୁ ଜିଲା ପ୍ରଶାସନ ପକ୍ଷରୁ...

ବସ୍‌ ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୫ା୪(ଡି.ଏନ୍‌.ଏ.): ମାଲକାନଗିରି ସୀମାରେ ପୁଣି ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଏକ ଯାତ୍ରୀବାହୀ ବସ୍‌ରୁ ଯାତ୍ରୀମାନଙ୍କୁ ବାହାର କରି ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ମାଲକାନଗିରି ସୀମାନ୍ତ...

ଗୁଳି ବିନିମୟ: ୫ ମାଓବାଦୀ ଗିରଫ

ମାଲକାନଗିରି, ୨୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ବୁଧବାର ରାତିରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ...

ସ୍ତ୍ରୀ ସମ୍ମୁଖରେ ସ୍ବାମୀଙ୍କ ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ପଡିଆ, ୧୯ା୧୨(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ଥାନା ପଡିଆ ପଞ୍ଚାୟତ କମାରଗୁଡା ନିକଟସ୍ଥ ନନ୍ଦାଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଦୁର୍ବୃତ୍ତ...

ଜାତୀୟସ୍ତରକୁ ମନୋନୀତ ହେଲେ ଭାଗ୍ୟଶ୍ରୀ

ମାଲକାନଗିରି,୨୭ା୧୨ (ଡି.ଏନ୍‌.ଏ.):ମାଲକାନଗିରି ଜିଲା ପଡିଆ ସଦର ବ୍ଲକର ଜଣେ ଛାତ୍ରୀ ମହିଳା କ୍ରିକେଟ ଟିମ୍‌ ଓଡ଼ିଶା ଦଳରେ ୧୫ ବର୍ଷରୁ କମ୍‌ ବର୍ଗରେ ମନୋନୀତ ହୋଇଛନ୍ତି।...

Advertisement
Archives

Model This Week