ରାତି ଦିନ ଚାଲିଛି ମାଟି ବୁହା

ରୂପସା, ୧୨ା୪ (ଡି.ଏନ.ଏ.) ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ଗଡ଼ପଦା ପଞ୍ଚାୟତରେ ଗୋଚର ଜମିରୁ ବେଆଇନ ମାଟିଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ରବିବାର ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଖୋଳତାଡ କରାଯାଇଥିଲା। ଏହି ପଞ୍ଚାୟତର ଷଣ୍ଢଗଡ଼ିଆ ନିକଟରେ ଗୋଚର ଜମିରୁ ଜେସିବି ଯୋଗେ ମାଟି ଖୋଳି ଟ୍ରାକ୍ଟରରେ ଲୋଡ଼ିଂ ହୋଇ ବାହାରକୁ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ମୋବାଇଲରେ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିବା ପରେ ଡ୍ରାଇଭରମାନେ ଜେସିବି ଓ ସବୁ ଟ୍ରାକ୍ଟର ନେଇ ସେଠାରୁ ଚମ୍ପଟ ମାରିଥିଲେ। କିନ୍ତୁ ସେଠାରେ ପହଞ୍ଚିଥିବା ନାଏବ ସରପଞ୍ଚଙ୍କୁ ପଚରାଯିବାରୁ ସେ ନିଜେ ଏହି ମାଟି ଖୋଳୁଥିବା କହିଥିଲେ। ଆର୍‌ଆଇ ଓ ତହସିଲଦାରଙ୍କୁ ଜଣାଇ ସେଠାରେ ଥିବା ଶ୍ମଶାନ ପାଇଁ ଗାଁ ତରଫରୁ ଏକ ପୋଖରୀ ଖୋଳାଯାଉଛି ବୋଲି ମଧ୍ୟ ସ୍ବୀକାର କରିଥିଲେ। କିନ୍ତୁ ରାଜସ୍ବ ବିଭାଗ ପକ୍ଷରୁ କୌଣସି ଅନୁମତିପତ୍ର ଦେଖାଇ ପାରି ନ ଥିଲେ। ବିଭିନ୍ନ ସ୍ଥାନରେ ସରକାରୀ ଜମିରୁ ବେଆଇନ ମାଟି ଖୋଳା ସମ୍ପର୍କରେ ସ୍ଥାନୀୟ ଲୋକେ ପୂର୍ବରୁ ବାରମ୍ବାର ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ରୂପସା ଥାନାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ସମସ୍ତଙ୍କୁ ଚକିତ କରିଛି। ସରକାରୀ ଗୋଚର ଜମିରୁ ମାଟି ମାଫିଆ ଓ ଦଲାଲ ମିଶି ଜେସିବି ଏବଂ ଟ୍ରାକ୍ଟର ଲଗାଇ ରାତିଦିନ ଶହ ଶହ ଟ୍ରାକ୍ଟର ମାଟି ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଗୋରୁ ଚରାଇବା ପାଇଁ ଗୋଚର କିସମର ଜମି ରହିଛି। କିଛି ଅସାଧୁ ବ୍ୟବସାୟୀ ଏହି ଜମିରୁ କିଭଳି ରାଜସ୍ବ ଲୁଟ୍‌ କରିବେ ସେଥିପାଇଁ ପ୍ରଶାସନ ସହ ସଲାସୁତୁରା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଲଛମନଖୁଣ୍ଟା ଜଙ୍ଗଲ ଜମି ଓ ବିଭିନ୍ନ ଗୋଚର ଜମିରୁ ମୋରମ, ମାଟି ଲୁଟ୍‌ ହେଉଥିବାରୁ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି ଓ ଗ୍ରାମାଞ୍ଚଳରେ ଗୋଚର ଜମି ଧୀରେ ଧୀରେ ଲୋପ ପାଇବାକୁ ବସିଛି ବୋଲି ଗାଁ ଲୋକେ କହିଛନ୍ତି।
ମାର୍ଚ୍ଚ ୧୨ତାରିଖରେ ଓଡ଼ିଆଶାସନ ଗ୍ରାମର ବିଜୟ କୁମାର ଦାସ ବାଇକ୍‌ ଯୋଗେ ରୂପସା ଯାଉଥିବା ବେଳେ ଏକ ମାଟିବୋଝେଇ ଟ୍ରାକ୍ଟର ବାଇକକୁ ଚପାଇ ବିଜୟଙ୍କୁ ହତ୍ୟା ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା (ନଂ.୨୫/୨୨) ରୁଜୁ କରିଥିଲେ ହେଁ ଏଯାବତ୍‌ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଅଭିଯୋଗକାରୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ତହସିଲଦାର କାର୍ତ୍ତିକ କୁମାର ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ମାଟି ଖୋଳା ଭିଡ଼ିଓ ଓ ଟ୍ରାକ୍ଟର ସବୁର ଫଟୋ ପଠାଇବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିବା ସହ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?