ଆନ୍ଦୋଳନକୁ ସମର୍ଥନ ମିଳୁଛି, ଜନ ଅସନ୍ତୋଷ ବଢ଼ୁଛି

କେନ୍ଦ୍ରାପଡ଼ା ଅଫିସ, ୧।୨: ଖଡିଅଙ୍ଗସ୍ଥିତ ପୁରୁଣା କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅପନ୍ତରା ହୋଇଛି। ଅପରପାର୍ଶ୍ୱରେ ଏହି ସ୍ଥାନରେ ସିଟି ହସ୍ପିଟାଲ ସ୍ଥାପନ ଦାବି ସହରବାସୀଙ୍କ ଜିଦ୍‌ରେ ପରିଣତ ହୋଇଛି। ପ୍ରତି ୱାର୍ଡରୁ ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୪ ତାରିଖରୁ ଚାଲିଥିବା ଗଣ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଶାସକ ଦଳ ଓ ପ୍ରଶାସକ ଏ ନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ସହର ମଧ୍ୟରେ ଏ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ମଙ୍ଗଳବାର ଗଣଆନ୍ଦୋଳନରେ ବିଭିନ୍ନ ୱାର୍ଡରୁ ମହିଳାମାନେ ଯୋଗଦେଇ ସିଟି ହସ୍ପିଟାଲ ଦାବିକୁ ଦୋହରାଇଛନ୍ତି। ଏପରି କି ପ୍ରଶାସନର ବିଳମ୍ବିତ ପଦକ୍ଷେପ ଏକ ଅଶାନ୍ତ ପରିବେଶ ସୃଷ୍ଟି କରିପାରେ ବୋଲି ଆଶଙ୍କା ଉପୁଜିଛି।
ଏ ସମ୍ପର୍କରେ କାଉନ୍‌ସିଲର ରଶ୍ମିତା ସିଂହ, ପୂର୍ବତନ କାଉନ୍‌ସିଲର ଜୟରାମ ବେହେରା, ହିଫଜୁର ରହେମାନ, ନୃସିଂହ ପ୍ରସାଦ ପତ୍ରୀ, ମିନତି ବେହେରା ପ୍ରମୁଖ କହିଛନ୍ତି, ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଖଡିଅଙ୍ଗଠାରେ ଦୀର୍ଘବର୍ଷ ଧରି ଚାଲି ଆସିଥିଲା। ୨୦୧୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶାମଗୁଡିଆଠାରେ ମାତୃ ଶିଶୁ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଯୋଜନା ସହ ଅର୍ଥ ମଞ୍ଜୁର ହୋଇଥିଲା। ଏହି ନୂତନ ସ୍ବାସ୍ଥ୍ୟକେନ୍ଦ୍ର ଗୃହକୁ ଅଦ୍ୟାବଧି ପୁରୁଣା ଚିକିତ୍ସାଳୟରୁ ବ୍ଲଡ ବ୍ୟାଙ୍କ ଓ ପ୍ରସୂତି ବିଭାଗ ସ୍ଥାନାନ୍ତର ହୋଇ ନ ଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ଉଠାଇ ନିଆଯାଇଛି। ସହରାଞ୍ଚଳବାସୀଙ୍କ ଦାବି ମୁତାବକ ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ସ୍ଥାପନ ପାଇଁ ଦାବି ହୋଇଛି। ପୁରୁଣା ଚିକିତ୍ସାଳୟ ଓ ଦୁହୁରିଆ ନିକଟରେ ପ୍ରାଥମିକ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଆବଶ୍ୟକ କର୍ମଚାରୀ, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ସହରବାସୀଙ୍କ ସ୍ବାସ୍ଥ୍ୟସେବା ଏକ ପ୍ରହସନ ପାଲଟିଛି। ଭିତ୍ତିଭୂମି ଉପରେ ଥିବା ୱାର୍ଡଗୁଡିକ ବ୍ୟବହାର ହେଉ ନ ଥିବାରୁ ଏହାର ଜଗା ରଖା କରାଯାଉନାହିଁ। ଫଳରେ ଧୂଳି ଆସ୍ତରଣ ସହ ସ୍ଥାନଟି ଅଳିଆ ଗଦାରେ ପରିଣତ ହେଉଛି। ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଥିବା ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ସ୍ଥାପନା ହେଲେ ସହର ଓ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ସ୍ବାସ୍ଥ୍ୟସେବା ପାଇପାରିବେ। ଶାମଗୁଡିଆକୁ ସ୍ଥାନାନ୍ତର ମୁଖ୍ୟ ଚିକିତ୍ସାଳୟର ଦୂରତା ସହରର ଗୋଟିଏ ମୁଣ୍ଡରୁ ପ୍ରାୟ ୧୦କିଲୋମିଟର ରହୁଛି। ଲକ୍ଷାଧିକ ଲୋକଙ୍କ ପାଇଁ ସିଟି ହସ୍ପିଟାଲ ନିର୍ମାଣ ଏବେ ଆବଶ୍ୟକତା ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସମ୍ମତି ପ୍ରକାଶ ନ ପାଇଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ କହିଛନ୍ତି। ଅପରପକ୍ଷରେ ଗତ ୧୭ ତାରିଖରେ କେନ୍ଦ୍ରାପଡ଼ା ବନ୍ଦ ଓ ଗତ ୨୪ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ସମ୍ପର୍କରେ ଶାସକ ଦଳ ଓ ପ୍ରଶାସକ ନୀରବଦ୍ରଷ୍ଟା ରହିବା ନେଇ ଏବେ ଆଲୋଚନା ଜୋର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri