ଅଣ୍ଡାକୁ ଶତ୍ରୁ କବଳରୁ ଜଗିଛି ମା’ କୁମ୍ଭୀର

ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର ନଦୀକୂଳ ଘଞ୍ଚ ବୁଦା ମୂଳେ କୁମ୍ଭୀର ଅଣ୍ଡା ଦେଇଥାନ୍ତି। ମା’ କୁମ୍ଭୀର ସନ୍ତସନ୍ତିଆ, ଘଞ୍ଚ ବୁଦା ମୂଳ ଉଚ୍ଚ ସ୍ଥାନରେ ହେନ୍ତାଳ, ଖରି ଗଛ ପତ୍ର କାଠି କୁଟା ଓ ଘାସକୁ ସଂଗ୍ରହ କରି ଦୁଇ ଫୁଟ୍‌ ଉଚ୍ଚରେ ସଜେଇ ରଖି ତାହା ଭିତରେ ଅଣ୍ଡା ଦେଇଥାଏ। କାଉ, କୁକୁର, ବିଲୁଆ ଆଦି ଯନ୍ତୁମାନଙ୍କଠାରୁ ଦୂରେଇ ରଖିବାକୁ ବସା ମଧ୍ୟରେ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିଥାଏ। ଏହାର କିଛି ଦୂରରେ ମା’ କୁମ୍ଭୀର ଅଣ୍ଡାକୁ ଶତ୍ରୁ କବଳରୁ ରକ୍ଷା ପାଇଁ ଜଗି ରହିଥାଏ। ଯଦି କିଏ ଅଣ୍ଡା ଦେଇଥିବା ବସା ପାଖକୁ ଯାଏ ଜଗି ରହିଥିବା ମା’ କୁମ୍ଭୀର ଅତର୍କିତ ଆକ୍ରମଣ କରିଥାଏ। ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ନଦୀର ସନ୍ତସନ୍ତିଆ, ପାଣି ଗଡାଣି ସ୍ରୋତରେ କୁମ୍ଭୀର ଆଶ୍ରୟ ନିଅନ୍ତି। ବର୍ଷର ଜୁନ୍‌, ଜୁଲାଇରେ କୁମ୍ଭୀର ପ୍ରଜନନ ସମୟ ହୋଇଥାଏ। ବ୍ଲକର ଅରଡ, ଏକଲପୁର ନିକଟ ଗୋବରୀ ନଦୀ କୂଳ, ରାମଚଣ୍ଡୀ ଗଳିଆ ନଦୀ କୂଳ ଘଞ୍ଚ ବୁଦା ମୂଳେ ମା’ କୁମ୍ଭୀର ସୁରକ୍ଷିତ ସ୍ଥାନ ଭାବି ବସା ବାନ୍ଧିଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଏହି ବସାରୁ କିଛି ଅଣ୍ଡାକୁ ବିଲୁଆ, କୁକୁର, କାଉ ନେଇ ଯାଉଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ କୁମ୍ଭୀରଙ୍କ ବସା ଠାବ କରି ଗଣନା କରାଯାଏ। ବ୍ଲକର ଗୋବରୀ, ଲୁଣା, ରାମଚଣ୍ଡୀ ଗଳିଆ ନଦୀ, ବତୀଘର ଟୁବି ଓ ଖୋଳା ନଦୀ ସମେତ ମହାନଦୀ ତଳିଆ ନଦୀ ଯୋର, ନାଳ ଆଦି ସନ୍ତସନ୍ତିଆ ସ୍ଥାନରେ କୁମ୍ଭୀର ଆଡ୍ଡା ଜମାଇଛନ୍ତି। ସାଧାରଣତଃ ଏହି ଅଞ୍ଚଳରେ ବଉଳା ଜାତୀୟ କୁମ୍ଭୀର ଦେଖିବାକୁ ମିଳିଥାଏ। ଅନେକ ସମୟରେ ଏହି କୁମ୍ଭୀରମାନେ ଛେଳି, ମେଣ୍ଢା, ଗାଈ, ମଇଁଷି ଓ ମଣିଷଙ୍କୁ ଆକ୍ରମଣ କରିଥାନ୍ତି। ସ୍ଥାନୀୟ ଲୋକ ନଦୀ ମଧ୍ୟରେ ମାଛ ଧରିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହେଉଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଳଦା ବଜାରରୁ ଚୋରି: ସ୍କାଏଲାଇଟ୍‌ ଭାଙ୍ଗି ନେଇଗଲେ…

ଭଣ୍ଡାରିପୋଖରୀ,୧୪।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବିଭିନ୍ନ ଦୋକାନର ସ୍କାଏଲାଇଟ୍‌ ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି। ବଜାରର...

ଜୀବନ ପାଇଁ ଯୋଜନାର ଅଭାବ

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ୧୦ ବ୍ଲକ ଓ ୧ ପୌର ପରିଷଦର ପ୍ରାୟ ୧୦...

ଚାକିରି କରାଇଦେବା ନାଁରେ ୭୦ ଲକ୍ଷ ଠକେଇ କରି ମହିଳା ଫେରାର, ଟାଉନ୍‌ ଥାନାରେ ମାମଲା ରୁଜୁ

ବଲାଙ୍ଗୀର ଅଫିସ,୭।୧୨: ବଲାଙ୍ଗୀର ସହରରେ ଘର ଭଡ଼ା ନେଇ ରହୁଥିବା ଯାଜପୁର ଜିଲାର ଜଣେ ମହିଳା ଚାକିରି କରାଇଦେବା ନାଁରେ ପ୍ରାୟ ୭୦ ଲକ୍ଷ ଟଙ୍କା...

କରୋନା ଘୃଣା ଭାଇଚାରା ନ ଭାଙ୍ଗୁ

କଟକ ଅଫିସ,୩।୮: କରୋନା କାହାକୁ ବି ହୋଇପାରେ। ଆଜି ଯଦି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଆମେ ଘୃଣା କରିବା, ତେବେ କାଲି ଆମେ...

ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା

ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ...

ସମୁଦ୍ରପଥରେ ଡ୍ରଗ୍ସ ଚାଲାଣ ଆଶଙ୍କା ବଢୁଛି

ପୁରୀ ଅଫିସ,୬।୧୦: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଓଡ଼ିଶାର ଲିଙ୍କ୍‌ ପ୍ରସଙ୍ଗ ସାମ୍ନାକୁ ଆସିବା ସହ ରାଉରକେଲାର ଦୁଇଜଣ ଗିରଫ ହେବା ପରେ ସମୁଦ୍ର ତଟବର୍ତ୍ତୀ...

ସ୍କୁଲ ବାରଣ୍ଡାରେ ଅସହାୟ ପରିବାର

ସିମୁଳିଆ, ୧୩।୩(ଡି.ଏନ.ଏ.) – ଘରଦ୍ୱାର ନାହିଁ। ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ଏକ ପରିବାର।...

ଭାଇ ବାହାଘରରେ ମହିଳା ତହସିଲଦାରଙ୍କ ନୃତ୍ୟ, ଭିଡିଓ ଭାଇରାଲ

ତିର୍ତ୍ତୋଲ,୨୪ା୫ (ଡି.ଏନ୍‌.ଏ.):ଭାଇ ବାହାଘର ସମୟରେ ଜଣେ ମହିଳା ତହସିଲଦାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ସେ ଯାଜପୁର ଜିଲାର ଜଣେ...

Advertisement
Archives

Model This Week