Posted inଫୁରସତ

ବିବାହ ପରେ ମହିଳାମାନେ ଗୁଗ୍‌ଲରେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏହି ଜିନିଷ, ଉତ୍ତର ଜାଣିଲେ…

ସାଧାରଣତଃ ଲୋକମାନେ ସର୍ଚ୍ଚ ଇଞ୍ଜିନ ଗୁଗ୍‌ଲରେ ଅନେକ ପ୍ରକାରର ଜିନିଷ ଖୋଜନ୍ତି। କିନ୍ତୁ ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ବିବାହିତ ମହିଳା ପ୍ରକୃତରେ ଗୁଗ୍‌ଲରେ କ’ଣ ସର୍ଚ୍ଚ କରନ୍ତି। ଗୁଗ୍‌ଲରେ ମହିଳାମାନେ କରିଥିବା ସର୍ଚ୍ଚର ଫଳାଫଳ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏହା ଏପରି କିଛି ଯାହା ବିଶ୍ୱାସ କରିବା କଷ୍ଟକର।

ଆଜିକାଲି ଆମ ଜୀବନରେ ଗୁଗ୍‌ଲର ହସ୍ତକ୍ଷେପ ବହୁତ ବଢ଼ିଯାଇଛି। ଯଦି କେହି ଆମକୁ କୌଣସି ପ୍ରଶ୍ନ ପଚାରନ୍ତି କିମ୍ବା ଆମେ ନିଜେ କୌଣସି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁ, ତେବେ ଆମେ ଗୁଗ୍‌ଲରେ ଉତ୍ତର ଖୋଜିବା ଆରମ୍ଭ କରିଥାଉ। ଗୁଗ୍‌ଲ ଏକ ଏପରି ପ୍ଲାଟଫର୍ମ ପାଲଟିଛି, ଯେଉଁଠାରେ ଆପଣ ପ୍ରାୟ ସବୁକିଛିର ଉତ୍ତର ପାଇପାରିବେ। ରୋଷେଇ ହେଉ କିମ୍ବା ଫ୍ୟାଶନ ଟିପ୍ସ, ଗୁଗ୍‌ଲ ସବୁଥିରେ ଲୋକଙ୍କୁ ସାହାଯ୍ୟ କରେ।

ଏପରି ସମୟରେ ପ୍ରଶ୍ନ ଉଠେ ଯେ, ବିବାହିତ ମହିଳାମାନେ ଗୁଗ୍‌ଲରେ କ’ଣ ସର୍ଚ୍ଚ କରନ୍ତି? କାରଣ ଅଧ୍ୟୟନରୁ ଜଣାପଡ଼ିଛି, ବିବାହ ପରେ ମହିଳାମାନେ ଛୋଟ ଛୋଟ କାମ ପାଇଁ ଗୁଗ୍‌ଲର ସାହାଯ୍ୟ ନିଅନ୍ତି। ସଦ୍ୟ ପ୍ରକାଶିତ ରିପୋର୍ଟରେ ଏପରି କିଛି କଥା ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ହସିପାରିବେ ନାହିଁ।

କହି ରଖୁଛୁ କିଛି ମହିଳାଙ୍କ ମନରେ ତାଙ୍କ ସ୍ବାମୀଙ୍କ ବିଷୟରେ ଏପରି ପ୍ରଶ୍ନ ଥାଏ ଯାହା ସେମାନେ ଅନ୍ୟ କାହାକୁ ପଚାରିପାରିବେ ନାହିଁ। ଏପରି ସମୟରେ, ସେମାନଙ୍କର ଏକମାତ୍ର ରାସ୍ତା ହେଉଛି ଗୁଗ୍‌ଲ।

ଜାଣି ହସ ଲଗିଲେ ମଧ୍ୟ ସତ। କିଛି ମହିଳା ଅଛନ୍ତି, ଯେଉଁମାନେ ଜାଣିବାକୁ ଚାହାନ୍ତି ଯେ, କିପରି ସେ ସ୍ବାମୀମାନଙ୍କୁ ସେମାନଙ୍କର ଦାସ କରି ରଖିବେ। ପ୍ରକୃତରେ, ମହିଳାମାନେ ଭାବନ୍ତି ସେମାନଙ୍କ ସ୍ବାମୀମାନେ ଅନ୍ୟ କାହା ଦ୍ୱାରା ପରିଚାଳିତ। ଯାହା ଫଳରେ ସେମାନେ ତାଙ୍କ ସ୍ତ୍ରୀଙ୍କ କଥା ଶୁଣନ୍ତି ନାହିଁ।

କେବଳ ଏତିକି ନୁହେଁ, ବିବାହ ପରେ ମହିଳାମାନେ ନିଜ ସ୍ବାମୀଙ୍କୁ ସବୁବେଳେ ଖୁସି ରଖିବା ପାଇଁ କ’ଣ କରିବେ ସେ ବିଷୟରେ ମଧ୍ୟ ଚିନ୍ତିତ ଥାଆନ୍ତି। ଏପରି ମହିଳାମାନେ କେବଳ ଖାଦ୍ୟ ଖୋଜନ୍ତି ନାହିଁ ବରଂ ସେମାନଙ୍କ ସ୍ବାମୀଙ୍କ ପାଇଁ ବିଭିନ୍ନ ଉପହାର ବିକଳ୍ପ ମଧ୍ୟ ଖୋଜନ୍ତି।

ସ୍ବାମୀଙ୍କ ବ୍ୟତୀତ ମହିଳାମାନେ ନିଜ ସହିତ ଜଡ଼ିତ ପ୍ରଶ୍ନ ମଧ୍ୟ ପଚାରନ୍ତି। ଯେପରିକି କେଉଁ ମାସ ସନ୍ତାନ ଜନ୍ମ କରିବା ପାଇଁ ଭଲ ହେବ। ଆପଣଙ୍କ ସ୍ବାମୀଙ୍କୁ ସନ୍ତାନ ପାଇଁ କିପରି ରାଜି କରାଇବେ ଏବଂ କିପରି ଯୁବକ ରହିବେ ସେ ବିଷୟରେ ଟିପ୍ସ ମଧ୍ୟ ଗୁଗ୍‌ଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥାଏ।

ହଁ ବିବାହ ପରେ ଅନେକ ମହିଳାଙ୍କ ଜୀବନ ପରିବର୍ତ୍ତନ ହୁଏ ବୋଲି ଅସ୍ବୀକାର କରାଯାଇପାରିବ ନାହିଁ। ଗୋଟିଏ ପ୍ରକାରେ କ୍ୟାରିଅର ସେମାନଙ୍କ ପାଇଁ ଦ୍ୱିତୀୟ ପସନ୍ଦ ହୋଇଯାଏ। ଏହି କାରଣରୁ ଅଧିକାଂଶ ମହିଳା ବିବାହ ପରେ କିପରି ନିଜର କ୍ୟାରିଅର ଗଢ଼ିପାରିବେ ତାହା ଜାଣିବାକୁ ଚାହାନ୍ତି।

ଏହା ବ୍ୟତୀତ କିଛି ମହିଳା ଏହା ମଧ୍ୟ ଜାଣିବାକୁ ଚାହାନ୍ତି ଯେ, ସେମାନେ ସେମାନଙ୍କ ଶାଶୁଘରେ କିପରି ବ୍ୟବହାର କରିବା ଉଚିତ। ସେ କିପରି ଅଳ୍ପ ସମୟ ମଧ୍ୟରେ ପରିବାରର ଏକ ଅଂଶ ହୋଇପାରିବେ ତାହା ଜାଣିବାକୁ ଆଗ୍ରହୀ। ସେ କିପରି ତାଙ୍କ ପାରିବାରିକ ଦାୟିତ୍ୱ ନିର୍ବାହ କରିପାରିବେ ତାହା ଜାଣିବାକୁ ମଧ୍ୟ ଆଗ୍ରହୀ। ସେହି ସମୟରେ କିଛି ମହିଳା ନିଜ ଶାଶୁଙ୍କୁ ଖୁସି ରଖିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?