‘ସର୍ବ ଶକ୍ତିମାନ ମଣିଷ ସମାଜକୁ ଗଢ଼ିଛି’

ପାଟକୁରା,୨୧ା୫(ଡି.ଏନ.ଏ.): ଇସଲାମ୍‌ ଧର୍ମରୁ କୁସଂସ୍କାର, ହିଂସା, ଅସୂୟା ଭାବ, ବିଦ୍ୱେଷ ଓ ଭିନ୍ନ ମତ ଦୂର କରିବା ପାଇଁ ଗରଦପୁର ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାକୁଡ଼ାଠାରେ ଜଲସା କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀ, ବିଦ୍ୱାନ, ପଣ୍ଡିତ, ସ୍ବେଛାସେବୀ, ଲୋକ ପ୍ରତିନିଧିଙ୍କ ସହଯୋଗରେ ‘ତାହାଫୁଜେ ଖତ୍‌ମେ ନବୁଅତ୍‌’ ଶର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବାବା ବଳିଆ କହିଥିଲେ, ହିନ୍ଦୁ, ମୁସଲମାନ ହେଉ କି ଖ୍ରୀଷ୍ଟିଆନ୍‌ ଆଜି ଯୁବ ସମାଜ ପଥ ଓ ନୀତି ଭ୍ରଷ୍ଟ ହୋଇ ଯାଉଛନ୍ତି। ସେମାନେ ଭଲ ବାଟକୁ ଫେରି ଆସନ୍ତୁ। ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମ ଗୋଟିଏ ଶବ୍ଦ କହିଥିଲେ ସର୍ବ ଶକ୍ତିମାନ। ଏ ସୃଷ୍ଟିରେ ଜଣେ ହେଉଛି ସର୍ବ ଶକ୍ତିମାନ। ଆପଣମାନେ ଆଲା କହୁଛନ୍ତି ତ ଆଉ କିଏ କ’ଣ କହୁଛି। ହେଲେ ସର୍ବ ଶକ୍ତିମାନ ଜଣେ। ସର୍ବ ଶକ୍ତିମାନ ଆମ ମଣିଷ ସମାଜକୁ ଗଢ଼ିଛି। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍‌, ବୌଦ୍ଧ, ଜୈନ ଏତେସବୁ ମାନବ ସମାଜ ଗଢ଼ିଛନ୍ତି। ମୁଁ ଆଖିରେ ଦେଖୁଛି, କାନରେ ଶୁଣୁଛି, ପାଟିରେ ଖାଉଛି, କଥା କହୁଛି। ସମସ୍ତେ ମଧ୍ୟ ସେଇଆ କରୁଛନ୍ତି। ଭୋକ କଲେ ଖାଦ୍ୟ ଖାଉଛୁ, ଶୋଷ କଲେ ପିଉଛୁ। ସେହି ସର୍ବ ଶକ୍ତିମାନ ପବନ, ବର୍ଷା, ଶୀତ, ଗ୍ରୀଷ୍ମ ସୃଷ୍ଟି କରିଛନ୍ତି। ଏସବୁକୁ ସେହି ଜଣେ ସୃଷ୍ଟି କରିଛନ୍ତି। ତେଣୁ ମନେ ରଖିବା ଉଚିତ ଯିଏ ଆପଣମାନଙ୍କୁ ସୃଷ୍ଟି କରିଛନ୍ତି, ତାଙ୍କୁ ଆମେ ସ୍ମରଣ କରିବା ସହ ତାଙ୍କର କୀର୍ତ୍ତିକୁ ଗାନ କରିବା। କାହା ପାଇଁ ନମାଜ ତ ଆଉ କାହା ପାଇଁ ବେଦ। ତାହା ଅଲଗା କଥା କିନ୍ତୁ ତାଙ୍କ ପାଇଁ ନମାଜ କରିବା ଉଚିତ। ପରିଶ୍ରମ କରି ଯାହା ଅର୍ଥ ଉପାର୍ଜନ କରିବା ସେଥିରୁ ନିଜେ ବଞ୍ଚତ୍ବା, ପରିବାର ବଞ୍ଚାଇବା ଓ ଯତ୍‌ କିଞ୍ଚତ୍ତ ସଞ୍ଚୟ କରି ତୀର୍ଥ ଦର୍ଶନ କରିବା। ସେହିପରି ଗରୀବ ଲୋକଙ୍କୁ ଦାନ କରିବା, ଭୋକିଲା ଲୋକଙ୍କ ମୁହଁରେ ଦାନା ଦେବା, ଦୁର୍ଘଟଣାଗ୍ରସ୍ତ ଲୋକକୁ ସାହାଯ୍ୟ କରିବା। ନିଶା ସେବନ ଛାଡ଼ି ବୃକ୍ଷ ରୋପଣ କରିବା, ଅନ୍ଧ ବିଶ୍ୱାସଠାରୁ ଦୂରେଇ ରହିବା, ହିନ୍ଦୁ ମୁସଲମାନ ଭାଇଚାରା ରକ୍ଷା କରିବା ଆଦି ସମ୍ପର୍କରେ ବାବା ବଳିଆ ପରାମର୍ଶ ଦେଇଥିଲେ। ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା, ହଜରତ ମୌଲାନା ମୁଫତି ଜନାବ ମହମ୍ମଦ ରାସିଦ ସାହାବ କାଶମୀ ଓ ହଜରତ ମୌଲାନା ଜନାବ ମହମ୍ମଦ ସାହା ଆଳାମ ସାହେବ କାଶମୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ସଂସ୍କାର ଧର୍ମୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଭାବେ ସେକ୍‌ ଅସଫାକ୍‌ (ମୁନସୀ) ତେଣ୍ଡାକୁଡ଼ା, ସାମାଜିକ କର୍ମୀ ସୟଦ ଜମିଲ ଅକ୍ତର, ଅତାଉର ରହେମାନ,ମୌଲାନା ଗାନିମ ସାହାବ, ସେକ୍‌ ଜଲାଲୁଦ୍ଧିନ୍‌ ଅହମ୍ମଦ, ମୌଳାନା ମୁଫତି ତେହେମିଦ ସାହାବ, ମୌଲାନା ଗୁଫରାନ ସାହାବ, ତେଣ୍ଡାକୁଡ଼ା ସରପଞ୍ଚ ମାନସ କୁମାର ରାଉତଙ୍କ ସମେତ ପଞ୍ଚାୟତର ଯୁବକ, ଛାତ୍ର, ହିନ୍ଦୁ, ମୁସଲମାନ ଭାଇମାନଙ୍କ ମିଳିତ ଉଦ୍ୟମରେ ଏହି ଜଲସା ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri