Posted inଫୁରସତ

ବିଶ୍ୱର ସବୁଠୁ ଦାମୀ କାର୍‌, ଦାମ୍‌ ଜାଣିଲେ…

ବିଳାସପୂର୍ଣ୍ଣ କାର୍‌ ନିର୍ମାଣ କରିବାରେ ବେଶ୍‌ ଜଣାଶୁଣା କମ୍ପାନୀ ହେଉଛି ରୋଲ୍‌ସ ରୟସ। ବର୍ତ୍ତମାନ ଏହି କମ୍ପାନୀ ବିଶ୍ୱର ସବୁଠୁ ଦାମୀ କାର୍‌ ଲଞ୍ଚ୍‌ କରିଛି। ଏହି କାର୍‌ର ନାମ ବୋଟ୍‌ ଟେଲ। ଏହାର ଦାମ୍‌ ୨୦ ମିଲିୟନ ପାଉଣ୍ଡ୍‌ସ ଅର୍ଥାତ୍‌ ୨୦୦ କୋଟି ଟଙ୍କା। ୪ ବର୍ଷର କଠିନ ପରିଶ୍ରମ ପରେ ଏହି କାର୍‌କୁ ପ୍ରସ୍ତୁତ କରିଛି କମ୍ପାନୀ।

ରୋଲ୍‌ସ ରୟସ ବୋଟ୍‌ ଟେଲ ଏକ ବିଳାସମୟ କାର୍‌। ଏହାର ଲମ୍ବ ୧୯ଫୁଟ। ବୋଟ୍‌ ଟେଲ୍‌ ପୂର୍ବରୁ ସ୍ବାପ୍‌ ଟେଲ୍‌ ସବୁଠୁ ମହଙ୍ଗା କାର୍‌ ଥିଲା। ୨୦୧୭ରେ ଏହି କାର୍‌ ୧୩୦ କୋଟିରେ ବିକ୍ରି କରାଯାଇଥିଲା। ଏହି କାର୍‌ର କେବଳ ଗୋଟିଏ ମଡେଲ ଲଞ୍ଚ୍‌ ହୋଇଥିଲା। ଜଣେ ସୌଖୀନ୍‌ ୟୁରୋପିଆନ ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଏହି ଲକ୍‌ଜରି କାର୍‌ ତିଆରି କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ବୋଟ୍‌ ଟେଲର ତିନୋଟି ମଡେଲ ଲଞ୍ଚ୍‌ କରାଯିବ।

ଏହି କାର୍‌ର ପଛ ଅଂଶ ଏକ ଲକ୍‌ଜରି ସ୍ପିଡ୍‌ବୋଟ୍‌ ପରି ମେଳ ଖାଉଛି। ରୋଲ୍‌ସ ରୟସ ସିଇଓ ଟର୍ସଟନ ମୁଲର କହିଛନ୍ତି, ଏହି କାର୍‌କୁ ଯେକୌଣସି ଛୁଟି ମନାଇବାକୁ ହେଉ କିମ୍ବା ପିକ୍‌ନିକ୍‌ ଯିବା ପାଇଁ ବ୍ୟବହାର କରାଯାଇପାରିବ। ଏମିତି ସୁବିଧା ଅନ୍ୟ କୌଣସି କାର୍‌ରେ ମିଳିବ ନାହିଁ।

ଏହାବ୍ୟତୀତ ଏଥିରେ ୧୫ଟି ସ୍ପିକର ଥିବା ସାଉଣ୍ଡ୍‌ ସିଷ୍ଟମ ବି ରହିଛି। ଏହି ସିଷ୍ଟମକୁ କିଛି ନବୀକରଣ କରାଯାଇଛି। ଯେଉଁଥିରେ କାର୍‌ର ପ୍ଲାଟଫର୍ମ ଏକ ସାଉଣ୍ଡ ବକ୍ସ ପରି ବ୍ୟବହାର କରାଯାଇପାରିବ। ଏହି କାର୍‌ ପାଇଁ ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ଘଡ଼ି ତିଆରି କରୁଥିବା କମ୍ପାନୀ ବୋବି ୧୮୨୨ ଏକ ସ୍ବତନ୍ତ୍ର ଘଡ଼ି ପ୍ରସ୍ତୁତ କରିଛନ୍ତି। ଏହି କାର୍‌ରେ ଏମିତି ଇଞ୍ଜିନ ଲାଗିଛି ଯାହା ପୂର୍ବରୁ ରୋଲ୍‌ସ ରୟସ କଲିନନ୍‌, ଫାଣ୍ଟମ ଏବଂ ବ୍ଲାକ୍‌ ବ୍ୟାଜ ପରି ବିଳାସମୟ କାର୍‌ରେ ବ୍ୟବହାର କରାଯାଇଥିଲା। V12 6.75 ଓ୍ବାଇଟର୍ବୋ ଇଞ୍ଜିନ୍‌ ଏଚ୍‌ପି ପାଓ୍ବାର ଦେବାରେ ଏହା ସକ୍ଷମ।

ଭାରତରେ କିଛି ବଲିଉଡ୍‌ ସେଲିବ୍ରିଟି ଦାମୀ କାର୍‌ ବ୍ୟବହାର କରୁଛନ୍ତି। ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରା ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ରୋଲ୍‌ସ ରୟସ ଫାଣ୍ଟମ ଗାଡ଼ି ଗିଫ୍ଟ କରିଥିଲେ। ଅମିତାଭ ବଚ୍ଚନ ଫିଲ୍ମ ‘ଏକଲବ୍ୟ’ରେ ବିଧୂ ବିନୋଦ ଚୋପ୍ରାଙ୍କ ସହିତ କାମ କରିଥିଲେ। ଏହି ଫିଲ୍ମ ଶୁଟିଂ ଶେଷ ହେବା ପରେ ନିର୍ଦ୍ଦେଶକ ଏହି କାର୍‌ ଅମିତାଭଙ୍କୁ ଗିଫ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?