ମଶା ନେଇଛି ୫୪ ମୁଣ୍ଡ

ଅନୁଗୋଳ ଅଫିସ, ୨ା୮:  ମଶାଜନିତ ରୋଗରେ ଯାଉଛି ମଣିଷ ଜୀବନ। କେତେବେଳେ ମଶା ମ୍ୟାଲେରିଆର ବାହାକ ସାଜୁଛି ତ କେବେ ଡେଙ୍ଗୁ ରୋଗରେ ଆକ୍ରାନ୍ତ କରୁଛି। ଗତ ୧୦ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ଏହି ଦୁଇ ରୋଗରେ ମୋଟ୍‌ ୫୪ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରୁ ମ୍ୟାଲେରିଆରେ ସର୍ବାଧିକ ୨୮ ଓ ଡେଙ୍ଗୁରେ ୨୬ ରୋଗୀଙ୍କ ଜୀବନହାନି ଘଟିଛି। ତେବେ ୨୦୨୧ ବର୍ଷରେ ଜିଲାରେ ମାଲେରିଆ କି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ। ତଥାପି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମଶାଜନିତ ରୋଗ ନିପାତ ପାଇଁ ଉଦ୍ୟମ ଜାରି ରହିଛି। ବିଶେଷକରି ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ସଚେତନ କରାଯିବା ସହ ଔଷଧବୁଡ଼ା ମଶାରି ବଣ୍ଟନ କରାଯାଉଛି।
ମେଡିକାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଅତୀତରେ ମ୍ୟାଲେରିଆ ରୋଗ ଦେଖାଦେଇଛି। ତାଳଚେର, ବଅଁରପାଳ, ଛେଣ୍ଡିପଦା, ଅନୁଗୋଳରେ ଡେଙ୍ଗୁ ରୋଗ ଡରାଇଛି। ଚଳିତବର୍ଷ ଏହି ଦୁଇ ରୋଗ ଦେଖାଦେଇ ନ ଥିଲେ ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ନିଧି ରଥ ଜିଲାରେ ଗଡ଼ୁଛି। ୨୦୧୧ ମସିହାରେ ୧୦ ହଜାର ୩୧୬ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୨ରେ ୭ ହଜାର ୬୭୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୩ରେ ୧୧ ହଜାର ୫୩୩ ଜଣ ରୋଗୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୪ରେ ୨୭ ହଜାର ୬୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କ ଜୀବନ ଯାଇଥିଲା। ୨୦୧୫ରେ ୨୯ ହଜାର ୮୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ରେ ୧୭ ହଜାର ୨୭୨ ଜଣ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ୨ ଜଣ, ୨୦୧୭ରେ ୯ ହଜାର ୮୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ୬୪୭ ଜଣ ଆକ୍ରାନ୍ତ ହୋଇଥିଲେ। ୨୦୧୯ରେ ମାତ୍ର ୨୬ ଓ ୨୦୨୦ରେ ୧୦୯ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବାବେଳେ ୩ ଜଣଙ୍କ ଜୀବନ ଯାଇଥିଲା। ୨୦୨୧ରେ ଜିଲାରେ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇନାହାନ୍ତି। ସେହିଭଳି ୨୦୧୧ ବର୍ଷରେ ଜିଲାରେ ଡେଙ୍ଗୁ ରୋଗରେ ୨୩ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ୨୦୧୨ରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇ ନ ଥିଲା। ୨୦୧୩ରେ ଜିଲାରେ ୩ ଜଣଙ୍କ ଜୀବନ ଯାଇଥିଲା। ୨୦୧୪ରେ ୫୪ ଜଣ, ୨୦୧୫ରେ ୫୬, ୨୦୧୬ରେ ୪୫ ଜଣ, ୨୦୧୭ରେ ୧୪ ଜଣ, ୨୦୧୮ରେ ୩୪, ୨୦୧୯ରେ ୩୫, ୨୦୨୦ରେ ଜିଲାରେ ମାତ୍ର ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧ରେ ଜିଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି। ଜିଲାରେ ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ଆଶା ଓ ସ୍ବାସ୍ଥ୍ୟକର୍ମୀଙ୍କୁ କାମରେ ଲଗାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମସ୍ତେ ସଚେତନ ରୁହନ୍ତୁ
ଚଳିତବର୍ଷ ଅନୁଗୋଳ ଜିଲାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇନାହାନ୍ତି। ତଥାପି ଲୋକଙ୍କୁ ସଚେତନ କରିବାକୁ ସମସ୍ତ ଉପଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ପଡ଼ୋଶୀ ଜିଲାରେ ଡେଙ୍ଗୁ ରୋଗୀ ବାହାରିଥିବାରୁ ସମସ୍ତେ ସଚେତନ ରୁହନ୍ତୁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ସଂଖ୍ୟାରେ ଅଙ୍କୁଶ ଲାଗିଛି
ଜିଲାରେ ପୂର୍ବପେକ୍ଷା ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ଅଙ୍କୁଶ ଲାଗିଛି। ଲୋକମାନେ ଘର ଅଗଣା ଓ ଚତୁଃପାର୍ଶ୍ୱ ସଫା ରଖିଲେ ବର୍ଷାଦିନେ ଏହି ରୋଗ ବ୍ୟାପିବ ନାହିଁ। ବିଶେଷକରି ଜିଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳକୁ ସ୍ବତନ୍ତ୍ର ଟିମ୍‌ ଯାଇ ଲୋକଙ୍କୁ ସଚେତନ କରୁଛି।
-ଡାକ୍ତର ତ୍ରିଲୋଚନ ପ୍ରଧାନ,
ସିଡିଏମ୍‌ଓ, ଅନୁଗୋଳ

ଲୋକେ ସଚେତନ ହେଉନାହାନ୍ତି
ମଶାଜନିତ ରୋଗକୁ ଲୋକେ ଗୁରୁତ୍ୱର ସହ ନେଉନାହାନ୍ତି। ବର୍ଷାଦିନେ ପରିବେଶ ନିର୍ମଳ ରଖୁନାହାନ୍ତି କି ମଶାରି ଟାଣି ଶୋଉନାହାନ୍ତି। ତେଣୁ ମଶାଜନିତ ରୋଗ ସମସ୍ୟା ଦେଖାଦେଉଛି। ଲୋକମାନେ ସଚେତନ ହେଲେ ଏହି ରୋଗ ଅନୁଗୋଳରୁ ନିପାତ ହୋଇପାରିବ।
-ବିଶ୍ୱଜିତ୍‌ ବିଶ୍ୱାଳ, ଅନୁଗୋଳ

ସହର ସଫେଇ ହେଉନି
ଲୋକମାନଙ୍କୁ ଠିକ୍‌ ଭାବେ ପ୍ରଶାସନ ପକ୍ଷରୁ ସଚେତନ କରାଯାଉ ନାହିଁ। ଦୁର୍ଗମ ଅଞ୍ଚଳ କଥା କହିବା ପୂର୍ବରୁ ପ୍ରଶାସନ ସହରାଞ୍ଚଳ କଥା ଚିନ୍ତା କରୁ। ଅନୁଗୋଳ ସହରକୁ କେତେ ସ୍ବଚ୍ଛ କରାଯାଇଛି ତାହା ସ୍ପଷ୍ଟ କରାଯିବା ଉଚିତ। ଏବେ ବି ସହରର ଚାରିଆଡ଼େ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଛି।
-ସ୍ବରୂପ ପାଢ଼ୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri