ଚମକ ଭରିଛି ଚନ୍ଦନଯାତ୍ରା

ବଇଣ୍ଡା,୨୦।୫(ପରିକ୍ଷିତ ସାହୁ)
୧୯୭୭ରୁ ଆରମ୍ଭ ହୋଇଥିବା ବଇଣ୍ଡା ଚନ୍ଦନଯାତ୍ରାରେ କରୋନା ଲଗାଇଥିଲା ବ୍ରେକ୍‌। ୨୦୨୦ ଓ ୨୦୨୧ ମସିହାରେ ଏହି ଯାତ୍ରା କେବଳ ଠାକୁରଙ୍କ ନୀତିକାନ୍ତିରେ ସୀମିତ ରହିଥିବାରୁ ଆଠମଲ୍ଲିକ ଉପଖଣ୍ଡବାସୀ ଉତ୍ସବ ପାଳନ କରିପାରି ନ ଥିଲେ। ହେଲେ ଚଳିତବର୍ଷ ଚନ୍ଦନଯାତ୍ରାକୁ ଅନୁମତି ମିଳିଥିବାରୁ ଏଥର ଧୁମ୍‌ଧାମରେ ଆୟୋଜନ ଚାଲିଛି। ରଙ୍ଗବେରଙ୍ଗର ଆଲୋକମାଳା ସହ ଭଳିକି ଭଳି ଉଠା ଦୋକାନ ଓ ଦୋଳିରେ ବଇଣ୍ଡା ଯାତ୍ରା ପଡ଼ିଆ ସଜେଇ ହୋଇଯାଇଛି। ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଥିବା ଏହି ୪ ଦିନିଆ ଯାତ୍ରା ୪୫ ବର୍ଷରେ ପଦାର୍ପଣ କରୁଥିବାରୁ ବଇଣ୍ଡା ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ, ଆନନ୍ଦ ଓ ଚମକ ଭରିଯାଇଛି।
ବୟୋଜ୍ୟେଷ୍ଠଙ୍କ କହିବା ମୁତାବକ, ଛେଣ୍ଡିପଦା ବ୍ଲକ ଆଉଁଳି ଗ୍ରାମରୁ ଆସି ପିଚୁଣ୍ଡୁ ବାବା ବଇଣ୍ଡାସ୍ଥିତ ଆନନ୍ଦମୁଣ୍ଡା ଗ୍ରାମରେ ରହୁଥିଲେ। ସେ ରାଧାକୃଷ୍ଣଙ୍କୁ ରଖି ମଠରେ ପୂଜା କରୁଥିବା ଯୋଗୁ ବଇଣ୍ଡାଠାରେ ଚନ୍ଦନ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରି କି ଆନନ୍ଦମୁଣ୍ଡା, କଦଳୀମୁଣ୍ଡା, ବଇଣ୍ଡା ଗ୍ରାମବାସୀଙ୍କୁ ଏକାଠି କରି ଚନ୍ଦନ ଯାତ୍ରା ଆରମ୍ଭ କରିଥିଲେ। ପାପସରା ଗ୍ରାମର ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାଙ୍କୁ ଏଠାକାର ରାଧାକୃଷ୍ଣଙ୍କ ସହ ଚାପ ଖେଳାଯାଉଥିଲା। ୩ ଗ୍ରାମବାସୀ ଦୀର୍ଘବର୍ଷ ଧରି ଏକତ୍ର ଯାତ୍ରା ପାଳନ କରୁଥିବାବେଳେ ୧୯୮୪ରେ କଦଳୀମୁଣ୍ଡା ଓ ଆନନ୍ଦମୁଣ୍ଡା ଗ୍ରାମବାସୀ ଏଥିରୁ ଓହରି ଯାଇଥିଲେ। ଫଳରେ ସେବେଠାରୁ କେବଳ ବଇଣ୍ଡା ଗ୍ରାମବାସୀ ଚନ୍ଦନ ଯାତ୍ରା ପାଳନ କରିଆସୁଛନ୍ତି। ୧୯୮୬ ମସିହାରେ ପୁରୀରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ଆଣି ବଇଣ୍ଡାଠାରେ ମନ୍ଦିର ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରାଯାଉଛି। ଏହି ମନ୍ଦିର ନିକଟରେ ଥିବା ପୋଖରୀରେ ଚାପ ଖେଳାଯାଉଥିବାରୁ ଏହାର ନାମ ଚନ୍ଦନ ପୋଖରୀ ରଖାଯାଇଛି l ଦୀର୍ଘ ୪୫ ବର୍ଷ ମଧ୍ୟରେ ଯାତ୍ରା ଆୟୋଜନରେ ଅନେକ କିଛି ପରିବର୍ତ୍ତନ ଆସିଛି। ପୂର୍ବରୁ ଖୁବ୍‌କମ ବଜେଟରେ ଏହା ପାଳନ ହେଉଥିବାବେଳେ ଚଳିତବର୍ଷ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ଏହା ପ୍ରମୁଖ ଆକର୍ଷଣ ପାଲଟିବ ବୋଲି ଯାତ୍ରାକମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri