ଚମକ ଭରିଛି ଚନ୍ଦନଯାତ୍ରା

ବଇଣ୍ଡା,୨୦।୫(ପରିକ୍ଷିତ ସାହୁ)
୧୯୭୭ରୁ ଆରମ୍ଭ ହୋଇଥିବା ବଇଣ୍ଡା ଚନ୍ଦନଯାତ୍ରାରେ କରୋନା ଲଗାଇଥିଲା ବ୍ରେକ୍‌। ୨୦୨୦ ଓ ୨୦୨୧ ମସିହାରେ ଏହି ଯାତ୍ରା କେବଳ ଠାକୁରଙ୍କ ନୀତିକାନ୍ତିରେ ସୀମିତ ରହିଥିବାରୁ ଆଠମଲ୍ଲିକ ଉପଖଣ୍ଡବାସୀ ଉତ୍ସବ ପାଳନ କରିପାରି ନ ଥିଲେ। ହେଲେ ଚଳିତବର୍ଷ ଚନ୍ଦନଯାତ୍ରାକୁ ଅନୁମତି ମିଳିଥିବାରୁ ଏଥର ଧୁମ୍‌ଧାମରେ ଆୟୋଜନ ଚାଲିଛି। ରଙ୍ଗବେରଙ୍ଗର ଆଲୋକମାଳା ସହ ଭଳିକି ଭଳି ଉଠା ଦୋକାନ ଓ ଦୋଳିରେ ବଇଣ୍ଡା ଯାତ୍ରା ପଡ଼ିଆ ସଜେଇ ହୋଇଯାଇଛି। ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଥିବା ଏହି ୪ ଦିନିଆ ଯାତ୍ରା ୪୫ ବର୍ଷରେ ପଦାର୍ପଣ କରୁଥିବାରୁ ବଇଣ୍ଡା ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ, ଆନନ୍ଦ ଓ ଚମକ ଭରିଯାଇଛି।
ବୟୋଜ୍ୟେଷ୍ଠଙ୍କ କହିବା ମୁତାବକ, ଛେଣ୍ଡିପଦା ବ୍ଲକ ଆଉଁଳି ଗ୍ରାମରୁ ଆସି ପିଚୁଣ୍ଡୁ ବାବା ବଇଣ୍ଡାସ୍ଥିତ ଆନନ୍ଦମୁଣ୍ଡା ଗ୍ରାମରେ ରହୁଥିଲେ। ସେ ରାଧାକୃଷ୍ଣଙ୍କୁ ରଖି ମଠରେ ପୂଜା କରୁଥିବା ଯୋଗୁ ବଇଣ୍ଡାଠାରେ ଚନ୍ଦନ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରି କି ଆନନ୍ଦମୁଣ୍ଡା, କଦଳୀମୁଣ୍ଡା, ବଇଣ୍ଡା ଗ୍ରାମବାସୀଙ୍କୁ ଏକାଠି କରି ଚନ୍ଦନ ଯାତ୍ରା ଆରମ୍ଭ କରିଥିଲେ। ପାପସରା ଗ୍ରାମର ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାଙ୍କୁ ଏଠାକାର ରାଧାକୃଷ୍ଣଙ୍କ ସହ ଚାପ ଖେଳାଯାଉଥିଲା। ୩ ଗ୍ରାମବାସୀ ଦୀର୍ଘବର୍ଷ ଧରି ଏକତ୍ର ଯାତ୍ରା ପାଳନ କରୁଥିବାବେଳେ ୧୯୮୪ରେ କଦଳୀମୁଣ୍ଡା ଓ ଆନନ୍ଦମୁଣ୍ଡା ଗ୍ରାମବାସୀ ଏଥିରୁ ଓହରି ଯାଇଥିଲେ। ଫଳରେ ସେବେଠାରୁ କେବଳ ବଇଣ୍ଡା ଗ୍ରାମବାସୀ ଚନ୍ଦନ ଯାତ୍ରା ପାଳନ କରିଆସୁଛନ୍ତି। ୧୯୮୬ ମସିହାରେ ପୁରୀରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ଆଣି ବଇଣ୍ଡାଠାରେ ମନ୍ଦିର ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରାଯାଉଛି। ଏହି ମନ୍ଦିର ନିକଟରେ ଥିବା ପୋଖରୀରେ ଚାପ ଖେଳାଯାଉଥିବାରୁ ଏହାର ନାମ ଚନ୍ଦନ ପୋଖରୀ ରଖାଯାଇଛି l ଦୀର୍ଘ ୪୫ ବର୍ଷ ମଧ୍ୟରେ ଯାତ୍ରା ଆୟୋଜନରେ ଅନେକ କିଛି ପରିବର୍ତ୍ତନ ଆସିଛି। ପୂର୍ବରୁ ଖୁବ୍‌କମ ବଜେଟରେ ଏହା ପାଳନ ହେଉଥିବାବେଳେ ଚଳିତବର୍ଷ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ଏହା ପ୍ରମୁଖ ଆକର୍ଷଣ ପାଲଟିବ ବୋଲି ଯାତ୍ରାକମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?