ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ କେତେଗୁଡ଼ିଏ ମାଙ୍କଡ଼କୁ ଦେଖିବାକୁ ମିଳୁଛି। ଅସହ୍ୟ ଗରମ ହେଉଥିବାରୁ ମାଙ୍କଡ଼ଗୁଡ଼ିକ ପାଣି ଟାଙ୍କି ଭିତରେ ବୁଡ଼ି ରହୁଥିବା ଦେଖିବାକୁ ମିଳୁଛି। ଜଣଙ୍କ ପରେ ଜଣେ ପାଣି ଟାଙ୍କିରେ ବୁଡ଼ୁଛନ୍ତି, ଉଠୁଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
“If you can’t change ur fate,
Change ur attitude to it”…
These monkeys are just doing that as extreme heat waves sweeps across India. pic.twitter.com/Ygk2Jq2k3D— Susanta Nanda IFS (@susantananda3) April 29, 2022