ୱେବ୍‌ ମିଡିଆ ଉପରେ ଦୋଷ ଲଦିଲେ ମନ୍ତ୍ରୀ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ରାଜନୈତିକ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ବି ଏହା ନିନ୍ଦନୀୟ ବୋଲି କହୁଛନ୍ତି। ସେପଟେ ଏ ପ୍ରସଙ୍ଗରେ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ୱେବ୍‌ ମିଡିଆ ଉପରେ ଦୋଷ ଲଦି ଦେଇ ମନ୍ତ୍ରୀ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାଠାରୁ ବେଶି ହେଉଛି। କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି। ଅଣପଞ୍ଜୀକୃତ ଓ୍ବେବ୍‌ ମିଡିଆ ସ୍କୁଲ ଭିତରେ ପଶି ପିଲାଙ୍କୁ ଓ ଶିକ୍ଷକଙ୍କୁ ହଇରାଣ କରୁଛନ୍ତି। ଯେହେତୁ କିଛି ସ୍ଥାନରେ ଏଭଳି ଘଟଣା ଘଟିଛି, ତେଣୁ ସେ ସ୍ଥାନରେ ବିଇଓମାନେ ଏ ନେଇ ଚିଠି କରିଥିବା ମୋ ନଜରକୁ ଆସିଛି। ସମସ୍ତ ଗଣମାଧ୍ୟମକୁ ଆମେ ଦୋଷ ଦେଉନାହୁଁ। ଗଣମାଧ୍ୟମ ପ୍ରତି ଆମର ସମ୍ମାନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସ୍କୁଲରେ ଦେଖାଯାଉଥିବା ତ୍ରୁଟିକୁ ଲୋକଲୋଚନକୁ ନ ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଭିନ୍ନ ମହଲରୁ କୁହାଯିବା ପରେ ଏ ନେଇ ମନ୍ତ୍ରୀ କହିଛନ୍ତି, ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି। ବିଭାଗର ଦୋଷ ଦୁର୍ବଳତା ମଧ୍ୟ ଆମେ ଜାଣିଛୁ। ଗଣମାଧ୍ୟମରୁ ଯେ କେବଳ ଆମେ ତ୍ରୁଟି ଜାଣୁଛୁ ତା’ ନୁହେଁ, ଆମର ବ୍ୟବସ୍ଥା ଭିତରେ ମଧ୍ୟ ଆମେ ଜାଣିପାରୁଛୁ ଏବଂ ଆବଶ୍ୟକ ପଦକ୍ଷେପ ନେଉଛୁ ବୋଲି ମନ୍ତ୍ରୀ ଦାଶ କହିଛନ୍ତି।
ଏ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦୁର୍ନୀତିକୁ ଚାପିଦେବା ପାଇଁ ଗଣମାଧ୍ୟମ ଉପରେ ସରକାର ଏପରି କଟକଣା ଲଗାଇଛନ୍ତି। ଗଣମାଧ୍ୟମ ଉପରେ ଏଭଳି ରୋକ ଲଗାଇବା ଠିକ୍‌ ନୁହେଁ। ସେହିପରି ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଗଣମାଧ୍ୟମ ପ୍ରତିନିଧିମାନେ ନିଜର କର୍ତ୍ତବ୍ୟ କରୁଛନ୍ତି। ଯେକୌଣସି ସ୍ଥାନକୁ ଯାଇ ଖବର ସଂଗ୍ରହ କରିବା ସେମାନଙ୍କର ଅଧିକାର। ଗଣମାଧ୍ୟମକୁ ସ୍କୁଲ ପରିସରକୁ ପଶିବାକୁ ନ ଦେବା ଏକ ହାସ୍ୟାସ୍ପଦ ଘଟଣା। ଶିକ୍ଷାନୁଷ୍ଠାନରେ କ’ଣ ହେଉଛି, କ’ଣ ନାହିଁ ଏବଂ ଯଦି ଭୁଲ ହେଉଛି, ସେତେବେଳେ ଗଣମାଧ୍ୟମର କର୍ତ୍ତବ୍ୟ ହେଉଛି ଏହାକୁ ଲୋକଲୋଚନକୁ ଆଣିବା। ସରକାର ଏଭଳି କଟକଣା ଜାରି କରି ଗଣତାନ୍ତ୍ରିକ ପଦ୍ଧତିରେ ଗଣମାଧ୍ୟମ ଅଧିକାରରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ସରକାର ତୁରନ୍ତ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ ବୋଲି ଅପରାଜିତା କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କିଛି ନୀତି ନିୟମକୁ ଛାଡ଼ିଦେଲେ ସ୍କୁଲ କ୍ୟାମ୍ପସକୁ ଚତୁର୍ଥ ସ୍ତମ୍ଭକୁ ବାରଣ କରାଯିବା ଉଚିତ ନୁହେଁ। ଗଣତନ୍ତ୍ର ରାଷ୍ଟ୍ରରେ ସ୍କୁଲ ଏକ ସାର୍ବଜନୀନ ଅନୁଷ୍ଠାନ। ପାଠପଢ଼ା ସମୟରେ କେହି ବିଭ୍ରାଟ କରିବା ଠିକ୍‌ ନୁହେଁ। କିନ୍ତୁ ଭଲମନ୍ଦ ବୁଝିବା ପାଇଁ ଗଣମାଧ୍ୟମକୁ ବାରଣ କରିବା ଉଚିତ ନୁହେଁ।
ସୂଚନାଯୋଗ୍ୟ, ବିନା ଅନୁମତିରେ ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କିଛି ଜିଲାରେ କଟକଣା ଲଗାଯାଇଛି। ଏ ନେଇ କିଛି ସ୍ଥାନରେ ବିଇଓ, ଡିଇଓ ଚିଠି ଲେଖିଛନ୍ତି। କିଛି ଲୋକ କ୍ୟାମେରା ଧରି ସ୍କୁଲ ଭିତରେ ପଶି ପିଲା ଓ ଶିକ୍ଷକମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି। ତାକୁ ନେଇ ବହୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରସାରଣ ମଧ୍ୟ କରୁଛନ୍ତି। ଏହା ଗ୍ରହଣଯୋଗ୍ୟ ନୁହେଁ ଏବଂ ଅବୈଧ। ତେଣୁ ସ୍କୁଲ ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଯଦି କେଉଁଠି ବିନା ଅନୁମତିରେ ଗଣମାଧ୍ୟମ ପ୍ରତିନିଧି ସ୍କୁଲ ପରିସରକୁ ପ୍ରବେଶ କରନ୍ତି, ତେବେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହିତ ଏଫ୍‌ଆଇଆର୍‌ ଦାଖଲ ପାଇଁ ମଧ୍ୟ ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେଉଁ ସ୍କୁଲରେ ଏହି ନିୟମକୁ ପାଳନ କରା ନ ଯାଏ, ତେବେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri