ୱେବ୍‌ ମିଡିଆ ଉପରେ ଦୋଷ ଲଦିଲେ ମନ୍ତ୍ରୀ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ରାଜନୈତିକ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ବି ଏହା ନିନ୍ଦନୀୟ ବୋଲି କହୁଛନ୍ତି। ସେପଟେ ଏ ପ୍ରସଙ୍ଗରେ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ୱେବ୍‌ ମିଡିଆ ଉପରେ ଦୋଷ ଲଦି ଦେଇ ମନ୍ତ୍ରୀ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାଠାରୁ ବେଶି ହେଉଛି। କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି। ଅଣପଞ୍ଜୀକୃତ ଓ୍ବେବ୍‌ ମିଡିଆ ସ୍କୁଲ ଭିତରେ ପଶି ପିଲାଙ୍କୁ ଓ ଶିକ୍ଷକଙ୍କୁ ହଇରାଣ କରୁଛନ୍ତି। ଯେହେତୁ କିଛି ସ୍ଥାନରେ ଏଭଳି ଘଟଣା ଘଟିଛି, ତେଣୁ ସେ ସ୍ଥାନରେ ବିଇଓମାନେ ଏ ନେଇ ଚିଠି କରିଥିବା ମୋ ନଜରକୁ ଆସିଛି। ସମସ୍ତ ଗଣମାଧ୍ୟମକୁ ଆମେ ଦୋଷ ଦେଉନାହୁଁ। ଗଣମାଧ୍ୟମ ପ୍ରତି ଆମର ସମ୍ମାନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସ୍କୁଲରେ ଦେଖାଯାଉଥିବା ତ୍ରୁଟିକୁ ଲୋକଲୋଚନକୁ ନ ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଭିନ୍ନ ମହଲରୁ କୁହାଯିବା ପରେ ଏ ନେଇ ମନ୍ତ୍ରୀ କହିଛନ୍ତି, ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି। ବିଭାଗର ଦୋଷ ଦୁର୍ବଳତା ମଧ୍ୟ ଆମେ ଜାଣିଛୁ। ଗଣମାଧ୍ୟମରୁ ଯେ କେବଳ ଆମେ ତ୍ରୁଟି ଜାଣୁଛୁ ତା’ ନୁହେଁ, ଆମର ବ୍ୟବସ୍ଥା ଭିତରେ ମଧ୍ୟ ଆମେ ଜାଣିପାରୁଛୁ ଏବଂ ଆବଶ୍ୟକ ପଦକ୍ଷେପ ନେଉଛୁ ବୋଲି ମନ୍ତ୍ରୀ ଦାଶ କହିଛନ୍ତି।
ଏ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦୁର୍ନୀତିକୁ ଚାପିଦେବା ପାଇଁ ଗଣମାଧ୍ୟମ ଉପରେ ସରକାର ଏପରି କଟକଣା ଲଗାଇଛନ୍ତି। ଗଣମାଧ୍ୟମ ଉପରେ ଏଭଳି ରୋକ ଲଗାଇବା ଠିକ୍‌ ନୁହେଁ। ସେହିପରି ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଗଣମାଧ୍ୟମ ପ୍ରତିନିଧିମାନେ ନିଜର କର୍ତ୍ତବ୍ୟ କରୁଛନ୍ତି। ଯେକୌଣସି ସ୍ଥାନକୁ ଯାଇ ଖବର ସଂଗ୍ରହ କରିବା ସେମାନଙ୍କର ଅଧିକାର। ଗଣମାଧ୍ୟମକୁ ସ୍କୁଲ ପରିସରକୁ ପଶିବାକୁ ନ ଦେବା ଏକ ହାସ୍ୟାସ୍ପଦ ଘଟଣା। ଶିକ୍ଷାନୁଷ୍ଠାନରେ କ’ଣ ହେଉଛି, କ’ଣ ନାହିଁ ଏବଂ ଯଦି ଭୁଲ ହେଉଛି, ସେତେବେଳେ ଗଣମାଧ୍ୟମର କର୍ତ୍ତବ୍ୟ ହେଉଛି ଏହାକୁ ଲୋକଲୋଚନକୁ ଆଣିବା। ସରକାର ଏଭଳି କଟକଣା ଜାରି କରି ଗଣତାନ୍ତ୍ରିକ ପଦ୍ଧତିରେ ଗଣମାଧ୍ୟମ ଅଧିକାରରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ସରକାର ତୁରନ୍ତ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ ବୋଲି ଅପରାଜିତା କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କିଛି ନୀତି ନିୟମକୁ ଛାଡ଼ିଦେଲେ ସ୍କୁଲ କ୍ୟାମ୍ପସକୁ ଚତୁର୍ଥ ସ୍ତମ୍ଭକୁ ବାରଣ କରାଯିବା ଉଚିତ ନୁହେଁ। ଗଣତନ୍ତ୍ର ରାଷ୍ଟ୍ରରେ ସ୍କୁଲ ଏକ ସାର୍ବଜନୀନ ଅନୁଷ୍ଠାନ। ପାଠପଢ଼ା ସମୟରେ କେହି ବିଭ୍ରାଟ କରିବା ଠିକ୍‌ ନୁହେଁ। କିନ୍ତୁ ଭଲମନ୍ଦ ବୁଝିବା ପାଇଁ ଗଣମାଧ୍ୟମକୁ ବାରଣ କରିବା ଉଚିତ ନୁହେଁ।
ସୂଚନାଯୋଗ୍ୟ, ବିନା ଅନୁମତିରେ ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କିଛି ଜିଲାରେ କଟକଣା ଲଗାଯାଇଛି। ଏ ନେଇ କିଛି ସ୍ଥାନରେ ବିଇଓ, ଡିଇଓ ଚିଠି ଲେଖିଛନ୍ତି। କିଛି ଲୋକ କ୍ୟାମେରା ଧରି ସ୍କୁଲ ଭିତରେ ପଶି ପିଲା ଓ ଶିକ୍ଷକମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି। ତାକୁ ନେଇ ବହୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରସାରଣ ମଧ୍ୟ କରୁଛନ୍ତି। ଏହା ଗ୍ରହଣଯୋଗ୍ୟ ନୁହେଁ ଏବଂ ଅବୈଧ। ତେଣୁ ସ୍କୁଲ ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଯଦି କେଉଁଠି ବିନା ଅନୁମତିରେ ଗଣମାଧ୍ୟମ ପ୍ରତିନିଧି ସ୍କୁଲ ପରିସରକୁ ପ୍ରବେଶ କରନ୍ତି, ତେବେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହିତ ଏଫ୍‌ଆଇଆର୍‌ ଦାଖଲ ପାଇଁ ମଧ୍ୟ ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେଉଁ ସ୍କୁଲରେ ଏହି ନିୟମକୁ ପାଳନ କରା ନ ଯାଏ, ତେବେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?