ଚାଉଳ ଫେରାଉ ନାହାନ୍ତି ମିଲର

ନୟାଗଡ଼ ଅଫିସ,୨୨।୯: ମଣ୍ଡିରୁ ଧାନ କିଣିବାକୁ ମିଲର ଆଗ୍ରହୀ ଥିବାବେଳେ ଚାଉଳ ଫେରାଇବାକୁ ପଛଘୁଞ୍ଚା ହେଉଛନ୍ତି। ଅବଧି ଶେଷ ହେବାକୁ ୯ ଦିନ ଥିବାବେଳେ ମିଲର ମାନେ ଏଯାବତ ୮୧.୬୧ ପ୍ରତିଶତ ଚାଉଳ ଫେରାଇଛନ୍ତି । ତେବେ ଯୋଗାଣ ବିଭାଗ ମିଲରଙ୍କୁ ତାଗିଦ୍‌ କରିବା ବଦଳରେ ଅବଧି ଭିତରେ ଚାଉଳ ସଂଗ୍ରହ ଶେଷ ହେବ କହି ପ୍ରସଙ୍ଗକୁ ହାଲକା ଭାବେ ନେଇଛି ।

ପ୍ରକାଶ ଯେ, ଜିଲାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪୪୦୨୨.୨୯୬ ମେଟ୍ରିକ ଟ୍ରନ ଧାନକୁ ୧୭ଟି ମିଲ୍‌ ଜିଲାର ବିଭିନ୍ନ ମଣ୍ଡିରୁ କିଣିଥିଲେ । ସେହି ଧାନକୁ ଚାଉଳ କରି ମିଲରମାନେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ସରକାରଙ୍କୁ ପ୍ରଦାନ କରିବାର ନିୟମ ରହିଛି । ତେବେ ଜିଲାର ଡାଇମଣ୍ଡ ରାଇସ ପ୍ରାଇଭେଟ ଲିମିଟେଡ, ମା’ମଙ୍ଗଳା ଆଗ୍ରୋ ଇଣ୍ଡଷ୍ଟ୍ରି, ନୟାଗଡ଼ ରାଇସ ପ୍ରାଇଭେଟ ଲିମିଟେଡ, ଶ୍ରୀ ରଘୁନାଥ ରାଇସ୍‌ ମିଲ୍‌ କେବଳ ୧୦୦ ପ୍ରତିଶତ ଚାଉଳ ଫେରାଇଛନ୍ତି । ଅବଶିଷ୍ଟ ୧୩ ମିଲ ଏଯାବତ ଶତପ୍ରତିଶତ ଚାଉଳ ଫେରାଇ ନାହାନ୍ତି । ଅନନ୍ତ ବାସୁଦେବ ରାଇସ୍‌ ମିଲ ୭୯.୧୭ ପ୍ରତିଶତ, ବଜରଙ୍ଗୀ ଫୁଡ ପ୍ରଡକ୍ଟସ୍‌ ପ୍ରାଇଭେଟ ଲିମିଟେଡ ୬୬.୫୦ ପ୍ରତିଶତ, ଜଗନ୍ନାଥ ରାଇସ୍‌ ଆଣ୍ଡ ଅଏଲ ଇଣ୍ଡଷ୍ଟ୍ରି ୫୭.୦୨ ପ୍ରତିଶତ, ଜୟବଜରଙ୍ଗୀ ରାଇସ ମିଲ୍‌ ୮୮.୪୦ ପ୍ରତିଶତ ଚାଉଳ ଫେରାଇଛନ୍ତି । ସେହିଭଳି ଜୟ ମହାବୀର ରାଇସ୍‌ ମିଲ ୬୭.୨୪ ପ୍ରତିଶତ, କାଉଁରୀ ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ୮୨.୯୮ ପ୍ରତିଶତ, ମା ବାଗ୍‌ଦେବୀ ରାଇସ୍‌ ମିଲ ୭୪.୪୩ ପ୍ରତିଶତ, ମା’ଲକ୍ଷ୍ମୀ ରାଇସ୍‌ ଇଣ୍ଡଷ୍ଟ୍ରି ୮୮.୬୬ ପ୍ରତିଶତ ଚାଉଳ ଫେରାଇ ନାହାନ୍ତି । ପୁଣି ଆର.କେ. ଏଗ୍ରୀ ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ ଲିମିଟେଡ ୬୪.୫୧ ପ୍ରତିଶତ, ରଜେଶ ଇଣ୍ଡଷ୍ଟ୍ରୀ ୭୫.୩୭ ପ୍ରତିଶତ, ସାଇ ଫୁଡ ପ୍ରଡକ୍ଟସ୍‌ ୮୧.୨୦ ପ୍ରତିଶତ, ସର୍ଦ୍ଦାର ଇଣ୍ଡଷ୍ଟ୍ରିଜ୍‌ ୭୨.୪୯ ପ୍ରତିଶତ, ଶୁଭଲକ୍ଷ୍ମୀ ଏଜେନ୍ସି ପ୍ରାଇଭେଟ ଲିମିଟେଡ ୯୨.୬୪ ପ୍ରତିଶତ ଚାଉଳ ଫେରାଇଛନ୍ତି । ମିଲରମାନଙ୍କ ଚାଉଳ ଫେରାଇବା ଟାର୍ଗେଟକୁ ଅନୁଧ୍ୟାନ କଲେ ଜଣାପଡୁଛି ମିଲରମାନେ ଚାଉଳ ଫେରାଇବାରେ ବିଳମ୍ବ କଲେ ବି ପ୍ରଶାସନ ପକ୍ଷରୁ ଅଙ୍କୁଶ ନାହିଁ । ଯୋଗାଣ ବିଭାଗ ଓ ଜିଲାପାଳ କାହିଁକି ମିଲରମାନଙ୍କୁ ଅନୁକମ୍ପା ଦେଖାଉଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ମଣ୍ଡିରେ ଚାଷୀର ଧାନକୁ ଧୁଳି, ଧୂଷ, ବାଲି ଗୋଡି ମିଶା କହି କୁଇଣ୍ଟାଲ ପିଛା ୧୦ରୁ ୨୦ କେଜି କାଟି କିଣା ଯାଉଛି। ନିର୍ଦ୍ଧାରିତ ସମୟରେ ଧାନ ନ ଆସିଲେ ମିଲର ବ୍ୟବହାର ଖରାପ କରୁଛି। ତେବେ ଚାଉଳ ଫେରାଇବା ବେଳେକୁ ଏପରି ପଛଘୁଞ୍ଚା କାହିଁକି । ମିଲରମାନେ ଧାନକୁ ନେଇ ଚାଉଳ କରି ବାହାର ମାର୍କେଟରେ ବିକ୍ରି ଲାଭବାନ ହେଉଛନ୍ତି । ତେବେ ଲାଭ ନାହିଁ ଦର୍ଶାଇ ସରକାରଙ୍କୁ ଧିରେ ଧିରେ ଚାଉଳ ଫେରାଉଛନ୍ତି । ଯେଉଁ ମିଲର ମାନେ ଶତ ପ୍ରତିଶତ ଚାଉଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରାଉଛନ୍ତି ସେମାନଙ୍କୁ ମଧ୍ୟ ପ୍ରୋସତ୍ାହନ ବା ଧନ୍ୟବାଦ ଦିଆଯାଉ ନାହିଁ । ଚାଉଳ ଫେରାଇବା ଉପରେ ଯୋଗାଣ ବିଭାଗର ସମୀକ୍ଷା ଠିକରେ ହେଉ ନ ଥିବାରୁ ମିଲର ଲାଭରେ ରହୁଛନ୍ତି ବୋଲି କହିଛନ୍ତି । ଏନେଇ ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ କୁହନ୍ତି, ସେପ୍ଟେମ୍ବର ୧୩ ସୁଦ୍ଧା ୮୧.୬୧ ପ୍ରତିଶତ ଚାଉଳ ମିଲର ଫେରାଇଥିଲେ। ସେପ୍ଟେମ୍ବର ୨୧ ସୁଦ୍ଧା ୮୭ ପ୍ରତିଶତ ଚାଉଳ ଫେରାଇ ସାରିଲେଣି। ସେପ୍ଟେମ୍ବର ୩୦ ସୁଦ୍ଧା ଟାର୍ଗେଟ ମୁତାବକ ଚାଉଳ ମିଲରମାନେ ଫେରାଇବେ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri