ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବାକୁ ଚିଠି

ପୁରୀ ଅଫିସ,୨୨।୯: ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବା ପାଇଁ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମାଧ୍ୟମରେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କୁ ବୁଧବାର ଏକ ଚିଠି ଲେଖାଯାଇଛି। ଶ୍ରୀମନ୍ଦିରର ନିୟନ୍ତ୍ରଣାଧୀନ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ନୂଆ ପ୍ରଶାସନିକ କୋଠାର ଉଚ୍ଚତାକୁ ସର୍ବାଧିକ ୭.୫୦ ମିଟରରେ ସୀମିତ ରଖିବା ପାଇଁ ଏନ୍‌ଏମ୍‌ଏ ପରାମର୍ଶ ଦେଇଥିଲେ। ତେବେ ସମ୍ପୃକ୍ତ ଉଚ୍ଚତା ସୀମା ମଧ୍ୟରେ କୋଠା ନିର୍ମାଣ କରାଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ସ୍ପଷ୍ଟ କରିଛି। ପୂର୍ବରୁ ଥିବା ପ୍ରଶାସନିକ କୋଠାର ଉଚ୍ଚତା ୧୧.୧୯୨ ମିଟର ରହିଥିଲା। ଏହି କୋଠାକୁ ଭଙ୍ଗାଯାଇ ସମ୍ପୃକ୍ତ ସ୍ଥାନରେ ନୂଆ ପ୍ରଶାସନିକ କୋଠା ନିର୍ମାଣ ଚାଲିଛି। ତେବେ ନିର୍ମାଣ ହେଉଥିବା କୋଠାର ମୂଳଦୁଆ କାର୍ଯ୍ୟ ଅନେକାଂଶରେ ଶେଷ ହେଲାଣି। ପୂର୍ବଭଳି ଏହାକୁ ଏକ ତିନି ମହଲା ବିଶିଷ୍ଟ କୋଠା କରିବାକୁ ନିର୍ମାଣ ଚାଲିଛି। ଗ୍ରାଉଣ୍ଡ ଫ୍ଲୋର୍‌, ପ୍ରଥମ ଓ ୨ୟ ମହଲାକୁ ମିଶାଇ କୋଠାର ଉଚ୍ଚତାକୁ ୭.୫୦ ମିଟରରେ ସୀମିତ ରଖିବା ସମ୍ଭବପର ନୁହେଁ। ଏଣୁ ପ୍ରସ୍ତାବିତ ଉଚ୍ଚତା ଉପରେ ବିଚାର କରିବା ପାଇଁ ଏନ୍‌ଏମ୍‌ଏକୁ ଚିଠି ଲେଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଏନ୍‌ଏମ୍‌ଏ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନିକ କୋଠା ସମ୍ପର୍କିତ ସାନି ରିପୋର୍ଟ ଦାଖଲ କରିବା ସହ ଏନ୍‌ଓସି ପାଇଁ ଆବେଦନ କରିବା ଲାଗି ପରାମର୍ଶ ଦେଇଥିଲେ। ଏହିକ୍ରମରେ ଏହି ଚିଠି ରାଜ୍ୟ ସରକାରଙ୍କ ମାଧ୍ୟମରେ ଏନ୍‌ଏମ୍‌ଏକୁ ପଠାଯାଇଥିବା ଉନ୍ନୟନ ପ୍ରଶାସନ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ଏବଂ ବିନା ଅନୁମୋଦନରେ ନିର୍ମାଣ କାର୍ଯ୍ୟ ନେଇ ବିବାଦ ଉପୁଜିଥିଲା। ଫଳରେ ରଥଯାତ୍ରା ପରଠାରୁ କାର୍ଯ୍ୟ ବନ୍ଦ ରହିଛି। ନିୟନ୍ତ୍ରିତ ଅଞ୍ଚଳ(ରେଗୁଲେଟରି ଜୋନ୍‌) ମଧ୍ୟରେ ୭.୫୦ରୁ ଉଚ୍ଚ କୋଠା ନିର୍ମାଣ ପାଇଁ ଅନୁମତି ମିଳିବା ଆଶା କ୍ଷୀଣ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କୋଠାର ଉଚ୍ଚତା ବଢ଼ାଇବା ପାଇଁ ଅଡ଼ି ବସିଛି। ମୁଖ୍ୟତଃ ପୁରୁଣା ପ୍ରଶାସନିକ କୋଠାଠାରୁ କମ୍‌ ଉଚ୍ଚତା ବିଶିଷ୍ଟ କୋଠା ସମସ୍ୟା ବଢ଼ାଇବ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି। ସେହିଭଳି ଓବିସିସିର ଜଣେ ଅଧିକାରୀଙ୍କ କହିବା କଥା ଯେ, ଶ୍ରୀମନ୍ଦିର ପ୍ରଶାସନିକ କୋଠା ପାଇଁ ହୋଇଥିବା କାର୍ଯ୍ୟ ଜି+୨(ଗ୍ରାଉଣ୍ଡ ସହ ୨ ମହଲା) ମଡେଲ୍‌ରେ ନିର୍ମାଣ କରାଯାଇଛି। ଏବେ ଏହାକୁ ପୁଣିଥରେ କମାଇବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri