Posted inଜାତୀୟ

୧୨ ଲକ୍ଷ ଆୟକୁ ନେଇ ମଧ୍ୟବିତ୍ତଙ୍କୁ ଭୁଆଁ ବୁଲାଯାଉଛି, ଅର୍ଥମନ୍ତ୍ରୀଙ୍କୁ ଜବାବ ଦେଲେ ରାଘବ

ନୂଆଦିଲ୍ଲୀ,୧୪।୨: ରାଜ୍ୟ ସଭା ଏମପି ରାଘବ ଚଢା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସାମ୍ପ୍ରତିକ ବୟାନର କଡ଼ା ଜବାବ ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଅର୍ଥମନ୍ତ୍ରୀ ସାଧାରଣ ଲୋକଙ୍କୁ ବୈଷୟିକ ମାମଲାରେ ଫସାଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ସେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଟିକସ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ।
ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ରାଘବ ଚଢା କହିଛନ୍ତି, ଯଦି ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ, ତେବେ ତାଙ୍କୁ ଟିକସ ଛାଡ଼ ମିଳିଥାଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ଟିକସ ଛାଡ଼ ନୁହେଁ। ଏହାର ଅର୍ଥ ହେଉଛି ଯଦି କାହାର ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ କେବଳ ଅତିରିକ୍ତ ଆୟ ଉପରେ ନୁହେଁ ବରଂ ସମ୍ପୂର୍ଣ୍ଣ ଆୟ ଉପରେ ଟିକସ ଲାଗୁ ହେବ। ସେ ଏକ ଉଦାହରଣ ଦେଇ ବୁଝାଇଲେ ଯେ ଯଦି ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ୧୨.୭୬ ଲକ୍ଷ ଟଙ୍କା ହୁଏ, ତେବେ କେବଳ ୭୬,୦୦୦ ଟଙ୍କା ଉପରେ ନୁହେଁ ବରଂ ସମଗ୍ର ୧୨.୭୬ ଲକ୍ଷ ଟଙ୍କା ଉପରେ ଟିକସ ଲାଗୁ ହେବ। ଏହାକୁ ଅନ୍ୟାୟ ବୋଲି କହି ସେ କହିଛନ୍ତି ଯେ ଏହି ସରକାର ସାଧାରଣ ଲୋକଙ୍କୁ ଭ୍ରମିତ କରୁଛି।

ଆମ ଆଦମୀ ପାର୍ଟି ନେତା ରାଘବ ଚଢା କହିଛନ୍ତି ଯେ ସରକାର ଏପରି କଥା କହି ସାଧାରଣ ଲୋକଙ୍କୁ ଭୁଲ ସୂଚନା ଦେଉଛନ୍ତି। ସେ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରି କହିଥିଲେ ପରବର୍ତ୍ତୀ ସମୟରେ ଏହି ବିଷୟରେ କଥା ହେବା ପୂର୍ବରୁ ତଥ୍ୟକୁ ସଠିକ ଭାବରେ ପ୍ରସ୍ତୁତ କରିବେ, ତା’ସହ ବ୍ୟକ୍ତିଗତ ଆକ୍ରୋଶରୁ ଦୂରେଇ ରହିବେ। ସୂଚନାଯୋଗ୍ୟ, ୨୦୨୪ ବଜେଟ ପରଠାରୁ ଟିକସ ବ୍ୟବସ୍ଥା ଉପରେ ନିରନ୍ତର ବିତର୍କ ଚାଲିଛି।
ନୂତନ ଟିକସ ବ୍ୟବସ୍ଥାରେ ସରକାର ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଦେଇଛନ୍ତି, କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ମଧ୍ୟବିତ୍ତ ବର୍ଗ ଏଥିରୁ କୌଣସି ବିଶେଷ ଲାଭ ପାଉ ନାହାଁନ୍ତି। ବିରୋଧୀ ଦଳଗୁଡ଼ିକ ନିରନ୍ତର ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି ଯେ ସରକାରଙ୍କ ନୀତି ସାଧାରଣ ଲୋକଙ୍କ ବିରୁଦ୍ଧରେ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?