Posted inଖେଳ

ପୁରୁଷ ହକି କ୍ୟାମ୍ପ ଜାନୁୟାରୀ ୫ରୁ

ନୂଆଦିଲ୍ଲୀ, ୩ା୧ (ପି.ଟି.)-ବେଙ୍ଗାଲୁରୁରେ ମଙ୍ଗଳବାରଠାରୁ ଭାରତୀୟ ପୁରୁଷ ହକି ଜାତୀୟ କ୍ୟାମ୍ପ ଆରମ୍ଭ ହେବ। ୩୩ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହା ଆୟୋଜନ ହେବ। ସେମାନଙ୍କ ମଧ୍ୟରେ ଅଧିନାୟକ ମନପ୍ରୀତ ସିଂ ଓ ଗୋଲକିପର ପି.ଆର୍‌. ଶ୍ରୀଜେସ ଅଛନ୍ତି। ଓଡ଼ିଶାରୁ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ତିର୍କୀ ଓ ନିଲମ ସଞ୍ଜୀପ ଖେସ ଏବଂ ଫରଓ୍ବାର୍ଡ ଶିଳାନନ୍ଦ ଲାକ୍ରା କ୍ୟାମ୍ପରେ ଅଂଶଗ୍ରହଣ କରିବେ। କ୍ୟାମ୍ପ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ୟାମ୍ପସରେ ଅନୁଷ୍ଠିତ ହେବ। ଟ୍ରେନିଂ କାର୍ଯ୍ୟ ପୁନର୍ବାର ଆରମ୍ଭ କରାଯିବା ପୂର୍ବରୁ ସାଇ ଓ ହକି ଇଣ୍ଡିଆର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଖେଳାଳିମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ୩ ସପ୍ତାହ ବ୍ରେକ୍‌ ପରେ କ୍ୟାମ୍ପକୁ ଫେରିଥିବାରୁ ଖେଳାଳିମାନେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସତେଜ ଥିବେ ବୋଲି ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। ଏହା ପୂର୍ବରୁ ଜାତୀୟ କ୍ୟାମ୍ପ ଗତବର୍ଷ ଅଗଷ୍ଟରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଖେଳାଳିମାନଙ୍କର ୟୋ ୟୋ ଟେଷ୍ଟ ହୋଇଥିଲା। ଏଥର କ୍ୟାମ୍ପରେ ଆଗାମୀ ପ୍ରତିଯୋଗିତାଗୁଡ଼ିକ ଲାଗି ଦଳକୁ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ଚଳିତ ମାସରେ ଆର୍ଜେଣ୍ଟିନା ଗସ୍ତ କରିବ। ଦଳ ସେଠାରେ ଆୟୋଜକ ଦେଶ ସହ ୮ମ୍ୟାଚବିଶିଷ୍ଟ ସିରିଜ ଖେଳିବ। ପୁରୁଷ ଦଳ ପାଇଁ ଟୁର୍‌ ଆୟୋଜନ ଲାଗି ହକି ଇଣ୍ଡିଆ ତରଫରୁ ବିଭିନ୍ନ ଦେଶ ସହ ଯୋଗାଯୋଗ ଚାଲିଛି। ଭାରତୀୟ ପୁରୁଷ ଦଳ ଶେଷଥର ଗତବର୍ଷ ଫେବୃୟାରୀ ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ମ୍ୟାଚ ଖେଳିଥିଲା।
କ୍ୟାମ୍ପରେ ଅଂଶଗ୍ରହଣ କରିବାକୁଥିବା ଖେଳାଳି-ଗୋଲକିପର: ପି.ଆର୍‌. ଶ୍ରୀଜେସ, କ୍ରିଷନ ବି. ପାଠକ, ସୁରଜ କରକେରା।
ଡିଫେଣ୍ଡର: ବୀରେନ୍ଦ୍ର ଲାକ୍ରା, ରୂପିନ୍ଦର ପାଲ୍‌ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, କୋଠାଜିତ୍‌ ସିଂ ଖଦଙ୍ଗବାମ୍‌, ହରମନପ୍ରୀତ ସିଂ, ଗୁରିନ୍ଦର ସିଂ, ଜରମନପ୍ରୀତ ସିଂ, ବରୁଣ କୁମାର, ଦୀପସାନ ତିର୍କୀ, ନିଲମ ସଞ୍ଜୀପ ଖେସ୍‌।
ମିଡ୍‌ଫିଲଡର: ମନପ୍ରୀତ ସିଂ, ଚିଙ୍ଗ୍‌ଲେନ୍‌ସାନା ସିଂ କାଙ୍ଗୁଜାମ୍‌, ନୀଳକାନ୍ତ ଶର୍ମା, ସୁମିତ, ଯଶକରନ ସିଂ
ରାଜକୁମାର ପାଲ୍‌, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ।
ଫରଓ୍ବାର୍ଡ: ଏସ.ଭି. ସୁନୀଲ, ଆକଶଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ରମଣଦୀପ ସିଂ, ସିମରନଜିତ୍‌ ସିଂ, ସମଶେର୍‌ ସିଂ, ଗୁରଜାନ୍ତ ସିଂ, ଦିଲପ୍ରୀତ ସିଂ, ଗୁର୍‌ସାହିବଜିତ୍‌ ସିଂ ଓ ଶିଳାନନ୍ଦ ଲାକ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri