Posted inଖେଳ

ପୁରୁଷ ହକି କ୍ୟାମ୍ପ ଜାନୁୟାରୀ ୫ରୁ

ନୂଆଦିଲ୍ଲୀ, ୩ା୧ (ପି.ଟି.)-ବେଙ୍ଗାଲୁରୁରେ ମଙ୍ଗଳବାରଠାରୁ ଭାରତୀୟ ପୁରୁଷ ହକି ଜାତୀୟ କ୍ୟାମ୍ପ ଆରମ୍ଭ ହେବ। ୩୩ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହା ଆୟୋଜନ ହେବ। ସେମାନଙ୍କ ମଧ୍ୟରେ ଅଧିନାୟକ ମନପ୍ରୀତ ସିଂ ଓ ଗୋଲକିପର ପି.ଆର୍‌. ଶ୍ରୀଜେସ ଅଛନ୍ତି। ଓଡ଼ିଶାରୁ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ତିର୍କୀ ଓ ନିଲମ ସଞ୍ଜୀପ ଖେସ ଏବଂ ଫରଓ୍ବାର୍ଡ ଶିଳାନନ୍ଦ ଲାକ୍ରା କ୍ୟାମ୍ପରେ ଅଂଶଗ୍ରହଣ କରିବେ। କ୍ୟାମ୍ପ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ୟାମ୍ପସରେ ଅନୁଷ୍ଠିତ ହେବ। ଟ୍ରେନିଂ କାର୍ଯ୍ୟ ପୁନର୍ବାର ଆରମ୍ଭ କରାଯିବା ପୂର୍ବରୁ ସାଇ ଓ ହକି ଇଣ୍ଡିଆର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଖେଳାଳିମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ୩ ସପ୍ତାହ ବ୍ରେକ୍‌ ପରେ କ୍ୟାମ୍ପକୁ ଫେରିଥିବାରୁ ଖେଳାଳିମାନେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସତେଜ ଥିବେ ବୋଲି ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। ଏହା ପୂର୍ବରୁ ଜାତୀୟ କ୍ୟାମ୍ପ ଗତବର୍ଷ ଅଗଷ୍ଟରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଖେଳାଳିମାନଙ୍କର ୟୋ ୟୋ ଟେଷ୍ଟ ହୋଇଥିଲା। ଏଥର କ୍ୟାମ୍ପରେ ଆଗାମୀ ପ୍ରତିଯୋଗିତାଗୁଡ଼ିକ ଲାଗି ଦଳକୁ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ଚଳିତ ମାସରେ ଆର୍ଜେଣ୍ଟିନା ଗସ୍ତ କରିବ। ଦଳ ସେଠାରେ ଆୟୋଜକ ଦେଶ ସହ ୮ମ୍ୟାଚବିଶିଷ୍ଟ ସିରିଜ ଖେଳିବ। ପୁରୁଷ ଦଳ ପାଇଁ ଟୁର୍‌ ଆୟୋଜନ ଲାଗି ହକି ଇଣ୍ଡିଆ ତରଫରୁ ବିଭିନ୍ନ ଦେଶ ସହ ଯୋଗାଯୋଗ ଚାଲିଛି। ଭାରତୀୟ ପୁରୁଷ ଦଳ ଶେଷଥର ଗତବର୍ଷ ଫେବୃୟାରୀ ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ମ୍ୟାଚ ଖେଳିଥିଲା।
କ୍ୟାମ୍ପରେ ଅଂଶଗ୍ରହଣ କରିବାକୁଥିବା ଖେଳାଳି-ଗୋଲକିପର: ପି.ଆର୍‌. ଶ୍ରୀଜେସ, କ୍ରିଷନ ବି. ପାଠକ, ସୁରଜ କରକେରା।
ଡିଫେଣ୍ଡର: ବୀରେନ୍ଦ୍ର ଲାକ୍ରା, ରୂପିନ୍ଦର ପାଲ୍‌ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, କୋଠାଜିତ୍‌ ସିଂ ଖଦଙ୍ଗବାମ୍‌, ହରମନପ୍ରୀତ ସିଂ, ଗୁରିନ୍ଦର ସିଂ, ଜରମନପ୍ରୀତ ସିଂ, ବରୁଣ କୁମାର, ଦୀପସାନ ତିର୍କୀ, ନିଲମ ସଞ୍ଜୀପ ଖେସ୍‌।
ମିଡ୍‌ଫିଲଡର: ମନପ୍ରୀତ ସିଂ, ଚିଙ୍ଗ୍‌ଲେନ୍‌ସାନା ସିଂ କାଙ୍ଗୁଜାମ୍‌, ନୀଳକାନ୍ତ ଶର୍ମା, ସୁମିତ, ଯଶକରନ ସିଂ
ରାଜକୁମାର ପାଲ୍‌, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ।
ଫରଓ୍ବାର୍ଡ: ଏସ.ଭି. ସୁନୀଲ, ଆକଶଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ରମଣଦୀପ ସିଂ, ସିମରନଜିତ୍‌ ସିଂ, ସମଶେର୍‌ ସିଂ, ଗୁରଜାନ୍ତ ସିଂ, ଦିଲପ୍ରୀତ ସିଂ, ଗୁର୍‌ସାହିବଜିତ୍‌ ସିଂ ଓ ଶିଳାନନ୍ଦ ଲାକ୍ରା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତିଲା ଭାରତ

ଆଡିଲେଡ୍‌,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ...

ଇତିହାସ ରଚିଲେ ଏହି ଭାରତୀୟ କ୍ରିକେଟର୍‌; କପିଲ ଦେବଙ୍କ ପରେ ଏଭଳି କରିବାରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୨୪।୨: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ବୋଲର୍‌ ଈଶାନ୍ତ ଶର୍ମା। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ସେ ପଦାର୍ପଣ କରିବା ପରେ ବଡ଼...

ବୁମରାଙ୍କୁ କେମିତି ଖେଳିବେ ଡାହାଣହାତୀ ବ୍ୟାଟ୍ସମ୍ୟାନ

ସାଉଥମ୍ପ୍‌ଟନ, ୬।୬(ପି.ଟି.)- ଭାରତୀୟ ପେସର ଯଶପ୍ରୀତ୍‌ ବୁମରାଙ୍କ ସମ୍ମୁଖୀନ ହେବା ଯେକୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ପକ୍ଷେ କଷ୍ଟକର ହେଉଛି। ଏଥିଲାଗି ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସନ୍‌...

ଟୋକିଓ ଅଲିମ୍ପିକ୍ସ: ମିଳିତ କୋରିଆ ମହିଳା ହକି ଦଳ ଗଠନ ସମ୍ଭବ ହେଲାନି

ସିଓଲ, ୨୩ା୫ (ଏଏଫ୍‌ପି)-୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଉତ୍ତର କୋରିଆ ସହ ମିଳିତ ମହିଳା ଫିଲ୍ଡ ହକି ଦଳ ପଠାଇବା ଯୋଜନାରୁ ଓହରିଯାଇଛି ଦକ୍ଷିଣ କୋରିଆ।...

ଓଡ଼ିଶା ପ୍ରତିଯୋଗୀଙ୍କୁ ୧୫ ପଦକ

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଜୁଡୋ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ପଶ୍ଚିମବଙ୍ଗ ଜୁଡୋ ଆସୋସିଏଶନର ମିଳିତ ଆନୁକୂଲ୍ୟରେ କଲିକତାର...

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ

ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ...

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍‌କା: ବାଦ୍‌ ପଡ଼ିଲେ ଏହିସବୁ ଖେଳାଳି

ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦...

ଇତିହାସ ରଚିଲେ ହରମନପ୍ରୀତ

କେପଟାଉନ,୨୧।୨: ଭାରତୀୟ ମହିଳା କ୍ରିକେଟର୍‌ ହରମନପ୍ରୀତ କୌର ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। କେବଳ ମହିଳା ନୁହେଁ, କୌଣସି ପୁରୁଷ...

Advertisement
Archives

Model This Week