ସ୍ବତନ୍ତ୍ରତା ବଜାୟ ରଖିଛି ମେଘନାଦ ମଣ୍ଡପ

ବଅଁରପାଳ,୧୪ା୫ ଭଲ କର୍ମ କଲେ ପୁଣ୍ୟ ମିଳେ। ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ ମଣିଷ। ଖରାପ କର୍ମକୁ ପାପ ବୋଲି ବିବେଚନା କରାଯାଏ। ହେଲେ ବେଳେ ବେଳେ ଜାଣତରେ କିମ୍ବା ଅଜାଣତରେ ଏପରି କିଛି ଅଘଟଣ ଘଟିଯାଏ, ଯାହାକୁ ପାପବୋଧ କରି ମଣିଷ ବିଚଳିତ ହୋଇପଡେ। ଏପରି ପାତକରୁ କିପରି ମୁକ୍ତି ମିଳିବ, ସେହି ଚିନ୍ତାରେ ଘାରି ହେବା ସହ ବିଜ୍ଞ ଜନ ବା ପଣ୍ଡିତଙ୍କ ନିକଟରେ ପହଞ୍ଚି ପରାମର୍ଶ ଲୋଡ଼ିଥାଏ। ପୁରୀର ମୁକ୍ତି ମଣ୍ଡପ ପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳଶାସନରେ ଥିବା ମେଘନାଦ ମଣ୍ଡପରେ ବସି ପଣ୍ଡିତମାନେ ଦୀର୍ଘବର୍ଷ ଧରି ଏପରି ପାପ-ପୁଣ୍ୟର ବିଚାର କରିଆସୁଛନ୍ତି। ଶତାଧିକ ବର୍ଷ ତଳୁ ଏଠାରେ ଚାଲି ଆସିଥିବା ଧର୍ମ-ଅଧର୍ମ ଓ ପାପ-ପୁଣ୍ୟର ବିଚାର ଏବେ ବି ଜାରି ରହିଛି।
ତଳମୂଳ ଗ୍ରାମ ଏକ ପାଇକ ଗଡ଼ ଭାବେ ପରିଚିତ। ମନ୍ଦିର ମାଳିନୀ ଏହି ଗଁାରେ ରହିଛି ୯୯ ମନ୍ଦିର ଓ ୯୯ ପୋଖରୀ। ସେହିପରି ଏଠାରେ ଥିବା ମେଘନାଦ ମଣ୍ଡପ ଏବେ ବି ତାହାର ସ୍ବତନ୍ତ୍ର ପରିଚୟ ବଜାୟ ରଖିଛି। ଏହି ମଣ୍ଡପରେ ବସି ପଣ୍ଡିତମାନେ ଅନେକ ଲୋକଙ୍କ ପାପ କ୍ଷୟ ପାଇଁ ପରାମର୍ଶ ଦେଇଛନ୍ତି। କର୍ମ ଅନୁଯାୟୀ ବିଚାର କରି ପ୍ରତିକାର ବା ପାପ ନାଶ ପାଇଁ ଉପାୟ ବତାଇଛନ୍ତି। ବିଶେଷକରି ମାଛିଆ ପାତକ ଲାଗିଥିବା ବ୍ୟକ୍ତି କିମ୍ବା ଗୋ ମୃତ୍ୟୁ ପାଇଁ ନିଜକୁ ଦାୟୀ କରୁଥିବା ଲୋକମାନେ ସେମାନଙ୍କ ପାପ କ୍ଷୟ ପାଇଁ ଏହି ମଣ୍ଡପକୁ ପରାମର୍ଶ ନେବାକୁ ଆସିଥାନ୍ତି। ମଣ୍ଡପରେ ପଣ୍ଡିତମାନେ ବସି ପାତକ ଖଣ୍ଡନ ହେବାର ପଦ୍ଧତି କହିଥାନ୍ତି। ଯଦି ଏଠାକାର ପଣ୍ଡିତମାନେ ଉପାୟ ବତାଇବାରେ ବିଫଳ ହୁଅନ୍ତି, ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁରୀ ମୁକ୍ତି ମଣ୍ଡପକୁ ଯିବା ପାଇଁ ପରାମର୍ଶ ଦେଇଥାନ୍ତି। ତଳମୂଳ, ମହୀଧରପୁର, ଫୁଲୁପଡା, ଗଡ଼ସନ୍ତ୍ରୀ, ତୁଳସୀପାଳ, ଅନୁଗୋଳ, ବନ୍ତଳା, ବଅଁରପାଳ, କୁଲାଡ଼, ନୂଆହତା, ଗିରାଙ୍ଗ, ହିନ୍ଦୋଳ ସମେତ ଆଖପାଖ ୨୨ଖଣ୍ଡ ମୌଜାର ଲୋକଙ୍କ ଅଗାଧ ବିଶ୍ୱାସ ରହିଛି ଏହି ମେଘନାଦ ମଣ୍ଡପ ଉପରେ।
ପାପ କ୍ଷୟର ଉପାୟ ମିଳେ
ମେଘନାଦ ମଣ୍ଡପର ବହୁ ଇତିହାସ ରହିଛି। ରାଜାଙ୍କ ଶାସନ ସମୟରୁ ପଣ୍ଡିତମାନେ ଏହି ମଣ୍ଡପରେ ବସି ଉଚିତ ପରାମର୍ଶ ଦେଇଆସିଛନ୍ତି। ପାପ ନାଶ ସହ ପୁଣ୍ୟ ଅର୍ଜନର ଉପାୟ ସମ୍ପର୍କରେ ପଣ୍ଡିତମାନେ ଅନେକ ଲୋକଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି।
-ଚନ୍ଦ୍ର ଶେଖର, ଗ୍ରାମବାସୀ
ଅଗାଧ ବିଶ୍ୱାସ ରହିଛି
ତଳମୂଳଶାସନରେ ଥିବା ମେଘନାଦ ମଣ୍ଡପରୁ ପରାମର୍ଶ ନେଇ ଆଖପାଖ ଅଞ୍ଚଳର ବହୁ ଲୋକ ନିଜ ପାପ କ୍ଷୟ କରିଛନ୍ତି। ଏଠାକାର ପଣ୍ଡିତମାନଙ୍କ ବିଚାର ଉପରେ ସମସ୍ତଙ୍କ ଅଗାଧ ବିଶ୍ୱାସ ରହିଛି। ସେଥିପାଇଁ ଦୂର ଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି।
-ସୁଧୀର କୁମାର ନନ୍ଦ, ଗ୍ରାମବାସୀ
ପୂର୍ବାପେକ୍ଷା ଭଲ ବ୍ୟବସ୍ଥା ଅଛି
ପୂର୍ବରୁ ଏହି ମଣ୍ଡପ ଅବହେଳିତ ଅବସ୍ଥାରେ ରହିଥିଲା। ପଣ୍ଡିତମାନେ ତଳେ ବସୁଥିଲେ। ମାତ୍ର ଏବେ ଭଲ ବ୍ୟବସ୍ଥା ହୋଇଛି। ପକ୍କା ଘର କରାଯାଇଥିବାରୁ ପଣ୍ଡିତ କିମ୍ବା ଆସୁଥିବ ଲୋକମାନେ ପୂର୍ବପରି ଅସୁବିଧର ସମ୍ମୁଖୀନ ହେଉନାହାନ୍ତି।
-ଛେଲୁ ନନ୍ଦ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri