ଏନ୍‌ଜିଟିକୁ ଗଲା ମେଗା ଜଳ ପ୍ରକଳ୍ପ ବିବାଦ

କେନ୍ଦ୍ରାପଡ଼ା ଅଫିସ,୧୧।୯: ଗତ ୨ ବର୍ଷ ଧରି ଖରସ୍ରୋତାର ପାଣି ବିବାଦ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛି। କେନ୍ଦ୍ରାପଡ଼ା ସହରର ସାମାଜିକ କର୍ମୀ କ୍ଷିତୀଶ କୁମାର ସିଂହ ଏନେଇ ଶୁକ୍ରବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛନ୍ତି। ଖରସ୍ରୋତା ନଦୀରୁ ଭଦ୍ରକର ମେଗା ପାନୀୟ ଜଳ ପ୍ରକଳ୍ପକୁ ପାଣି ଦିଆଗଲେ ଜାତୀୟ ଉଦ୍ୟାନ ଭିତରକନିକା ପରିବେଶ ନଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଦର୍ଶାଇଛନ୍ତି। ୪୨୯ ପୃଷ୍ଠାର ଏହି ଦଲିଲରେ ଭିତରକନିକା ଇକୋ ସେନ୍ସିଟିଭ ଜୋନ ଅଞ୍ଚଳରେ ପ୍ରକଳ୍ପ ସ୍ଥାନ ଭଦ୍ରକର ନୂଆହାଟ ଓ ପାଣି ଉଠା ସ୍ଥାନ କେନ୍ଦ୍ରାପଡ଼ାର ବରୁଣାଡିହା ରହିଛି। ପ୍ରକଳ୍ପ ପରେ ପରିବେଶ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରା ନ ଯିବା, ଖରସ୍ରୋତାର ଜଳ ପ୍ରବାହ, ପ୍ରକଳ୍ପର ପ୍ରକୃତ ହିତାଧିକାରୀ ଓ ଜଳ ଉଠାଣ ପରିମାଣ, ଭିତରକନିକାର ଜୈବ ବିବିଧତା, ପର୍ଯ୍ୟଟନ ଶିଳ୍ପ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରଭାବକୁ ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ ଯାଜପୁର ଜିଲା ଜୋକଡ଼ିଆରେ ଦ୍ୱିତୀୟ ଆନିକଟ ନିର୍ମାଣ ହେଲେ ଖରସ୍ରୋତାର ଜଳ ସଙ୍କଟ ଅଧିକ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏ ସମ୍ପର୍କରେ କ୍ଷିତୀଶ କହିଛନ୍ତି, ଖରସ୍ରୋତାର ନିଜସ୍ବ ଜଳ ଉତ୍ସ ନାହିଁ। ସେ ବ୍ରାହ୍ମଣୀରୁ ଜଳ ଗ୍ରହଣ କରୁଛି। ଏହି ଜଳ ସ୍ଥାନୀୟ ଅଞ୍ଚଳର ଜୀବନରେଖା ପାଲଟିଛି। ଜୀବନ ଓ ଜୀବିକାକୁ ପ୍ରଭାବିତ କରୁଥିବା ଏହି ନଦୀ ଜଳ ଭିତରକନିକା ଜୈବ ବିବିଧତାକୁ ପରିପୁଷ୍ଟ କରୁଛି। ତେବେ ଏହି ନଦୀ ଜଳର ପରିଚାଳନା ନାମରେ ଶୁଷ୍କ କରିଦେବାକୁ ଯୋଜନା ଚାଲିଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଯୋକଡିଆରେ ଏକ ଆନିକଟ ୧୩୦ ବର୍ଷ ଧରି ଅଛି। ସେଠାରେ ଦ୍ୱିତୀୟ ଆନିକଟ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ଅନୁଦାନ ନାବାର୍ଡରୁ ମିଳିଛି। ଏହି ଆନିକଟ ଦ୍ୱାରା ଯାଜପୁର ଜିଲାର ରସୁଲପୁର, ଧର୍ମଶାଳା ଓ କୋରେଇ ବ୍ଲକ ଅଞ୍ଚଳର କୃଷି କ୍ଷେତ୍ରରେ ଜଳସେଚନ ହେବ ବୋଲି ଯୋଜନା ରହିଛି। ସେହିପରି ଜୋକଡିଆଠାରୁ ପ୍ରକଳ୍ପ ସ୍ଥାନ ବରୁଣାଡିହା ମଧ୍ୟରେ ୧୩ଟି ମେଗା ଜଳ ପ୍ରକଳ୍ପ ସହ କ୍ଷୁଦ୍ର ପ୍ରକଳ୍ପ ଚାଲୁ ରହିଛି। ଫଳରେ ଖରସ୍ରୋତାର ସ୍ରୋତ ଖରାଦିନେ କ୍ଷୀଣ ହେଉଛି। ପର୍ଯ୍ୟାପ୍ତ ପରିମାଣରେ ମଧୁର ଜଳ ମିଳୁ ନ ଥିବାରୁ ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇଛି। ଏପରିକି ମଧୁର ଜଳ ସନ୍ଧାନରେ ସରୀସୃପ, ବାରହା, ହରିଣ ଆଦି ବନ୍ୟ ପ୍ରାଣୀ ଗଁା ମୁହଁା ହୋଇଥିବା ବେଳେ ଭିତରକନିକାକୁ ଛାଡି କୁମ୍ଭୀର, କଇଁଛ, ଶିଶୁମାର ଆଦି କେନ୍ଦ୍ରାପଡ଼ା ଜିଲାକୁ ପଶି ଆସୁଛନ୍ତି। ଏହାବ୍ୟତୀତ ଜାତୀୟ ଉଦ୍ୟାନର ସୁରକ୍ଷା ପାଇଁ ଭିତରକନିକା ଇକୋ ସେନ୍ସିଟିଭ ଜୋନ ଅଛି। ଖରସ୍ରୋତା ନଦୀରୁ ଦୈନିକ ୧୪୨ ମିଲିୟନ ଲିଟର ଜଳ ଉଠାଇବା ପରେ ଭିତରକନିକାର ଜୈବ ବିବିଧତା ପ୍ରଭାବ ସମ୍ପର୍କରେ କୌଣସି ଅନୁଧ୍ୟାନ ହୋଇନାହିଁ। ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରବାଦର ପରିବେଶ ଓ ସାମାଜିକ ପ୍ରଭାବ ସମ୍ପର୍କରେ ରିପୋର୍ଟ ବ୍ୟବହାର କରାଯାଇଛି। ତେବେ ରିପୋର୍ଟ ପ୍ରସ୍ତୁତକର୍ତ୍ତା ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଡ. ଶଶୀଧର ଭିତରକନିକା ଜୈବ ବିବିଧତାକୁ ନେଇ ଅନୁଧ୍ୟାନ କରି ନ ଥିବା ଦର୍ଶାଇଛନ୍ତି। ସେହିପରି ଖରସ୍ରୋତା ନଦୀକୁ ଜଣେ ଲୋକ କିଣିବା, ସେହି ସ୍ଥାନରେ ସରକାରୀ ପ୍ରକଳ୍ପ ପାଇଁ ଅର୍ଥ ବିନିଯୋଗ କରିବା ଆଦି ତଥ୍ୟ ଦଲିଲରେ ଉପସ୍ଥାପିତ କରାଯାଇଛି। ସେହିପରି ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟାରେ ବହୁ ଅମେଳ ରହିଛି। ଆବଶ୍ୟକ ପାଣିଠାରୁ ବହୁ ଅଧିକ ପାଣି ଉଠାଇବା, ଜଳ ସଙ୍କଟ ଜିଲାରୁ ପାଣି ଉଠାଇବା ଆଦି ଦର୍ଶାଇ ଏନ୍‌ଜିଟିରେ ସେ ଦ୍ୱାରସ୍ଥ ହୋଇଥିବା କ୍ଷିତୀଶ ସୂଚନା ଦେଇଛନ୍ତି। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ୨ ବର୍ଷ ଧରି ଜନ ଆନ୍ଦୋଳନ ଚାଲିଛି। ଅପରପକ୍ଷେ ପାଣି ଉଠା ସ୍ଥାନ ବରୁଣାଡିହା ସମେତ ୩ ପଞ୍ଚାୟତରେ ସିଆରପିସି ଧାରା ୧୪୪ ଜାରି କରି ଜିଲା ପ୍ରଶାସନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?