ଯୁକ୍ତ୨ ପରୀକ୍ଷା ନେଇ ଆଜି ବସିବ ବୈଠକ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟ ସରକାର ଯୁକ୍ତ ୨ର ବାକି ପରୀକ୍ଷାଗୁଡିକ ବାତିଲ କରିଦେବା ନେଇ ସମ୍ଭାବନା ଅଧିକ ମାତ୍ରାରେ ଦେଖାଦେଇଛି। ସିବିଏସଇ ଓ ଆଇସିଏସଇ ପକ୍ଷରୁ ଯୁକ୍ତ ୨ ପରୀକ୍ଷା ବାତିଲ କରି ଦିଆଯାଇଥିବାରୁ ରାଜ୍ୟ ସରକାର ସମାନ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡୁଛି। ବିଶେଷ ସୂତ୍ରରୁ ମଧ୍ୟ ଏହି ନିଷ୍ପତ୍ତି ନିଆଯିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏନେଇ ସୋମବାର ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ ଏବଂ ସିଏଚଏସଇ ଅଧ୍ୟକ୍ଷଙ୍କ ମିଳିତ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟକୁ ଅନୁମୋଦନ ସକାଶେ ପଠାଇ ଦିଆଯିବ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ନିଷ୍ପତ୍ତି ହେବାପରେ ସବୁକିଛି ସ୍ପଷ୍ଟ କରିଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଯେଉଁସବୁ ବିଷୟର ପରୀକ୍ଷା ଯୁକ୍ତ୨ର ଶେଷ ହୋଇଯାଇଛି ସେଗୁଡିକର ମାର୍କିଂ କେଉଁ ଆଧାରରେ ହେବ ତାହା ମଧ୍ୟ ଚୁଡାନ୍ତ ହେବ। ରାଜ୍ୟର ପ୍ରାୟ ସାଢେ ୫ଲକ୍ଷ ଛାତ୍ରୀଛାତ୍ର ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଶେଷ ହୋଇଥିବା ବିଷୟଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇସାରିଛି। ଜୁଲାଇ ୨୫ ଭିତରେ ବିଜ୍ଞାନ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?