‘ଗଣମାଧ୍ୟମ ମୁହଁରେ କଳା ବୋଳିଲେ’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ଫେକ୍‌ ଭିଡିଓ ଭାଇରାଲ ନେଇ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେଇ ଜେରା କରିବା ପରେ ଟୁଇଟର ଯୁଦ୍ଧ ଜୋର ଧରିଛି। ଏହାକୁ ନିନ୍ଦାକରି ଓଡ଼ିଶା ଏବଂ ମହାରାଷ୍ଟ୍ର ପୋଲିସ ପାକିସ୍ତାନ ଭଳି ଆଇନକାନୁନ ନ ମାନି ସାମ୍ବାଦିକଙ୍କୁ ଉଠାଇନେଇ ଜେରା କରୁଥିବା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଟୁଇଟ୍‌ କରି ସମାଲୋଚନାର ଶିକାର ହେଉଛନ୍ତି। ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶକରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ପାକିସ୍ତାନରେ ବାକ୍‌ ସ୍ବାଧୀନତା ନାହିଁ। ହେଲେ ଓଡ଼ିଶାରେ ବାକ୍‌ ସ୍ବାଧୀନତାକୁ ସବୁବେଳେ ସମ୍ମାନ ଦିଆଯାଉଛି। ଓଡ଼ିଶାରେ ଏଭଳି ବ୍ୟବସ୍ଥା ଅଛି ବୋଲି ରାଜ୍ୟର ସବୁଠାରୁ କମ୍‌ ବୟସ୍କ ମହିଳା ଏମ୍‌ପିଙ୍କୁ ଦୁର୍ବ୍ୟବହାର ପରେ ସେଭଳି କିଛି ଘଟିନାହିଁ। ପାକିସ୍ତାନ ଭଳି ବ୍ୟବସ୍ଥା ଓଡ଼ିଶାରେ ଥିଲେ କେବେଠାରୁ ବେକ କାଟି ଦିଆଯାଇ ଥାଆନ୍ତା। ଭାଜପା ଶାସିତ ରାଜ୍ୟରେ କିଭଳି ହେଉଛି ବୈଜୟନ୍ତ ବାବୁ ତାହା ଦେଖୁଥିବେ। ବୈଜୟନ୍ତବାବୁଙ୍କ ମନ୍ତବ୍ୟରୁ ଯାହା ଜଣାପଡୁଛି ସେ ଅସହିଷ୍ଣୁ ହୋଇପଡିଛନ୍ତି। ଜଣେ ଖବରଦାତା ହେଲେ କ’ଣ ଓଡ଼ିଆ ଝିଅ ତଥା ଏମ୍‌ପିଙ୍କୁ ଦୁର୍ବ୍ୟବହାର କରିବାପରେ ତାଙ୍କୁ ଛାଡି ଦିଆଯିବ କି ବୋଲି ଦେବାଶିଷ ପ୍ରଶ୍ନ ଉଠାଇଛନ୍ତି। ବୈଜୟନ୍ତବାବୁଙ୍କ ମନ୍ତବ୍ୟ ସାରା ଗଣମାଧ୍ୟମ ଜଗତ ମୁହଁରେ କଳା ବୋଳି ଦେଇଛି। ଜଣେ ଖବରଦାତା ହୋଇ କିପରି ଏମିତି କରିପାରନ୍ତି ବୋଲି ଦେବାଶିଷ ପ୍ରଶ୍ନ ଉଠାଇଛନ୍ତି। ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବୈଜୟନ୍ତଙ୍କ ଟୁଇଟ୍‌ରେ କୌଣସି ଅପମାନସୂଚକ କଥା ନାହିଁ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଶାଳୀନତା ରକ୍ଷା କରିବା ଦରକାର। ଭଲରେ ଟୁଇଟ୍‌ ପଢିବା ପରେ ଯଦି କିଛି ଅପମାନ ସୂଚକ କଥା ଅଛି ତା’ପରେ ପ୍ରତିକ୍ରିୟା ରଖନ୍ତୁ ବୋଲି ପୃଥ୍ବୀରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri