ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ ପାଣି ଦ୍ୱାରା ଜଳସେଚିତ ଜିଲାର ଡୁଙ୍ଗୁୁରିପାଲି, ବିନିକା ବ୍ଲକରେ ଧାନ ଅମଳ ସରି ଆସିଥିବା ବେଳେ ବୀରମହାରାଜପୁର, ଉଲୁଣ୍ଡା, ସୋନପୁର ଓ ତରଭା ବ୍ଲକର ମାଳ ଜମିରେ ସଅଳ ଅମଳକ୍ଷମ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତେବେ ଜିଲାରେ ଏପର୍ଯ୍ୟନ୍ତ ସରକାରୀ ଭାବେ ମଣ୍ଡି ଖୋଲିନି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଚାଷୀ ପାଇଁ ଏବେ ଝିଅ ବାହାଘର, ପୁଅ ବ୍ରତଘର, ଶ୍ରମିକ ମଜୁରି ଓ ଅନ୍ୟାନ୍ୟ ଖର୍ଚ୍ଚ ସକାଶେ ଟଙ୍କାର ଆବଶ୍ୟକତା ରହିଛି । ଏହାର ସୁଯୋଗ ନେଇ ଏବେ ଗାଁ ଗାଁରେ ଅସାଧୁ ଧାନ ବ୍ୟବସାୟୀମାନେ ସକ୍ରିୟ ହୋଇ ପଡିଛନ୍ତି। ମିଲର୍ସମାନେ ଏଥିରେ ପ୍ରତ୍ୟକ୍ଷ ଭାବେ ସହାୟତା କରୁଛନ୍ତି। ଚାଷୀଙ୍କୁ ଟଙ୍କା ଆବଶ୍ୟକ ଥିବାରୁ ନିଜର କଷ୍ଟୋପାର୍ଜିତ ଧାନକୁ ଅଣ୍ଡର ରେଟ୍‌ରେ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଟ୍ରକ୍‌, ଟ୍ରାକ୍ଟର ଯୋଗେ ଧାନ ଚାଲାଣ ହେଉଛି। ଜିଲା ଓ ଜିଲା ବାହାର ମିଲର୍ସ କମ୍‌ ଦରରେ ଧାନ କିଣି ଗଚ୍ଛିତ ରଖୁଛନ୍ତି। ଏଥିଯୋଗୁଁ ଧାନର ଅଭାବୀ ବିକ୍ରି ଆଶଙ୍କା ଦେଖାଦେଇଛି। ଧାନ ପରିବହନ ସମୟରେ କୌଣସି କଟକଣା ନ ଥିବାରୁ ଏହା ଅସାଧୁ ବ୍ୟବସାୟୀଙ୍କୁ ବେଶ୍‌ ସୁହାଉଛି। ଏହି ଜିଲାରେ ଆସନ୍ତା ଡିସେମ୍ବର ୬ରୁ ଧାନ କ୍ରୟ ଆରମ୍ଭ କରିବାକୁ ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଖରିଫରେ ସୁବର୍ଣ୍ଣପୁର ଜିଲାରେ ପ୍ରାୟ ୭୬ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଜିଲାର ୬୭ ହଜାର ୫୩ ଚାଷୀ ଧାନ ବିକ୍ରି କରିବାକୁ ଧାନ କିଣାରେ ସାମିଲ ହୋଇଥିବା ୬୩ଟି ପାକ୍ସ ଓ ୪୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିକଟରେ ପଞ୍ଜୀକରଣ କରିଛନ୍ତି। ବଡ ଚାଷୀମାନେ ସରକାରୀ ମଣ୍ଡି ଖୋଲିବାକୁ ଅପେକ୍ଷା କରିଥିବା ବେଳେ କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଗତ ୨୦୨୨-୨୩ ରବି ଋତୁରେ ଏହି ଜିଲାରୁ ସରକାର ୨୩ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ସୁବର୍ଣ୍ଣପୁର ଜିଲାର ୫୦ ମିଲର୍ସ ୧୯ଲକ୍ଷ ୮୪ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିଥିଲା ବେଳେ ସମ୍ବଲପୁର ଜିଲାର ୧୫ ମିଲର୍ସ ବଳକା ଧାନ ନେଇଥିଲେ। ତଦନୁଯାୟୀ ନଭେମ୍ବର ୩୦ ତାରିଖ ସୁଦ୍ଧା ସୁବର୍ଣ୍ଣପୁର ଜିଲାରେ ୫୦ ମିଲର୍ସ ୯୯.୯୮% କଷ୍ଟମ ମିଲିଂ ଚାଉଳ ସରକାରଙ୍କୁ ପ୍ରଦାନ କରିଛନ୍ତି। ଧାର୍ଯ୍ୟ ସମୟ ସୁଦ୍ଧା ୪୯ ମିଲର୍ସ ଶତପ୍ରତିଶତ ଚାଉଳ ପ୍ରଦାନ କରିଥିବା ବେଳେ କେବଳ ଡୁଙ୍ଗୁରିପାଲି ବ୍ଲକର ଓଁ ଲୋକନାଥ ପେଡି ପୋସେସିଂ ୨୬୦୦କୁଇଣ୍ଟାଲ ଚାଉଳ ଦେବାକୁ ବାକି ଅଛି। ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ସରିଛି। ଆସନ୍ତା ୬ ତାରିଖରୁ ଜିଲାର ବିନିକା ଓ ଡୁଙ୍ଗୁୁରିପାଲି ବ୍ଲ୍ଳକର ମଣ୍ଡିଗୁଡିକରୁ ଧାନ ସଂଗ୍ରହ କରାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଜିଲା ଧାନ ସଂଗ୍ରହ କମିଟିର ବିଳମ୍ବିତ ଧାନ କିଣା ନିଷ୍ପତ୍ତି ଚାଷୀଙ୍କୁ କ୍ଷତି ପହଞ୍ଚାଇଛି। ଗରିବ ଚାଷୀ ଧାର ଉଧାର କରି ଚାଷ କରିଥିଲେ। ସେହି ଟଙ୍କା ଶୁଝିବାକୁ ଯାଇ ସେମାନେ କମ୍‌ ଦରରେ ଦଲାଲଙ୍କୁ ଧାନ ବିକ୍ରି କରୁଥିବା ସୁବର୍ଣ୍ଣପୁର ଜିଲା କୃଷକ ସଙ୍ଗଠନର ସଭାପତି ବୈକୁଣ୍ଠନାଥ ଶତପଥୀ ଓ ଭାଜପା କୃଷକ ମୋର୍ଚ୍ଚାର ଜିଲା ସଭାପତି ଶିବରାଜ ବେହେରା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?