ଭୁବନେଶ୍ୱର,୭।୧(ବ୍ୟୁରୋ): ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ପୁଣି ଖୋଲିବ। ବିଏମ୍ସି ଅତିରିକ୍ତ କମିଶନରଙ୍କ ସହ ଆଲୋଚନା ପରେ ଶୁକ୍ରବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ପ୍ରତିଶ୍ରୁତି ପରେ ମାର୍କେଟ ଖୋଲିବ।
ସୂଚନାନୁସାରେ, ଉଠା ଦୋକାନୀମାନଙ୍କୁ ଉଚ୍ଛେଦ ଦାବି ପୂରଣ ନ ହେବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଂଘ ଏହି ବନ୍ଦ ଡାକରା ଦେଇଥିଲେ। ଉଠା ଦୋକାନୀଙ୍କ ଯୋଗୁ ସମସ୍ୟା ସୃଷ୍ଟି ହେଉଥିବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଂଘ ଉଚ୍ଛେଦ ଦାବି କରିଥିଲେ। ଯେଉଁ କାରଣରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଥିଲା।