ଶିଳାନ୍ୟାସରେ ଅଟକିଛି ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ

ପୁରୀ ଅଫିସ,୬ା୫: ପୁରୀକୁ ରାଜ୍ୟ ସରକାର ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ତେବେ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସରିଥିଲେ ମଧ୍ୟ ନିର୍ମାଣ ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ସେହିଭଳି ଏକ ପ୍ରକଳ୍ପ ହେଉଛି ସାମୁଦ୍ରିକ ଆକ୍ୱାରିୟମ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପଗୁଡିକ ମଧ୍ୟରୁ ଏହା ଅନ୍ୟତମ। ତେବେ ଏହି ପ୍ରକଳ୍ପକୁ ଜିଲା ପ୍ରଶାସନ ଭୁଲିଗଲାଣି ବୋଲି ସାଧାରଣରେ ଆଲୋଚନା ହେଉଛି। ପୁରୀରେ ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ଜାଗାରେ ଦୁଇଥର ଶିଳାନ୍ୟାସ କରାଯାଇଥିଲା। ଇତିମଧ୍ୟରେ ଏହି ଶିଳାନ୍ୟାସକୁ ୧୩ ବର୍ଷ ବିତିଗଲାଣି। ହେଲେ ନା ଇଟା ଖଣ୍ଡେ ପଡ଼ିଛି ନା କାର୍ଯ୍ୟକୁ ନେଇ ପ୍ରଶାସନର କିଛି ତତ୍ପରତା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପ ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଥିବା ବେଳେ ସରକାରଙ୍କ ଆନ୍ତରିକତା ଅଭାବକୁ ସ୍ଥାନୀୟ ବାସିନ୍ଦା ଦାୟୀ କରିଛନ୍ତି।
ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମେ ୨୦୦୭ ଡିସେମ୍ବରରେ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିଲା। ଏହାପରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ପ୍ରକଳ୍ପ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଥିଲା। ୨୦୦୯ ଫେବୃୟାରୀ ୨୮ରେ ତତ୍କାଳୀନ ବିଧାୟକ ମହେଶ୍ୱର ମହାନ୍ତି ଏହାର ଶିଳାନ୍ୟାସ କରିଥିଲେ। ତେବେ ୨୦୦୮ରେ ଏହି ପ୍ରକଳ୍ପକୁ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଅର୍ବାନ ହାଟ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ୨୦୧୩ ଜାନୁୟାରୀ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ଫାଟକ ଲଗାଯାଇ ଉକ୍ତ ସ୍ଥାନ ଚାରିପଟେ ପାଚେରି ତିଆରି କରାଯାଇଥିଲା। ସେତେବେଳେ ଦୁଇଥର ଶିଳାନ୍ୟାସକୁ ନେଇ ସାଧାରଣରେ ଭିଭିନ୍ନ ଚର୍ଚ୍ଚା ହୋଇଥିବାବେଳେ ଏଯାବତ ଇଟା ଖଣ୍ଡେ ପଡ଼ିପାରିନାହିଁ।
୨. ୯ ଏକର ପରିମିତ ଜମି ଉପରେ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ଲାଗି ନିର୍ମାଣ ନିଷ୍ପତ୍ତି ହୋଇଥିଲା। ଅହମ୍ମଦାବାଦର ଏକ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯିବା ଓ ପବ୍ଲିକ- ପ୍ରାଇଭେଟ- ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ ଏହାକୁ କରାଯିବା ଲାଗି ସ୍ଥିର ହୋଇଥିଲା। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅର୍ବାନ ହାଟ ସମ୍ମୁଖରେ ସାମୁଦ୍ରିକ ଆକ୍ୱାରିୟମ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ପୌରସଂସ୍ଥା ସେଠାରେ ଡମ୍ପିଂୟାର୍ଡ ନିର୍ମାଣ କରିଦେଲା। ଫଳରେ ପୌରସଂସ୍ଥା ଓ ପର୍ଯ୍ୟଟନ ବିଭାଗର ବିବାଦରେ ଏହି ପ୍ରକଳ୍ପ ଛନ୍ଦି ହୋଇଗଲା। ଏଯାବତ ବିବାଦ ତୁଟି ନ ଥିବାବେଳେ ପାଚେରି ଭାଙ୍ଗି ନଷ୍ଟ ହୋଇଗଲାଣି। ଅନ୍ୟପଟେ ଗତ ସପ୍ତାହରେ ସାମୁଦ୍ରିକ ଆକ୍ୱାରିୟମ କାର୍ଯ୍ୟ ନେଇ ସମୀକ୍ଷା କରାଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ନେଇ କୌଣସି ସୂଚନା ମିଳିନାହିଁ। ଏ ନେଇ ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ଆକ୍ୱାରିୟମ ନିର୍ମାଣ ସଂକ୍ରାନ୍ତରେ କମିଟିରେ ୨ଥର ଓ ବିଧାନସଭାରେ ୩ଥର ଆଲୋଚନା କରିସାରିଛି। ତେବେ ଟେଣ୍ଡର ନେଇଥିବା କମ୍ପାନୀ କାର୍ଯ୍ୟ କରୁନାହିଁ। ତେଣୁ ତାକୁ ହଟାଇ ନୂତନ ଟେଣ୍ଡର ଡକାଯାଇ କାମ ଖୁବ୍‌ଶୀଘ୍ର ଆରମ୍ଭ କରାଯାଉ। ତେବେ ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ପୁରୀରେ ସାମୁଦ୍ରିକ ଆକ୍ୱାରିୟମ କରାଗଲେ ତାହା ପର୍ଯ୍ୟଟକଙ୍କ ପାଇଁ ବେଶ୍‌ ଆକର୍ଷଣ ପାଲଟିବ ବୋଲ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆକ୍ୱାରିୟମ ନିର୍ମାଣରେ କ’ଣ ସମସ୍ୟା ରହିଛି ସେ ନେଇ ତର୍ଜମା ଚାଲିଛି ବୋଲ ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଶିଳାନ୍ୟାସ ପରଠାରୁ ୫ ଜଣ ଜିଲାପାଳ ବଦଳି ଗଲେଣି। ମାତ୍ର କାମ ଆରମ୍ଭ ହୋଇପାରୁନାହିଁ। ଫଳରେ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ଅଜିତ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri