ଜୀବନର ମନ୍ତ୍ର

ବିପିନ ବିହାରୀ ରାଉତ

ଆଜିର ମଣିଷ ଏଭଳି ପରିସ୍ଥିତିରେ ପହଞ୍ଚିଲାଣି ଯେ ନିଜର ସମ୍ପତ୍ତି ବ୍ୟତୀତ ଅନ୍ୟର ସମ୍ପତ୍ତିକୁ ବି ନିଜର ମନେକରୁଛି। ଆଉ ତାକୁ ଉପଭୋଗ କରିବାକୁ ମଧ୍ୟ କୁଣ୍ଠା କରୁନାହିଁ। ଭୋଗର ଶେଷ ପରିଣତି ଯେ ଦୁଃଖ ତାହା ମଣିଷ ସହଜରେ ବୁଝେନା। ଆବଶ୍ୟକତାଠାରୁ ବହୁଅଧିକ ସଞ୍ଚୟକରିବା, କାରବାରଠାରୁ ଅତିଅଧିକ ଜମିକୁ ଦଖଲ କରିବା, ଚଳପ୍ରଚଳ କରିବାଠାରୁ ଖୁବ୍‌ ବେଶି ଘର ତିଆରି କରିବା ଆଦି ମଣିଷର ଗୋଟାଏ ନିଶାରେ ପରିଣତ ହୋଇଛି। ଅନ୍ୟମାନେ ଉପଯୁକ୍ତ ରୋଜଗାର କରି ଏପରି ସୌଖୀନରେ ରହୁଛନ୍ତି ତାଙ୍କୁ ଦେଖି କମ୍‌ ରୋଜଗାର କରୁଥିବା ଲୋକ ବି ସେହି ପଥର ଯାତ୍ରୀ ହେଉଛି; ଯାହାଫଳରେ ସୁଖ ମିଳିବା ପରିବର୍ତ୍ତେ ଦୁଃଖ ଭୋଗ କରୁଛି। ଆହୁରି ଅନେକେ ଅଛନ୍ତି, ଯେଉଁମାନେ ନିଜ ଜିନିଷକୁ କାରବାର ବା ବ୍ୟବହାର ନ କରି ଅନ୍ୟର ଜିନିଷରେ କାମ ଚଳାଇବାକୁ ଇଚ୍ଛା କରନ୍ତି; ଯାହାଫଳରେ ସମାଜରେ ସୃଷ୍ଟିହୁଏ ଅଭାବ। ଏ କଥା ବୁଝିବାକୁ ରାଜି ହୁଅନ୍ତି ନାହିଁ ଅନେକେ। ସେମାନେ ପ୍ରକାଶ କରନ୍ତି ଯେତିକି ମିଳିଛି ତାହା ଯଥେଷ୍ଟ ନୁହେଁ, ତେଣୁ ଆହୁରି ଆବଶ୍ୟକ। ନିଜ ପାଇଁ ସଂଗ୍ରହ କରୁଛେ। ତା’ ସହିତ ପରପିଢ଼ିଙ୍କ ପାଇଁ ବି ସଂଗ୍ରହ କରୁଛେ। ଥରେ ଭାବି ଦେଖିଲେ ଆମେ ଅଯଥାରେ ଯେତିକି ସଞ୍ଚୟ କରୁଛେ, ତାହା ବର୍ତ୍ତମାନ ଲୋକ ପାଇଲେ କେତେ ଆନନ୍ଦରେ ରହନ୍ତେ । ଆମେ ଭାବୁଛେ ନିଜେ କେବଳ ଆନନ୍ଦରେ ରହିଲେ ଆରାମ୍‌ରେ ରହିପାରିବା। ଏତିକି ବୁଝୁନେ ଅନ୍ୟର ଦୁଃଖ ମଧ୍ୟ ଆମ ପାଇଁ ଦୁଃଖର କାରଣ ହୋଇଯାଏ । ଥରୁଟିଏ ଉପବାସ ରହି ସେହି ଖାଦ୍ୟ କାହାକୁ ବି ଦାନ ଦେଲେ ଦେଖିବ କେତେ ଆନନ୍ଦ ମିଳିବ। ଥରୁଟିଏ ନିଜ ପାଇଁ ସାଇତି ଥିବା ଦ୍ରବ୍ୟକୁ ଅନ୍ୟକୁ ଅର୍ପଣ କରି ଦେଖ କେତେ ସୁଖ ମିଳୁଛି। ବାସ୍ତବରେ ତ୍ୟାଗ ଭିତରେ ଯେଉଁ ଆନନ୍ଦ ଥାଏ ତାହା ଭୋଗରେ ନ ଥାଏ।
ଟ୍ରେନ୍‌ ବା ବସ୍‌ରେ ଦୂର ଯାତ୍ରା କଲାବେଳେ ଦୁଇଜଣ ଅଚିହ୍ନା ବ୍ୟକ୍ତି ପାଖାପାଖି ବସିବାର ନଜିର ଅଛି। ଅତୀତରେ ସେପରି ବି ହେଉଥିଲା। ନିଜ ସମ୍ପର୍କୀୟ ଯେତିକି ବନ୍ଧୁବାନ୍ଧବ ଥିଲେ ଦୂର ତୀର୍ଥ ବା ଯାତ୍ରାରୁ ବହୁ ବନ୍ଧୁ ସୃଷ୍ଟି ହେଉଥିଲେ। ପରସ୍ପର ସହିତ ଭାବବିନିମୟ କରି ନୂଆ ବନ୍ଧୁଟିଏ ସୃଷ୍ଟିହେବା କଥା ଖୁବ୍‌ ଜଣାଶୁଣା। ଏହି ବନ୍ଧୁ ଖୁବ୍‌ ଆପଣାର ପାଲଟି ଯାଆନ୍ତି। ଭଲରେ ମନ୍ଦରେ ଠିଆ ହୁଅନ୍ତି। ଏମାନଙ୍କୁ କୁହାଯାଏ ସୂରୁଜବନ୍ଧୁ। ତେଣୁ ଅନେକ ପରିବାରରେ ଏବେ ବି ସୂରୁଜ ବନ୍ଧୁଙ୍କୁ ଲୋଡ଼ାଯାଏ । ଏପରି ବନ୍ଧୁ ସୃଷ୍ଟି ହେଉଥିଲା ପରସ୍ପରର ଭାବର ଆଦାନ ପ୍ରଦାନରୁ। ଏବେ କିନ୍ତୁ ଦୁଇ ଅପରିଚିତ ଏକାଠି ବସିଲେ ଦୀର୍ଘ ସମୟ ଧରି ପରସ୍ପର ସହିତ ଆଳାପ ଆଲୋଚନା ହେବାର ଦେଖାଯାଏନାହିଁ। କାହାର ଠିକଣା କେହି ରଖେନାହିଁ। ନିଜେ ନିଜେ କେବଳ ମୋବାଇଲ୍‌ରେ କଥା ହେବା, ଗେମ୍‌ ଖେଳିବା ବା ଅନ୍ୟ ଭାବନାରେ ମାତିଯିବାରେ ସମୟ ଅତିବାହିତ ହୋଇଯାଏ। ଯାହା ଫଳରେ ସୃଷ୍ଟିହୋଇପାରେନା ଆମତ୍ିୟତା ଭାବ। ପରସ୍ପର ସହିତ କଥା ହେଲେ ବା ଆଳାପ ଆଲୋଚନା କଲେ ନିଜର ଭାବକୁ ଅନ୍ୟକୁ ପ୍ରଦାନ କରି ଅନ୍ୟର ଭାବକୁ ଗ୍ରହଣ କଲେ ମନ ଫୂର୍ତ୍ତି ରହେ। ଚିନ୍ତାମୁକ୍ତ ହୁଏ। ହେଲେ ଆଜିର ମଣିଷ ଏମିତି ବସ୍ତୁବାଦରେ ମାତିଯାଇଛି ଯେ କାହାରି ସହିତ ଭଲରେ କଥାପଦେ ହେବାକୁ ପସନ୍ଦ କରୁନାହିଁ। ମୋବାଇଲ୍‌ରେ ବହୁ ପ୍ରକାର ସଙ୍ଗୀତ ବା କାର୍ଯ୍ୟକ୍ରମକୁ ଉପଭୋଗ କରୁଛି। ସେ ଭାବେ ଏଥିରେ ମାନସିକ ଶାନ୍ତି ମିଳେ, ହେଲେ ବାସ୍ତବରେ ଶାନ୍ତି ମିଳେନାହିଁ। ଗୀତ ସରିଗଲାପରେ ପୂର୍ବର ଚିନ୍ତା ପୁଣି ମାଡ଼ିଆସେ। ବନ୍ଧୁଟିଏ କରିଥିଲେ ତା’ ସହ ହସଖୁସି ହୋଇଥିଲେ ପରବର୍ତ୍ତୀ କ୍ଷଣରେ ସେହି ବନ୍ଧୁର ଚିନ୍ତା ଆସେ ଆଉ ମନ ହାଲୁକା ହୋଇଯାଏ। କେବଳ ସେତିକି ନୁହେଁ ଦୂରଯାତ୍ରା ସମୟରେ ଅପରିଚିତ ଜଣେ ନୀରବରେ ବସିରହିଥିବା ବେଳେ ଆମେ ବିଭିନ୍ନ ଜିନିଷ କିଣି କରି ଖାଇଥାଉ। ସେ ନୀରବରେ ବସିଥାଆନ୍ତି। ଥରେ କେବେ ପାଖରେ ବସିଥିବା ଲୋକଟିକୁ ବା ବଲବଲ କରି ଚାହିଁଥିବା ନିରୀହ ପିଲାଟିକୁ ନିଜ ଭାଗରୁ କିଛି ଦାନକର। ଦେଖିବ ତୁମ ଖାଇବାରେ ଯେତିକି ଆନନ୍ଦ ପାଉଛ, ଅନ୍ୟର ଖାଇବାରେ ତା’ଠାରୁ ଅଧିକ ଆନନ୍ଦ ପାଇବ।
ବ୍ୟକ୍ତିଗତ ସ୍ବାର୍ଥ ଅପେକ୍ଷା ବ୍ୟଷ୍ଟିଗତ ସ୍ବାର୍ଥକୁ ଆଖିରେ ରଖିଲେ ବହୁ ଆନନ୍ଦ ମିଳେ। ବନ୍ଧୁବାନ୍ଧବ ସୃଷ୍ଟିକରିବା ଉଚିତ କିନ୍ତୁ ଲୋକ ଠିକ୍‌ ନା ଭୁଲ୍‌ ନିଜର ହୃଦୟ ଭାବକୁ ବୁଝୁଥିବା ଲୋକ ଦେଖି ବନ୍ଧୁ ବାନ୍ଧିବା ଦରକାର। ଯଦି ନିଜର ସର୍ବସ୍ବ ଭୁଲି ବନ୍ଧୁଙ୍କ ସହିତ ସମ୍ପର୍କ ଜମେଇ ବସିଲେ ନିଜର ଜୀବନ ନଷ୍ଟ ହୋଇଯିବ। ତେବେ ଅନ୍ତତଃ ଶାନ୍ତି ଟିକିଏ ପାଇବାକୁ ଯାଇ ମଣିଷ ଅଶାନ୍ତିକୁ ଆବାହନ ନ କରୁ। ଏହା ହିଁ ଜୀବନ ଚଳଣିର ମୂଳ ମନ୍ତ୍ର।
ଶ୍ରୀବିହାର କଲୋନୀ, କଟକ
ମୋ :୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri