କରୋନା ନାମରେ ସହାୟତା ନେଇ ଲମ୍ବୋର୍ଗିନି ଗାଡି କିଣିଲେ ଏହି ବ୍ୟକ୍ତି

କରୋନା ସମୟରେ ଗରିବ ଏବଂ ବେରୋଜଗାର ସଂଖ୍ୟା ବଢ଼ିଯାଇଛି। ଅନେକ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ସମୟରେ ସରକାର ଗରିବ ଏବଂ ଶ୍ରମିକଙ୍କୁ ସହାୟତା କରୁଛନ୍ତି। ମାତ୍ର ଆମେରିକାରେ ରହୁଥିବା ଡେଭିଡ୍‌ ଟି ହାଇନ୍ସ ନାମକ ଜଣେ ବ୍ୟକ୍ତି କରୋନା ନାମରେ ସରକାରଙ୍କଠାରୁ ସହାୟତା ନେଇ ଉକ୍ତ ଟଙ୍କାରେ ଏକ ଲମ୍ବୋର୍ଗିନି ଗାଡି କିଣି ବୁଲୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଡେଭିଡ୍‌ ୧୩.୪ ମିଲିୟନ୍‌ ଡଲାର ‘ପେ ଚେକ୍‌ ପ୍ରୋଟେକ୍ସନ୍‌ ପ୍ରୋଗ୍ରାମ୍‌’ ପିପିପି ଲୋନ୍‌ ପାଇଁ ଆପ୍ଲାଏ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଛୋଟ ବ୍ୟବସାୟୀଙ୍କୁ ସହଯୋଗ କରିବା। କମ୍ପାନୀଗୁଡିକର ବେତନ ଖର୍ଚ୍ଚ ବିଷୟରେ ସେମାନେ ମିଥ୍ୟା ବିଭ୍ରାନ୍ତକର ସୂଚନା ଦେଇ ପ୍ରାୟ ୪ ମିଲିୟନ୍‌ ଡଲାର (୨୯ କୋଟିରୁ ଅଧିକ) ଲୋନ୍‌ ନେଇଥିଲେ। ଏହି ଟଙ୍କା ମିଳିବାର କିଛି ଦିନ ପରେ ଡେଭିଡ୍‌ ୩୧୮,୦୦୦ ଡଲାର ଦେଇ ଏକ ଲେମ୍ବୋର୍ଗିନୀ ଗାଡି କିଣିଥିଲେ।
ବ୍ୟାଙ୍କ ଅଫ୍‌ ଆମେରିକା ଡେଭିଡ୍‌ଙ୍କୁ ୩ ପିପିପି ଆପ୍ଲିକେଶନକୁ ଅନୁମୋଦନ କରିଥିଲେ। ପ୍ରତି ଆବେଦନରେ ସେ ୭୦ କର୍ମଚାରୀଙ୍କ ବିଷୟରେ ସୂଚନା ଦେବା ସହ ୪ ମିଲିୟନ୍‌ ଡଲାର ତାଙ୍କର ମାସିକ ଖର୍ଚ୍ଚ ବୋଲି ସେ ଜଣାଇଥିଲେ। ମାତ୍ର ଏବେ ସତକଥା ଜଣାପଡ଼ିବା ପରେ ହେଭିଡ୍‌ଙ୍କୁ ଗିରଫ କରାଯାଇଛି। ଲୋନ ଦେଉଥିବା ସଂସ୍ଥାକୁ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କ ଗାଡି ଏବଂ ବ୍ୟାଙ୍କ୍‌ରେ ଥିବା ୩.୪ ମିଲିୟନ୍‌ ଟଙ୍କାକୁ ସିଜ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୯୨୭ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

ଦେବଗଡ,୧ା୪(ଡି.ଏନ.ଏ.): ଦେବଗଡ ଜିଲାର ୩ ବ୍ଲକର ୫୭ ପଞ୍ଚାୟତ ଓ ପୌରାଞ୍ଚଳରେ ଗରିବ, ଅସହାୟ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି।...

ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ...

କାନରେ କେତେ ବଡ଼ କଣା

ଟାଟୁକୁ ନେଇ ଲୋକଙ୍କ ଭିତରେ ବଢୁଥିବା ପାଗଳପଣର ନଜିର ବହୁତ ଦେଖିବାକୁ ମିଳୁଛି। ତା’ସହ ବଡି ମୋଡିଫିକେଶନ କରାଉଥିବା ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି।...

କରୋନା ଠାରୁ ଦୂରେଇ ରଖିବ କୋଭିଡ୍‌ ଛତା

କରୋନା ସଂକ୍ରମଣଠାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ନିମନ୍ତେ ଲୋକେ ଅନେକ ପ୍ରକାରର ଶୈଳୀ ଆପଣାଉଛନ୍ତି। ଏପରିକି ଲୋକେ ପରିବାକୁ ସାବୁନରେ ଧୋଇବାକୁ ମଧ୍ୟ ପଛାଉ...

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ...

ପାଠ ପଢ଼େଇବାର ଅଭିନବ ତରିକା

ଭେରୋନିକା ଡକ୍‌! ସେ ବିଜ୍ଞାନ, ଇଂଲିଶ ଏବଂ ସ୍ପାନିଶ ଭାଷାର ଶିକ୍ଷୟିତ୍ରୀ। ତେବେ ସେ ଏମିତି ଜଣେ ମହିଳା ଯିଏ ଚାହାନ୍ତି ତାଙ୍କର ଛାତ୍ରୀଛାତ୍ରମାନେ ଭଲଭାବରେ...

ନମ୍ବର ପ୍ଲେଟ୍‌ ଦାମ୍‌ ୭୦ କୋଟି

ଦୁବାଇ,୨୫।୪ : କାର୍‌ ନମ୍ବର ପ୍ଲେଟ୍‌ର ଦାମ୍‌ ୭୦ କୋଟି ଟଙ୍କା। ଏହା ବିଶ୍ୱର ତୃତୀୟ ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌ ବୋଲି କୁହାଯାଉଛି। ଏଏ୮...

ଔଷଧ ବିତରକଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ହସ୍ପିଟାଲଗୁଡିକୁ ଔଷଧ ଏବଂ ମେଡିକାଲ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଔଷଧ ଯୋଗାଇଲେ...

Advertisement
Archives

Model This Week