କରୋନା ନାମରେ ସହାୟତା ନେଇ ଲମ୍ବୋର୍ଗିନି ଗାଡି କିଣିଲେ ଏହି ବ୍ୟକ୍ତି

କରୋନା ସମୟରେ ଗରିବ ଏବଂ ବେରୋଜଗାର ସଂଖ୍ୟା ବଢ଼ିଯାଇଛି। ଅନେକ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ସମୟରେ ସରକାର ଗରିବ ଏବଂ ଶ୍ରମିକଙ୍କୁ ସହାୟତା କରୁଛନ୍ତି। ମାତ୍ର ଆମେରିକାରେ ରହୁଥିବା ଡେଭିଡ୍‌ ଟି ହାଇନ୍ସ ନାମକ ଜଣେ ବ୍ୟକ୍ତି କରୋନା ନାମରେ ସରକାରଙ୍କଠାରୁ ସହାୟତା ନେଇ ଉକ୍ତ ଟଙ୍କାରେ ଏକ ଲମ୍ବୋର୍ଗିନି ଗାଡି କିଣି ବୁଲୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଡେଭିଡ୍‌ ୧୩.୪ ମିଲିୟନ୍‌ ଡଲାର ‘ପେ ଚେକ୍‌ ପ୍ରୋଟେକ୍ସନ୍‌ ପ୍ରୋଗ୍ରାମ୍‌’ ପିପିପି ଲୋନ୍‌ ପାଇଁ ଆପ୍ଲାଏ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଛୋଟ ବ୍ୟବସାୟୀଙ୍କୁ ସହଯୋଗ କରିବା। କମ୍ପାନୀଗୁଡିକର ବେତନ ଖର୍ଚ୍ଚ ବିଷୟରେ ସେମାନେ ମିଥ୍ୟା ବିଭ୍ରାନ୍ତକର ସୂଚନା ଦେଇ ପ୍ରାୟ ୪ ମିଲିୟନ୍‌ ଡଲାର (୨୯ କୋଟିରୁ ଅଧିକ) ଲୋନ୍‌ ନେଇଥିଲେ। ଏହି ଟଙ୍କା ମିଳିବାର କିଛି ଦିନ ପରେ ଡେଭିଡ୍‌ ୩୧୮,୦୦୦ ଡଲାର ଦେଇ ଏକ ଲେମ୍ବୋର୍ଗିନୀ ଗାଡି କିଣିଥିଲେ।
ବ୍ୟାଙ୍କ ଅଫ୍‌ ଆମେରିକା ଡେଭିଡ୍‌ଙ୍କୁ ୩ ପିପିପି ଆପ୍ଲିକେଶନକୁ ଅନୁମୋଦନ କରିଥିଲେ। ପ୍ରତି ଆବେଦନରେ ସେ ୭୦ କର୍ମଚାରୀଙ୍କ ବିଷୟରେ ସୂଚନା ଦେବା ସହ ୪ ମିଲିୟନ୍‌ ଡଲାର ତାଙ୍କର ମାସିକ ଖର୍ଚ୍ଚ ବୋଲି ସେ ଜଣାଇଥିଲେ। ମାତ୍ର ଏବେ ସତକଥା ଜଣାପଡ଼ିବା ପରେ ହେଭିଡ୍‌ଙ୍କୁ ଗିରଫ କରାଯାଇଛି। ଲୋନ ଦେଉଥିବା ସଂସ୍ଥାକୁ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କ ଗାଡି ଏବଂ ବ୍ୟାଙ୍କ୍‌ରେ ଥିବା ୩.୪ ମିଲିୟନ୍‌ ଟଙ୍କାକୁ ସିଜ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?