Posted inଖେଳ

ରାଫାଲ ଭାରତରେ ପହଞ୍ଚିବା ପରେ ପଡ଼ୋଶୀ ଦେଶରେ ଆସିଲା ୮.୫ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ,୨୯।୭: ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ବୁଧବାର ଭାରତରେ ପହଞ୍ଚିଛି। ପ୍ରାୟ ୭ ହଜାର କିମି ପାର୍‌ହୋଇ ଅମ୍ବାଲା ବାୟୁସେନା ଘାଟିରେ ଏହି ଶକ୍ତିଶାଳୀ ଯୁଦ୍ଧବିମାନଗୁଡିକ ପହଞ୍ଚିଛି। ରାଫାଲ ଭାରତରେ ପହଞ୍ଚିବା ପରେ ପଡୋଶୀ ଦେଶରେ ଭୂକମ୍ପ ସୃଷ୍ଟି ହୋଇଛି ବୋଲି ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ଟୁଇଟ୍‌ କରି କହିଛନ୍ତି। ତାଙ୍କ ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ କହିଛନ୍ତି ରାଫାଲ ପହଞ୍ଚିବା ପରେ ପଡୋଶୀ ଦେଶରେ ୮.୫ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଛି। କାହାର ମୃତ୍ୟୁ ହୋଇନାହିଁ। ଏହାଦ୍ୱାରା ଭାରତର ଆହୁରି ଶକ୍ତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଅନ୍ୟତମ କ୍ରିକେଟର ଶିଖଣ ଧାଓ୍ବନ ରାଫାଲକୁ ସ୍ବାଗ୍‌ତ କରିଛନ୍ତି। ସୂଚନାଯୋଗ୍ୟ, ରାଫାଲ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବିମାନ। ୫୯ ହଜାର କୋଟି ଟଙ୍କାରେ ଭାରତ ଫ୍ରାନ୍ସଠାରୁ ୩୬ଟି ରାଫାଲ ବିମାନ କିଣିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅତିରିକ୍ତ ୭୫ ଲକ୍ଷ ଟଙ୍କା ସହାୟତା ଦେଲା ହକି ଇଣ୍ଡିଆ; ଅନିର୍ବାଣ ଲାହିରୀ ଦେଲେ ୭ଲକ୍ଷ

ନୂଆଦିଲ୍ଲୀ, ୪/୪: କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ହକି ଇଣ୍ଡିଆ ପୁଣି ଥରେ ସହାୟତା ର ହାତ ବଢ଼ାଇଛି। ହକି ଇଣ୍ଡିଆ ଶନିବାର ଆଉ ୭୫...

ଅଶ୍ୱିନଙ୍କଠାରୁ ଅଲଗା ହୋଇପାରେ କିଙ୍ଗ୍ସ ଏକାଦଶ ପଞ୍ଜାବ

ଚଣ୍ଡିଗଡ଼,୨୬।୮: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଣ୍ଟିଗୁଆ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିବାବେଳେ ଇଣ୍ଡିଆନ ପ୍ରିମିୟର...

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ କିଏ ମାରିବ ବାଜି: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍‌ କଲେ ଭବିଷ୍ୟବାଣୀ

ଭାରତୀୟ ଦଳ ଆସନ୍ତା ମାସରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ...

ରକ୍ତଦାନ କରିବାକୁ ଶରୀରରେ ଗୋଟିଏ ବି ଟାଟୁ କରି ନାହାନ୍ତି ଏହି ଶ୍ରେଷ୍ଠ ଫୁଟବଲ ଖେଳାଳି, ନିଜେ ଜଣେ ବୋନ୍‌ ମ୍ୟାରୋ ଡୋନର୍‌

ପ୍ରାୟତଃ ଖେଳାଳିମାନେ ନିଜ ହେୟାରଷ୍ଟାଇଲ୍‌, ବିଳାସପୂର୍ଣ୍ଣ କାର୍‌, ପୋଷାକ ସାଙ୍ଗକୁ ଶରୀରରେ ବିଭିନ୍ନ ପ୍ରକାର ଟାଟୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି...

ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ପ୍ରିଟୋରିୟସ

ଲକ୍ଷ୍ନୌ,୬ା୧୦: ଆଘାତପ୍ରାପ୍ତ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଡ୍ବେନ୍‌ ପ୍ରିଟୋରିୟସ ଭାରତ ବିପକ୍ଷ ଚଳିତ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ସହ ଆସନ୍ତା ଟି୨୦ ବିଶ୍ୱକପ୍‌ରୁ ବାଦ୍‌...

କିଙ୍ଗ୍‌ କୋହଲିଙ୍କୁ ମାଇଲ୍‌ ପଛରେ ଛାଡ଼ିଲେ ବାବର

ବର୍ମିଂହାମ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ ବିଫଳ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ମଙ୍ଗଳବାର ଖେଳିଛନ୍ତି କ୍ୟାରିୟରର ଶ୍ରେଷ୍ଠ ଇନିଂସ।...

ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି

ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି...

ତାମିଲନାଡୁ ଜିତିଲା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି

ଅହମ୍ମଦାବାଦ୍‌,୨।୧: ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡୁ ଚଳିତ ଥର ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ହାତେଇଛି। ଅହମ୍ମଦାବାଦଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ତାମିଲନାଡୁ ୭...

Advertisement
Archives

Model This Week