ମେଜର ପୋର୍ଟ ଅଥରିଟିଜ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌

ନୂଆଦିଲ୍ଲୀ: ମେଜର ପୋର୍ଟ ଅଥରିଟିଜ ବିଲ୍‌ ୨୦୨୦କୁ ବୁଧବାର ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ବନ୍ଦର ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବୀୟ ଏହି ବିଲ୍‌କୁ ରାଜ୍ୟ ସଭାରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌କୁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଠାଯିବ। ଏହାଦ୍ୱାରା ବନ୍ଦର ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିବା ଦିଗରେ ସରକାର ବିଭିନ୍ନ ଯୋଜନା ହାତକୁ ନେବେ ବୋଲି ଜଣାପଡ଼ିଛି। ଉକ୍ତ ବିଲ୍‌ରେ ନିଷ୍ପତ୍ତି ନେବା କ୍ଷମତାର ବିକେନ୍ଦ୍ରୀକରଣ ଏବଂ ବନ୍ଦର କ୍ଷେତ୍ରରେ ପ୍ରଫେସନାଲିଜମ ଏବଂ ଦକ୍ଷତା ବୃଦ୍ଧି ଉପରେ ଫୋକସ କରାଯାଇଛି। ଅଂଶୀଦାରଙ୍କ ଲାଗି ତ୍ୱରିତ ନିଷ୍ପତ୍ତି ବ୍ୟବସ୍ଥା ଏବଂ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ବୟନ ଦିଗରେ ମଧ୍ୟ ଏଥିରେ ଧ୍ୟାନ ରଖାଯାଇଛି।
ସେହିଭଳି ପୋର୍ଟଗୁଡ଼ିକରେ ଗ୍ଲୋବାଲ ପ୍ରାକ୍ଟିସ, ପ୍ରମୁଖ ବନ୍ଦରଗୁଡ଼ିକରେ ସ୍ବଚ୍ଛତା, କାର୍ଯ୍ୟଦକ୍ଷତା ବୃଦ୍ଧି, ଆନୁଷ୍ଠାନିକ ବିଧି ବ୍ୟବସ୍ଥାର ଆଧୁନିକୀକରଣ ଭଳି ପ୍ରମୁଖ ଦିଗଗୁଡ଼ିକୁ ଉକ୍ତ ବିଲ୍‌ରେ ଗୁରୁତ୍ୱାରୋପ କରାଯାଇଛି। ପୂର୍ବ ତୁଳନାରେ ନୂଆ ବିଲ୍‌କୁ ଅଧିକ ବ୍ୟବସ୍ଥିତ କରାଯାଇଛି। ଏଥିରେ ୧୩୪ ପରିବର୍ତ୍ତେ ୭୬ ସେକ୍ସନ ରହିଛି। ବନ୍ଦର କର୍ତ୍ତୃପକ୍ଷ ବୋର୍ଡକୁ ସରଳୀକରଣ କରିବା ଲାଗି ଏଥିରେ ପ୍ରସ୍ତାବ ଦିଆଯାଇଛି। ବୋର୍ଡରେ ୧୧ରୁ ୧୩ ସଦସ୍ୟ ରହିପାରିବେ। ଏହାବାଦ୍‌ ଏଥିରେ ପ୍ରଫେଶନାଲ ଏବଂ ସ୍ବାଧୀନ ସଦସ୍ୟ ଏବଂ ସରକାରଙ୍କ ନୋମିନି ମଧ୍ୟ ରହିବେ। ପ୍ରମୁଖ ବନ୍ଦରଗୁଡିକରେ ଟାରିଫ ଅଥରିଟିଙ୍କ ଭୂମିକାରେ ମଧ୍ୟ ପରିବର୍ତ୍ତନ କରାଯିବ। ବନ୍ଦର କର୍ତ୍ତୃପକ୍ଷ ବର୍ତ୍ତମାନ ଟାରିଫ ନିର୍ଦ୍ଧାରଣ କରିବାକୁ ସକ୍ଷମ ହେବେ। ପିପିପି ଅପରେଟରଙ୍କୁ ମଧ୍ୟ ଟାରିଫ ନିର୍ଦ୍ଧାରଣ କରିବାର ଅନୁମତି ମିଳିବ। ଏଭଳି ଅନ୍ୟ ପ୍ରସ୍ତାବ ଏହି ବିଲ୍‌ରେ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri