ମେଜର ପୋର୍ଟ ଅଥରିଟିଜ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌

ନୂଆଦିଲ୍ଲୀ: ମେଜର ପୋର୍ଟ ଅଥରିଟିଜ ବିଲ୍‌ ୨୦୨୦କୁ ବୁଧବାର ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ବନ୍ଦର ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବୀୟ ଏହି ବିଲ୍‌କୁ ରାଜ୍ୟ ସଭାରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌କୁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଠାଯିବ। ଏହାଦ୍ୱାରା ବନ୍ଦର ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିବା ଦିଗରେ ସରକାର ବିଭିନ୍ନ ଯୋଜନା ହାତକୁ ନେବେ ବୋଲି ଜଣାପଡ଼ିଛି। ଉକ୍ତ ବିଲ୍‌ରେ ନିଷ୍ପତ୍ତି ନେବା କ୍ଷମତାର ବିକେନ୍ଦ୍ରୀକରଣ ଏବଂ ବନ୍ଦର କ୍ଷେତ୍ରରେ ପ୍ରଫେସନାଲିଜମ ଏବଂ ଦକ୍ଷତା ବୃଦ୍ଧି ଉପରେ ଫୋକସ କରାଯାଇଛି। ଅଂଶୀଦାରଙ୍କ ଲାଗି ତ୍ୱରିତ ନିଷ୍ପତ୍ତି ବ୍ୟବସ୍ଥା ଏବଂ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ବୟନ ଦିଗରେ ମଧ୍ୟ ଏଥିରେ ଧ୍ୟାନ ରଖାଯାଇଛି।
ସେହିଭଳି ପୋର୍ଟଗୁଡ଼ିକରେ ଗ୍ଲୋବାଲ ପ୍ରାକ୍ଟିସ, ପ୍ରମୁଖ ବନ୍ଦରଗୁଡ଼ିକରେ ସ୍ବଚ୍ଛତା, କାର୍ଯ୍ୟଦକ୍ଷତା ବୃଦ୍ଧି, ଆନୁଷ୍ଠାନିକ ବିଧି ବ୍ୟବସ୍ଥାର ଆଧୁନିକୀକରଣ ଭଳି ପ୍ରମୁଖ ଦିଗଗୁଡ଼ିକୁ ଉକ୍ତ ବିଲ୍‌ରେ ଗୁରୁତ୍ୱାରୋପ କରାଯାଇଛି। ପୂର୍ବ ତୁଳନାରେ ନୂଆ ବିଲ୍‌କୁ ଅଧିକ ବ୍ୟବସ୍ଥିତ କରାଯାଇଛି। ଏଥିରେ ୧୩୪ ପରିବର୍ତ୍ତେ ୭୬ ସେକ୍ସନ ରହିଛି। ବନ୍ଦର କର୍ତ୍ତୃପକ୍ଷ ବୋର୍ଡକୁ ସରଳୀକରଣ କରିବା ଲାଗି ଏଥିରେ ପ୍ରସ୍ତାବ ଦିଆଯାଇଛି। ବୋର୍ଡରେ ୧୧ରୁ ୧୩ ସଦସ୍ୟ ରହିପାରିବେ। ଏହାବାଦ୍‌ ଏଥିରେ ପ୍ରଫେଶନାଲ ଏବଂ ସ୍ବାଧୀନ ସଦସ୍ୟ ଏବଂ ସରକାରଙ୍କ ନୋମିନି ମଧ୍ୟ ରହିବେ। ପ୍ରମୁଖ ବନ୍ଦରଗୁଡିକରେ ଟାରିଫ ଅଥରିଟିଙ୍କ ଭୂମିକାରେ ମଧ୍ୟ ପରିବର୍ତ୍ତନ କରାଯିବ। ବନ୍ଦର କର୍ତ୍ତୃପକ୍ଷ ବର୍ତ୍ତମାନ ଟାରିଫ ନିର୍ଦ୍ଧାରଣ କରିବାକୁ ସକ୍ଷମ ହେବେ। ପିପିପି ଅପରେଟରଙ୍କୁ ମଧ୍ୟ ଟାରିଫ ନିର୍ଦ୍ଧାରଣ କରିବାର ଅନୁମତି ମିଳିବ। ଏଭଳି ଅନ୍ୟ ପ୍ରସ୍ତାବ ଏହି ବିଲ୍‌ରେ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: ନୀଟ୍-ୟୁଜି (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି।…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri