ବିସ୍ଫୋରଣ ସମୟରେ କ୍ୱିଭ୍‌ ମୁଖ୍ୟ ଛକରେ ଘଟିଲା ଏମିତି, ଯାହା କଳ୍ପନା କରିବା ଅସମ୍ଭବ

କ୍ୱିଭ୍‌,୧୦ା୩: ୟୁକ୍ରେନର ରାଜଧାନୀ କ୍ୱିଭ୍‌ ସୀମାରେ ଘମାଘୋଟ ଯୁଦ୍ଧ ଚାଲିଛି। ରୁଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ବୋମାମାଡ଼ କରୁଛି। ଏହା ମଧ୍ୟରେ ବୁଧବାର କ୍ୱିଭ୍‌ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କଳ୍ପନା କରାଯାଇପାରିବ ନାହିଁ। କ୍ୱିଭ୍‌ର ମୁଖ୍ୟ ରାସ୍ତାରେ ଶାନ୍ତି ପାଇଁ ଏକ ଅର୍କେଷ୍ଟ୍ରାର ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଏହି ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ଉଚିତ୍‌। ଏଥିରେ କ୍ୱିଭ୍‌ କ୍ଲାସିକ ଅର୍କେଷ୍ଟ୍ରାର ଦଳ କେବଳ ଲୋକଙ୍କୁ ଉତ୍ସାହିତ କରିବାର କାର୍ଯ୍ୟ କରିନାହାନ୍ତି ବରଂ ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାରେ ସାହାଯ୍ୟ କରିବାକୁ ବିଶ୍ୱକୁ ନିବେଦନ କରିଛନ୍ତି। ଏହି ଦଳର ନେତୃତ୍ୱ ନେଇଥିଲେ ହରମାନ ମାକ୍ରୋଙ୍କୋ।

ଏହି ଅର୍କେଷ୍ଟ୍ରା ଯେତେବେଳେ ଆୟୋଜିତ ହୋଇଥିଲା ସେତେବେଳେ ୟୁକ୍ରେନର ବିଭିନ୍ନ ସହରର ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଦୌଡୁଥିଲେ। ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ବୁଧବାର ୟୁକ୍ରେନର ବିଭିନ୍ନ ସହରରୁ ପ୍ରାୟ ୩୫,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏପରି ପରିସ୍ଥିତିରେ, ଏହି ଅର୍କେଷ୍ଟ୍ରାର ସଂଗଠନ ପ୍ରଶଂସା ପାଇବାକୁ ଯୋଗ୍ୟ।

ଏହି ଅର୍କେଷ୍ଟ୍ରା ଦ୍ୱାରା ବଜାଯାଇଥିବା ଗୀତଗୁଡ଼ିକ ଶୁଣୁଥିବା ଲୋକମାନେ ଅଳ୍ପ ଥିଲେ, କିନ୍ତୁ ଯେଉଁମାନେ ଏହାକୁ ଶୁଣୁଥିଲେ ସେମାନେ ଏଠାରେ ଉପସ୍ଥିତ ଥିଲେ। ୟୁକ୍ରେନରେ ରୁଷିଆର ବିସ୍ଫୋରଣକୁ ଏଡ଼ାଇବା ପାଇଁ ଅନେକ ଲୋକ ଆଶ୍ରୟସ୍ଥଳ ଏବଂ ତଳ ମହଲାରେ ଆଶ୍ରୟ ନେଇଛନ୍ତି। କିନ୍ତୁ ଲୋକମାନେ ଏହି ଅର୍କେଷ୍ଟ୍ରାକୁ ଶୁଣିବା ପାଇଁ ବାହାରକୁ ଚାଲିଆସିଥିଲେ। ମାକ୍ରୋଙ୍କୋ କହିଛନ୍ତି, ଏହା ମାଧ୍ୟମରେ ସେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି।

ମାକ୍ରୋଙ୍କୋ କହିଛନ୍ତି, ଜେଲେନସ୍କି ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ସମଗ୍ର ବିଶ୍ୱର ସମସ୍ତ ପ୍ରମୁଖ ଦେଶର ରାଜ୍ୟ ମୁଖ୍ୟମାନଙ୍କୁ ଡାକିଥିଲେ ଏବଂ ଏହାକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ। ଜେଲେନସ୍କି କ୍ରମାଗତ ଭାବରେ ଏହି ବିଷୟରେ ବିଶ୍ୱ ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସେ କହିଛନ୍ତି, ରୁଷିଆ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି। ୟୁକ୍ରେନରେ ଘଟୁଥିବା ଅମାନବୀୟ ଅପରାଧକୁ ବନ୍ଦ କରିବା ଉଚିତ ବୋଲି ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri