Posted inଖେଳ

ପଦକ ବିଜେତା ଚିହ୍ନଟ ମୂଳ ଲକ୍ଷ୍ୟ: ହିଲିଏର

ଭୁବନେଶ୍ୱର,୨୧।୮(ସ୍ପୋଟର୍‌ସ ବ୍ୟୁରୋ): ପ୍ରତିଭା ଚିହ୍ନଟ ଓ ବିକାଶରେ ସ୍ଥାନୀୟ ରିଲାଏନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି) ଦୃଷ୍ଟାନ୍ତମୂଳକ ଭୂମିକା ଗ୍ରହଣ କରିଛି। ଏକ ବର୍ଷରୁ କମ୍‌ ସମୟ ମଧ୍ୟରେ ଏହି ଏଚ୍‌ପିସି ତା’ର କାର୍ଯ୍ୟ ଆରମ୍ଭ କରିଛି ଓ ଉତ୍ସାହଜନକ ଫଳ ମଧ୍ୟ ପାଇଛି। ଏଠାରେ ପ୍ରଶିକ୍ଷଣ ନେଇଥିବା ଆଥଲେଟ୍‌ମାନେ ଜାତୀୟସ୍ତର ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୨୦୧୯ ନଭେମ୍ବରରେ ବିଜୟଓ୍ବାଡ଼ାରେ ଅନୁଷ୍ଠିତ ଜୁନିୟର ଜାତୀୟ ଚାମ୍ପିୟନଶିପ୍‌ରେ ଖେଳାଳିମାନେ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ସେହିପରି ଏହାର ଗୋଟିଏ ମାସ ପରେ କଟକରେ ଅନୁଷ୍ଠିତ ଓଡ଼ିଶା ଷ୍ଟେଟ୍‌ ଚାମ୍ପିୟନଶିପ୍‌ରେ ଆଥଲେଟମାନେ ୧୦ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୭ ବ୍ରୋଞ୍ଜ୍‌ ପଦକ ସହ ମୋଟ୍‌ ୨୫ ପଦକ ହାସଲ କରିଥିଲେ। ସେହିପରି ୨୦୨୦ ଜାନୁୟାରୀରେ ମୁମ୍ବାଇରେ ଅନୁଷ୍ଠିତ ରିଲାଏନ୍ସ ଫାଉଣ୍ଡେଶନ ୟୁଥ ସ୍ପୋଟର୍‌ସ (ଆଇଏଫ୍‌ଓ୍ବାଇଏସ୍‌) ଜାତୀୟ ଚାମ୍ପିୟନଶିପ୍‌ରେ ଏଚ୍‌ପିସିର ଏହି ଖେଳାଳିମାନେ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୬ ବ୍ରୋଞ୍ଜ୍‌ ପଦକ ସହ ୧୩ ପଦକ ହାସଲ କରିଥିଲେ।
ରିଲାଏନ୍ସ ଫାଉଣ୍ଡେଶନ ଓ ଓଡ଼ିଶା ସରକାରଙ୍କ ଉଦ୍ୟମ ରୂପେ ଏହି ଏଚ୍‌ପିସି ସ୍ଥାପନ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଘରୋଇ ଆଥଲେଟ ସୃଷ୍ଟି କରିବା ଲକ୍ଷ୍ୟରେ ୨୦୧୮ରେ ଏହି ଦୁଇ ପକ୍ଷ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ୨୦୨୬ ୟୁଥ ଅଲିମ୍ପିକ୍ସ ଓ ୨୦୩୨ ଅଲିମ୍ପିକ୍ସରେ ପଦକ ବିଜେତା ସୃଷ୍ଟି କରିବା ଏଚ୍‌ପିସିର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ କୋଚ୍‌ ଜେମ୍ସ ହିଲିଏର କହିଛନ୍ତି। ଆଥଲେଟ୍‌ଙ୍କ ଉନ୍ନତିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। ଏଚ୍‌ପିସିକୁ ଏସିଆର ଏକ ଶ୍ରେଷ୍ଠ ଅଭିନବ ହାଇ ପରଫର୍ମାନ୍ସ ଆଥଲେଟିକ ସେଣ୍ଟରରେ ପରଚିତ କରିବା ପାଇଁ ଆମେ କାର୍ଯ୍ୟ ଜାରି ରଖିଛୁ ବୋଲି ସେ କହିଛନ୍ତି। ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଓ ବିକାଶ ଏବଂ ଆଥଲେଟମାନଙ୍କ ଦକ୍ଷତାର ଶତପ୍ରତିଶତ ବୃଦ୍ଧି ପାଇଁ ଏଚ୍‌ପିସି ଏକ ଉଚ୍ଚକୋଟୀର ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଗୁରୁତ୍ୱ ଦେବ। ପ୍ରତିଭା ଚିହ୍ନଟ ପ୍ରକ୍ରିୟା ପାଇଁ ୨୦୧୯-୨୦ରେ ୩୦,୦୦୦ ଆଥଲେଟ ରିଲାଏନ୍ସ ଫାଉଣ୍ଡେଶନ ୟୁଥ୍‌ ସ୍ପୋଟର୍‌ସରେ ଅଂଶଗ୍ରହଣ କରିଥିଲେ। ଭବିଷ୍ୟତରେ ଘରୋଇ ମାଟିରୁ ଅଲିମ୍ପିକ୍‌ ମେଡାଲିଷ୍ଟ ତଥା ବିଜେତା ସୃଷ୍ଟି କରିବା ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଖେଳାଳିମାନଙ୍କୁ ଶାରୀରିକ, ମାନସିକ ଓ ମନସ୍ତାତ୍ତ୍ୱିକ ଟ୍ରେନିଂ ଦିଆଯିବ।
ଏଚ୍‌ପିସି ମନିଟରିଂ କୋହର୍ଟ ଓ ଏକାଡେମୀ ମଧ୍ୟରେ ତାଙ୍କ ପ୍ରକ୍ରିୟା ତଥା କାର୍ଯ୍ୟକମକୁ ଭାଗ କରିଛି। ମନିଟରିଂ କୋହର୍ଟରେ ୧୩ରୁ ୧୭ ବର୍ଷ ମଧ୍ୟରେ ଆଥଲେଟଙ୍କୁ ସାମିଲ ହେବେ। ୫ ବର୍ଷ ମଧ୍ୟରେ ଏମାନେ ଯେପରି ଜାତୀୟସ୍ତରରେ ପଦକ ଜିତିବେ ସେ ନେଇ ପ୍ରାଧାନ୍ୟ ଦିଆଯିବ। ରଜ୍ୟରେ ଏପରି ୨୦ ଆଥଲେଟ୍‌ ଏଥିରେ ସାମିଲ ହୋଇଛନ୍ତି ଓ ଏମାନେ ଭୁବନେଶ୍ୱର ଷ୍ଟେଟ୍‌ ସ୍ପୋଟର୍‌ସ ହଷ୍ଟେଲରେ ରହୁଛନ୍ତି।
ସେହିପିର ଏକାଡେମୀରେ ୧୬ ବର୍ଷ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଆଥଲେଟମାନେ ସାମିଲ ହେବେ। ସେମାନେ ୨ ବର୍ଷ ମଧ୍ୟରେ ଜାତୀୟସ୍ତରରେ କିପରି ପଦକ ଜିତିବେ ସେମାନଙ୍କୁ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ଭଳି ୭ଜଣ ଆଥଲେଟ୍‌ ଏଚ୍‌ପିସି ଏକାଡେମୀରେ ସାମିଲ ରହିଛନ୍ତି ଓ ଏମାନେ କଳିଙ୍ଗ ଷ୍ଟାଡିୟମରେ ରହୁଛନ୍ତି। ଗତ ଫେବୃୟାରୀରେ ଅନୁଷ୍ଠିତ ଟ୍ରାଏଲ ପରେ ଏପରି ୯ ଜଣ ଆଥଲେଟ(ଏକାଡେମୀରୁ ୨ ଓ ମନିଟରିଂ କୋହର୍ଟରୁ ୭)ଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।
ଓଡ଼ିଶାରେ ଏକ ଉଚ୍ଚକୋଟୀର ସ୍ପୋଟର୍‌ସ ସିଷ୍ଟମ୍‌ର ମୂଳଦୁଆ ରହିଛି ବୋଲି ହିଲିଏର କହିଛନ୍ତି। କ୍ରୀଡ଼ାର ଉନ୍ନତି ପାଇଁ ସରକାର ମଧ୍ୟ ଚେଷ୍ଟିତ ରହିଛନ୍ତି। ଏବେ ଏଚ୍‌ପିସିରେ ସ୍ପ୍ରିଣ୍ଟ୍ସ, ହର୍ଡଲ୍ସ ଓ ମିଡଲ ଡିଷ୍ଟାନ୍ସ ରନିଂ ଉପରେ ଧ୍ୟାନ ଦିଆଯିବ। ଏହାପରେ ଜମ୍ପ ଓ ଥ୍ରୋ ପ୍ରୋଗ୍ରାମକୁ ସାମିଲ କରାଯିବ ବୋଲି ସେ କହିଛନ୍ତି। ଏହି ଏଚ୍‌ପିସିରୁ ସବିତା ଟୋପ୍ପୋଙ୍କ ଭଳି ମହିଳା ଆଥଲେଟଙ୍କର ବିକାଶ ହୋଇଛି। ତାଙ୍କୁ ସୁନ୍ଦରଗଡ଼ ସ୍ପୋଟର୍‌ସ ହଷ୍ଟେଲରୁ ଚିହ୍ନଟ କରାଯାଇଥିଲା। ସେ ଜାତୀୟ ଚାମ୍ପିୟନଶିପ୍‌ର ୧୬ବର୍ଷରୁ କମ୍‌ ବିଭାଗରେ ପେଣ୍ଟାଥଲନରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଓ ଅନ୍ତର୍ଜାତୀୟ ରେକର୍ଡ ଭାଙ୍ଗିଥିଲେ। ସେହିପରି ରାଜେନ୍ଦ୍ର ସାହୁ ୧୪ ବର୍ଷରୁ କମ୍‌ ବିଭାଗରେ ପେଣ୍ଟାଥଲନ ଓ ଲଙ୍ଗଜମ୍ପରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ରାଜ୍ୟରୁ ନୂଆ ପିଢିର ତାରକା ସୃଷ୍ଟି କରିବା ଆମର ଲକ୍ଷ୍ୟ। ଏମାନେ ଭବିଷ୍ୟତରେ ଭାରତ ପାଇଁ ପଦକ ଜିତିବେ ବୋଲି ହିଲିଏର ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri