ଅନ୍ୟପାଇଁ ଭୋଗିବାକୁ ପଡୁଛି କି ଦୁଃଖ: ଏପରି ପରିସ୍ଥତି ଉପୁଜିଲେ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶହ ଶହ ବର୍ଷ ପୂର୍ବରୁ ଯେପରି ଥିଲା ଆଜି ବି ତାହା ସେମିତି ରହିଛି। ଜୀବନକୁ ସଫଳ ଏବଂ ସୁଖମୟ କରିବା ପାଇଁ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଉଲ୍ଲେଖ କରିଛନ୍ତି। ଯାହାକୁ ଅନୁସରଣ କରି ଜଣେ ବ୍ୟକ୍ତି ଜୀବନକୁ ସଫଳ କରିପାରିବ। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ଷଷ୍ଠ ଅଧ୍ୟାୟର ୧୦ମ ପଦରେ କହିଛନ୍ତି, ଅନ୍ୟମାନଙ୍କ କାରଣରୁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଏହି ସମୟରେ ଆମକୁ କ’ଣ କରିବା ଉଚିତ୍‌ ତାହା ମଧ୍ୟ ସେ ଜଣାଇଛନ୍ତି।

– ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଜଦି ଜଣେ କିଛି ଭୁଲ କରନ୍ତି ତେବେ ଏହାର ଫଳ ଉଭୟଙ୍କୁ ଭୋଗିବାକୁ ପଡ଼ିଥାଏ। ଅର୍ଥାତ୍‌ ଯଦି ସ୍ବାମୀ କିଛି ଭୁଲ କରନ୍ତି, ତେବେ ସ୍ତ୍ରୀକୁ ଏବଂ ସ୍ତ୍ରୀ ଯଦି କିଛି ଭୁଲ କରନ୍ତି ସ୍ବାମୀଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିଥାଏ। ତେଣୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ସ୍ବାମୀ-ସ୍ତ୍ରୀ ପରସ୍ପର ଭୁଲ କାମରୁ ନିବୃତ ରହିବା ଉଚିତ୍‌ ବୋଲି ଚାଣକ୍ୟ କହିଛନ୍ତି।

-ଯଦି ସରକାରରେ ମନ୍ତ୍ରୀ କିମ୍ବା ପରାମର୍ଶଦାତା ସେମାନଙ୍କ କାର୍ଯ୍ୟ ସଠିକ୍‌ ଭାବେ ନ କରନ୍ତି ଏବଂ ଠିକ୍‌ କିମ୍ବା ଭୁଲ କାର୍ଯ୍ୟ ବିଷୟରେ ରାଜାଙ୍କୁ ଅବଗତ ନ କରାନ୍ତି, ଉପଯୁକ୍ତ ପରାମର୍ଶ ନ ଦିଅନ୍ତି, ତେବେ ରାଜାଙ୍କର ଭୁଲ କାର୍ଯ୍ୟ ପାଇଁ ପୁରୋହିତ, ପରାମର୍ଶଦାତା ଏବଂ ମନ୍ତ୍ରୀମାନେ ଦାୟୀ ରୁହନ୍ତି। ତେଣୁ ରାଜାଙ୍କୁ ଉପଯୁକ୍ତ ପରାମର୍ଶ ଦେବା ଏବଂ ତାଙ୍କୁ ଭୁଲ କାର୍ଯ୍ୟରୁ ନିବୃତ୍ତ କରିବା ପୁରୋହିତଙ୍କ କର୍ତ୍ତବ୍ୟ।

-ଯଦି କୌଣସି ରାଜ୍ୟ କିମ୍ବା ଦେଶର ଲୋକମାନେ କୌଣସି ଭୁଲ କାମ କରନ୍ତି, ତେବେ ଦେଶର ଶାସକ କିମ୍ବା ରାଜାଙ୍କୁ ଏହାର ପରିଣାମ ସହିବାକୁ ପଡିଥାଏ। କାରଣ ଲୋକଙ୍କ ପ୍ରତି କୌଣସି ଭୁଲ ନ କରିବା ଶାସକ ଅବା ରାଜାଙ୍କର ଦାୟିତ୍ୱ ଅଟେ। ଯଦି ରାଜା ତାଙ୍କ କାର୍ଯ୍ୟକୁ ସଠିକ ଭାବରେ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଜନସାଧାରଣ ରାଜାଙ୍କୁ ବିରୋଧ କରିବା ଆରମ୍ଭ କରନ୍ତ। ଯଦି ଏପରି ପରିସ୍ଥିତି ଉପୁଜେ ତେବେ ରାଜାଙ୍କୁ ଦୋଷୀ ବିବେଚନା କରାଯାଏ।

-ଯଦି ଶିଷ୍ୟ କିଛି ଭୁଲ କରେ, ଏହାର ଫଳ ଗୁରୁଙ୍କୁ ଭୋଗିବାକୁ ପଡ଼ିଥାଏ। ତେଣୁ ଗୁରୁଙ୍କ ଦାୟିତ୍ୱ ହେଉଛି, ଶିଷ୍ୟକୁ ଭୁଲ କାର୍ଯ୍ୟରୁ ନିବୃତ୍ତ ରଖିବା ସହ ସଠିକ କାର୍ଯ୍ୟ କରିବାକୁ ପ୍ରେରଣା ଦେବା। ଯଦି ଗୁରୁ ଏପରି କରିବାକୁ ସକ୍ଷମ ନ ହୁଅନ୍ତି, ତେବେ ଏଥିପାଇଁ ସେ ନିଜେ ଦାୟୀ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri