ଆଠ ଦୁମୁକାଣି ଷୋହଳ ଅସରା

ଆମ ରାଜ୍ୟର ମୁଖ୍ୟ ଫସଲ ଧାନ କିସମ ଅନୁଯାୟୀ ୮୦୦ଠାରୁ ୧୨୦୦ମିଲିମିଟର ଜଳ ଆବଶ୍ୟକ କରେ। ଧାନର ଜୀବନକାଳ ଚାରା, ପିଲ, ଗର୍ଭାଧାନ ଓ ପାଚିବା ଅବସ୍ଥା ଦେଇ ସମାପ୍ତ ହୁଏ। ଧାନ ବୁଣିବାର ତିନି ସପ୍ତାହ ପର୍ଯ୍ୟନ୍ତ ଚାରା ଅବସ୍ଥା। ଏହି ସମୟରେ ଏକ ସେଣ୍ଟିମିଟର ଉଚ୍ଚର ପାଣି ଚାରା ପାଇଁ ଯଥେଷ୍ଟ। ଏହା ପରେ ତିନି ସପ୍ତାହ ପିଲ ଅବସ୍ଥା। ଏହି ସମୟରେ ଦୈନିକ ପ୍ରାୟ ଏକ ଇଞ୍ଚ ବା ଅଢ଼େଇ ସେଣ୍ଟିମିଟର ପାଣି ଆବଶ୍ୟକ ହୋଇଥାଏ। ମଝିରେ ମଝିରେ ଜଳ ନିଷ୍କାସନ କଲେ ପିଲ ଅଧିକ ହୁଏ, ଅଧିକ ପାଣି ବାନ୍ଧିଦେଲେ ପିଲ ଆଉ ହେବନାହିଁ। ଅତି ସହଜ କିସମ ବ୍ୟତୀତ ଅନ୍ୟ ଧାନ ଗର୍ଭ ହେବାର ୨୦ ଦିନ ପରେ ଫୁଲ ଓ ଏହାର ୩୦ ଦିନ ପରେ ଅମଳ ଉପଯୋଗୀ ହୁଏ। ଏହାର ଅର୍ଥ ହେଲା ଧାନର ମୋଟ ଜୀବନ କାଳରୁ ୫୦ ଦିନ ବାଦ୍‌ ଦେଲେ ଯାହା ରହିଲା ସେତିକି ଦିନ ହେଉଛି ଅଙ୍ଗୀୟ ବୃଦ୍ଧି ଅବସ୍ଥା, ଯାହା କିସମ ଅନୁସାରେ କମ୍‌ ବେଶି ହୋଇଥାଏ। ଧାନ ଗର୍ଭ ହେବାରୁ ଫୁଲ ପର୍ଯ୍ୟନ୍ତ ସର୍ବଦା ଦୁଇ ଇଞ୍ଚ ପାଣି କିଆରିରେ ରହିବା ଜରୁରୀ। ଫୁଲ ଉଡ଼ାଇବାର ୨୦ ଦିନ କିଆରିରେ ୩-୪ ଇଞ୍ଚ ପାଣି ବାନ୍ଧି ରଖିବାକୁ ପଡ଼େ ଓ ଏହା ପରେ ପାଣି କାଟିଦେଲେ ଧାନ ସମାନ ଭାବରେ ପାଚି ଅମଳ ଉପଯୋଗୀ ହୁଏ। ଖନା ବଚନ କହେ ”ଥୋଡ଼େ ତିରିଶ ଫୁଲେ ବିଂଶ, ଘୋଡାମୁଖୀ ହେଲେ ତେର ଦିବସ। ବୁଝିଶୁଝି ଚଷା କାଟିଲେ ଶଷ୍ୟ, ତହିଁରୁ ଗୋଟିଏ ନ ହୁଏ ନାଶ।“ ଏହାକୁ ଦୃଷ୍ଟିରେ ରଖି କୁହଯାଏ ”ଆଠ ଦୁମୁକାଣି ଷୋହଳ ଅସରା, ବତିଶ ଝିପିଝିପି ଚଉଷଠି କୁଣ୍ଡାଝରା, ତେବେଯାଇ ଚାଷୀ ପେଟ ହୁଏ ପୂରା।“ ଆଠ ଦୁମକାଣି ଅର୍ଥାତ୍‌ ଅନ୍ତତଃ ୪୦୦ ମିଲିମିଟର, ଷୋହଳ ଅସରା ଅର୍ଥାତ ୪୦୦ ମିଲିମିଟର, ୩୨ ଝିପିଝିପି ଅର୍ଥାତ ୩୨୦ ମିଲିମିଟର ଏବଂ ୬୪ କୁଣ୍ଡାଝରା ଅର୍ଥାତ ୩୨୦ ମିଲିମିଟର ବର୍ଷା ହେଲେ ଚାଷୀ ପୂରା ଫସଲ ପାଏ। ଆମେ ଯେତିକି ବର୍ଷା ପାଉ ସବୁ ଫଳପ୍ରଦ ହୁଏନାହିଁ। ବର୍ଷାଦିନେ ମୋଟ ବର୍ଷାର ୩୫-୪୦% ଫଳପ୍ରଦ ହୋଇଥାଏ। ଏକ ସେଣ୍ଟିମିଟରଠାରୁ ବର୍ଷା କମିଲେ ଏହା କୌଣସି କାମରେ ଲାଗେନି। ଆମ ଭାରତରେ ହାରାହାରି ବାର୍ଷିକ ବର୍ଷା ୧୨୦ସେଣ୍ଟିମିଟର ହେଲେ ୩୨୯ ନିୟୁତ ହେକ୍ଟର ଭୌଗୋଳିକ କ୍ଷେତ୍ର ଜମିରେ ପ୍ରାୟ ୪୦୦ ନିୟୁତ ହେକ୍ଟର ମିଟର ବର୍ଷା ମିଳେ। ଏଥିରୁ ୭୦ ନିୟୁତ ହେକ୍ଟର ମିଟର ବାଷ୍ପୀଭବନ ହୋଇଯାଏ ଓ ୧୧୫ନିୟୁତ ହେକ୍ଟର ମିଟର ଭୂପୃଷ୍ଠରେ ବହିଯାଏ। ଅବଶିଷ୍ଟ ୨୧୫ ନିୟୁତ ହେକ୍ଟର ମିଟର ମାଟିକୁ ପ୍ରବେଶ କରେ। ଏଥିରୁ ୫୦ ନିୟୁତ ହେକ୍ଟର ମିଟର ଭୂନିମ୍ନସ୍ଥ ଜଳ ସହିତ ମିଶେ ଏବଂ ମାତ୍ର ୧୮୫ ନିୟୁତ ହେକ୍ଟର ମିଟର ଫସଲ ଓ ବୃକ୍ଷଲତା ପାଇଁ ଉପଲବ୍ଧ ହୁଏ ଯାହାକି ମୋଟ ବର୍ଷାର ୪୬ ପ୍ରତିଶତ ମାତ୍ର। ଏହି କାରଣରୁ ବର୍ଷା ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି।
ଓଡ଼ିଶାରେ ମୌସୁମୀ ବର୍ଷା ସାଧାରଣତଃ ଜୁନ୍‌ ମାସରେ ପ୍ରବେଶ କରେ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ସକ୍ରିୟ ରହେ। ହାରାହାରି ଭାବରେ ଜୁନ୍‌ ମାସରେ ୧୬୦, ଜୁଲାଇରେ ୩୧୭, ଅଗଷ୍ଟରେ ୩୦୦, ସେପ୍ଟେମ୍ବରରେ ୩୨୦ ମିଲିମିଟର ବର୍ଷା ହୁଏ, ଯାହାକି ବାର୍ଷିକ ବର୍ଷାର ପ୍ରାୟ ୮୦ ପ୍ରତିଶତ। ଉଦ୍ଭିଦ ଦିନରେ ସୂର୍ଯ୍ୟାଲୋକ ପାଇ ସବୁଜକଣା ଦ୍ୱାରା ଜଳ ଓ ଅମ୍ଳଜାନ ନେଇ ଶ୍ୱେତସାର ଖାଦ୍ୟ ପ୍ରସ୍ତୁତ କରେ। ଏଣୁ ଦିନରେ ବର୍ଷା ନ ହୋଇ ରାତିରେ ହେଲେ ଭଲ। ପ୍ରଖ୍ୟାତ ଉଦ୍ଭିଦ ବିଜ୍ଞାନୀ ଡ. ଆର୍ନନ କହିଛନ୍ତି, ଏକାଥରେ ୩୦୦ମିଲିମିଟର ବର୍ଷା ହୋଇ ୧୫ ଦିନ ବର୍ଷା ନ ହେଲେ ଫସଲ ସମ୍ପୂର୍ଣ୍ଣ ମରିଯାଏ, କିନ୍ତୁ ଏହି ବର୍ଷା ମାସରେ ଅଳ୍ପ ଅଳ୍ପ ହେଲେ ଫସଲ ଦୁଇଗୁଣ ଅମଳ ଦିଏ। ସୁତରାଂ ବର୍ଷାର ପରିମାଣ ଅପେକ୍ଷା ଏହାର ସୁଷମ ବଣ୍ଟନ ଅଧିକ ଉପଯୋଗୀ।
ଭାରତୀୟ ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ବୃଷ୍ଟିମାପକ ଯନ୍ତ୍ର ବସାଇ ଦୈନିକ ସକାଳ ୮.୩୦ ବେଳେ ବର୍ଷା ରେକର୍ଡ କରନ୍ତି। ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମସ୍ତ ବ୍ଲକରେ ବୃଷ୍ଟିମାପକ ଯନ୍ତ୍ର ବସାଇ ଦୈନିକ ୮.୩୦ ବେଳେ ବର୍ଷା ରେକର୍ଡ କରନ୍ତି। ଏହା ବ୍ୟତୀତ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ, ରାଜ୍ୟ କୃଷି ବିଭାଗ ଓ ଜଳ ସମ୍ପଦ ବିଭାଗ କେତେକ ସ୍ଥାନରେ ବୃଷ୍ଟି ମାପକ ଯନ୍ତ୍ରଦ୍ୱାରା ବର୍ଷା ରେକର୍ଡ କରନ୍ତି। ଏଯାଏ ରାଜ୍ୟର ପଞ୍ଚାୟତ ସ୍ତରରେ ବୃଷ୍ଟିମାପକ ଯନ୍ତ୍ର ନାହିଁ। ଆମେ ଦେଖୁ ଗୋଟିଏ ଗ୍ରାମରେ ବର୍ଷାର ବିଭିନ୍ନତା। ଏଣୁ ସରକାର ପ୍ରତି ପଞ୍ଚାୟତରେ ଅନ୍ତତଃ ଗୋଟିଏ ଲେଖାଏ ବୃଷ୍ଟି ମାପକ ଯନ୍ତ୍ର ବସାଇବା ଅତି ଜରୁରୀ ମନେହୁଏ।
ରାଜ୍ୟରେ ମୌସୁମୀ ବର୍ଷା ଉପରେ ଖରିଫ ଫସଲ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସବୁ ଜିଲାରେ ସମାନ ବର୍ଷା ହୁଏନି। ବାର୍ଷିକ ୧୬୦୦ ମିଲିମିଟରରୁ ଅଧିକ ବର୍ଷା ମାଲକାନଗିରି ଓ ମୟୂରଭଞ୍ଜ ଜିଲାରେ ହୁଏ। ୧୩୦୦ ମିଲିମିଟରଠାରୁ କମ୍‌ ବର୍ଷା ବଲାଙ୍ଗୀର, ଗଞ୍ଜାମ, ନୂଆପଡ଼ା ଓ ରାୟଗଡ଼ା ଜିଲାରେ ହେଲାବେଳେ ଅବଶିଷ୍ଟ ଜିଲାଗୁଡ଼ିକରେ ୧୪୦୦-୧୫୦୦ ମିଲିମିଟର ବର୍ଷା ହୁଏ। ପ୍ରତି ଜିଲାରେ ବ୍ଲକ ମଧ୍ୟରେ ବାର୍ଷିକ ବୃଷ୍ଟିପାତରେ ମଧ୍ୟ ତାରତମ୍ୟ ଅଛି। ସୁତରାଂ ଫସଲ ଯୋଜନା ବ୍ଲକଗୁଡିକର ବର୍ଷାକୁ ଲକ୍ଷ୍ୟକରି କରାଯିବା ଆବଶ୍ୟକ।
ବର୍ଷାଜଳକୁ ସମ୍ପୂର୍ଣ୍ଣ ଭାବରେ ମୃତ୍ତିକା ମଧ୍ୟକୁ ପ୍ରବେଶ କରାଇବାକୁ ହେଲେ ଆମକୁ ଜମିରେ ହିଡ ତିଆରି ସହିତ ସମପତ୍ତନ ବନ୍ଧ ଓ ଖାଇ ନିର୍ମାଣ କରିବାକୁ ହେବ। ଆଡ଼ିବନ୍ଧ ନିର୍ମାଣ, ଧୋଡ଼ା ନିୟନ୍ତ୍ରଣ, ଫାର୍ମ ପୋଖରୀ ନିର୍ମାଣ, ଜଳ ଅମଳ ପ୍ରକଳ୍ପ ଓ ପରିସ୍ରବଣ ପୋଖରୀ ଇତ୍ୟାଦି ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ। ବର୍ଷା ପାଣିର ଗତିପଥ ବଦଳାଇ ଦେଲେ ପାଣି ବୋହିଯିବାକୁ ଅଧିକ ସମୟ ନେବ ଓ ଧାରେଧୀରେ ମାଟି ମଧ୍ୟକୁ ପ୍ରବେଶ କରି ମୃତ୍ତିକାସ୍ଥ ଛିଦ୍ର ମଧ୍ୟରେ ସଞ୍ଚତ୍ତ ହୋଇ ରହିବ ଯାହାକି ବର୍ଷର ଦୁଇଟି ଫସଲ ପାଇଁ ଯଥେଷ୍ଟ।
ସ୍ବସ୍ଥାନ ଜଳ ସଂରକ୍ଷଣ ପାଇଁ ମୃତ୍ତିକା ସଂରକ୍ଷଣ ବିଭାଗ କେତେକ କୌଶଳ ପ୍ରବର୍ତ୍ତନ କରିଛନ୍ତି, ଯାହାକୁ ଚାଷୀମାନେ ଗ୍ରହଣ କରିବା ଆବଶ୍ୟକ। ଜମିର ନିମ୍ନ ଭାଗରେ ଫାର୍ମ ପୋଖରୀ ନିର୍ମାଣ କଲେ ବର୍ଷାଜଳ ସଂଗୃହୀତ ହୋଇ ଫସଲ ପାଇଁ ସହାୟକ ହେବ ଓ ମାଛ ଚାଷ ପାଇଁ ସୁଯୋଗ ସୃଷ୍ଟି କରିବ। ବର୍ଷାଜଳ ତଳକୁ ବୋହିଯିବା ପୂର୍ବରୁ ଏହାକୁ ଅଟକାଇ ରଖିବା ବୁଦ୍ଧିମାନର କାର୍ଯ୍ୟ। ବିଲ ପାଣି ବିଲରେ, ଗାଁର ପାଣି ଗାଁରେ – ଏହାକୁ ମନେରଖିବା ଉଚିତ। ଏତକି କହିଲେ ଯଥେଷ୍ଟ ହେବ ଯେ ଯେହେତୁ ରାଜ୍ୟର ୬୦ ପ୍ରତିଶତ ଜମି ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ବର୍ଷାଜଳ ସଂରକ୍ଷଣ ଓ ପରିଚାଳନା ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତହେବା ଜରୁରୀ।
ମୋ:୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri